ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେନି ମମତା ବାନାର୍ଜୀ, ଜୁନ୍‌ ୧ରେ ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ,୨୮/୦୫: ଆସନ୍ତା ଜୁନ ୧ ତାରିଖରେ ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତାଙ୍କ ବୈଠକ ଅନୁଷ୍ଠିତ ହେବାର  କାର୍ଯ୍ୟକ୍ରମ ରହିଛି । ଏଥିରେ ଲୋକସଭା ନିର୍ବାଚନରେ ମେଣ୍ଟର ପ୍ରଦର୍ଶନ ଉପରେ ଆଲୋଚନା କରାଯିବ ଏବଂ ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ବ୍ୟାପକ ବିଚାରବିମର୍ଶ ହେବ ।  

ଏହି ବୈଠକରେ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କିମ୍ବା ଟିଏମ୍‌ସିର ଅନ୍ୟ କୌଣସି ନେତା ଯୋଗଦେବେ ନାହିଁ । କାରଣ ପଶ୍ଚିମବଙ୍ଗରେ ଜୁନ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ମମତା ଓ ଅନ୍ୟ ନେତାମାନେ ସେହିଦିନ ଭୋଟ ଦେବାକୁ ଥିବାରୁ ସେମାନେ ଯାଇପାରିବେ ନାହିଁ । ଏକଥା ଇଣ୍ଡିଆ ମେଣ୍ଟ ବୈଠକର ଆୟୋଜକଙ୍କୁ  ଟିଏମ୍‌ସି ପକ୍ଷରୁ ମଧ୍ୟ ଜଣାଇ ଦିଆଯାଇଛି । ପଶ୍ଚିମବଙ୍ଗରେ ଟିଏମ୍‌ସି ଏକା ନିର୍ବାଚନ  ଲଢ଼ୁଥିଲେ ମଧ୍ୟ ତାଙ୍କ ଦଳ ଇଣ୍ଡିଆ ମେଣ୍ଟରେ  ରହିଛି ଏବଂ ଆଗାମୀ ଦିନରେ ରହିବ ବୋଲି  ମମତା ପୂର୍ବରୁ କହିସାରିଛନ୍ତି । ରାଜ୍ୟରେ ତାଙ୍କ  ଦଳ କଂଗ୍ରେସ କିମ୍ବା ସିପିଏମ୍‌ ସହ କୌଣସି  ମେଣ୍ଟ କିମ୍ବା ବୁଝାମଣା କରିନଥିଲେ ମଧ୍ୟ ଜାତୀୟ ସ୍ତରରେ ସେମାନଙ୍କ ସହ ଏକାଠି  ରହିଛି । ଏପରିକି ଇଣ୍ଡିଆ ମେଣ୍ଟକୁ ତାଙ୍କ  ମାନସ ସନ୍ତାନ ବୋଲି ମଧ୍ୟ ମମତା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.