ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଜିଲ୍ଲାପାଳଙ୍କୁ ମାଓବାଦୀଙ୍କ ଧମକ ପୂର୍ଣ୍ଣ ଚିଠି, କହିଲେ- ନକଲି କମ୍ରେଡ୍‌ଙ୍କ ହମାସ ରାଲିରେ ହେବ ବିସ୍ଫୋରଣ

କୋଝିକୋଡେ,୧୬।୧୧: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) କୋଜିକୋଡେ ଜିଲ୍ଲା କଲେକ୍ଟରଙ୍କୁ ଧମକ ଦେଇ ଏକ ଚିଠି ପଠାଇଛନ୍ତି। ମାଓବାଦୀମାନେ ଧମକ ଦେଇଛନ୍ତି, ଯଦି ସରକାର ଏବଂ ପୋଲିସ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ ନକରନ୍ତି, ତେବେ 'ନକଲି କମ୍ରେଡ’ର ହାମାସ ସମର୍ଥକ ରାଲିରେ ଏକ ବିସ୍ଫୋରଣ ହେବ। ମାଓବାଦୀଙ୍କ ଏହି ଚିଠିକୁ ବୁଧବାର କଲେକ୍ଟର କାର୍ଯ୍ୟାଳୟକୁ ଦିଆଯାଇଛି। ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରାଯାଇଛି। 

ଜିଲ୍ଲା ପ୍ରଶାସନର ଅଧିକାରୀ ଏ ବିଷୟରେ କହିଛନ୍ତି, ମାଓବାଦୀଙ୍କ ପକ୍ଷରୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ଯେ, ସରକାର କୋଝିକୋଡେ ଜିଲ୍ଲାର ଆବଶ୍ୟକତା ଉପରେ ଧ୍ୟାନ ଦେବା ବଦଳରେ ବିଦେଶୀ ଆତଙ୍କବାଦୀଙ୍କ ପାଇଁ ରାଲି ଆୟୋଜିତ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ମାଓବାଦୀଙ୍କୁ ଭୁଲ ଭାବରେ ଟାର୍ଗେଟ କରାଯାଉଛି। ତାଙ୍କ ବିରୋଧରେ ମିଛ ମାମଳା ରୁଜୁ କରାଯାଉଛି। ପତ୍ରରେ ମାଓବାଦୀମାନେ କହିଛନ୍ତି, ଯଦି ସରକାର ଏସବୁ ବନ୍ଦ କରନ୍ତି ତେବେ କୋଚିରେ ୟହୋଭାରେ ସମ୍ମିଳନୀରେ ବେଳେ ଯାହା ହୋଇଥିଲା, ସେଭଳି କିଛି ଜିଲଲା ‘ଫେକ୍ କମ୍ରେଡ’ଙ୍କ ହମାସ ରାଲି’ ବେଳେ ହୋଇପାରେ।

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ନାଦକ୍କଭୁ ପୋଲିସ ଷ୍ଟେସନ୍‌ର ଏସ୍‌ଏଚ୍‌ଓଙ୍କୁ ମାମଲା ବିଷୟରେ ସୂଚନା ଦିଆଯାଇଛି। ସେଭଳି ମାଓବାଦୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନାଦକଭୁ ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି, ଆଇପିସି ଓ କେରଳ ପୋଲିସ ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛ।

Copyright © 2022 - Summa Real Media Private Limited. All Rights Reserved.