ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ, ୩ ଦିନ ପାଇଁ ଜେଲ୍‌ରୁ ବାହାରିବେ..

ଭୁବନେଶ୍ୱର ୦୭/୬: ଖୋର୍ଦ୍ଧାର ନବନିର୍ବାଚିତ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ ।କୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୁତୁରାଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରଶାନ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି । ସେ ୯, ୧୦, ୧୧ ତାରିଖ ୩ ଦିନ ପାଇଁ ଜାମିନରେ ଯିବେ । ତେବେ ସୁଦ୍ଧିକ୍ରିୟା ସାରି କୋର୍ଟରେ ହାଜର ହେବେ ପ୍ରଶାନ୍ତ ଜଗଦ୍ଦେବ ।ତେବେ ଆସନ୍ତା ୯ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଶାନ୍ତ ଜଗଦ୍ଦେବ ଯୋଗେ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନା ମୁତାବିକ, ଚଳିତ ସାଧାରଣ ନିର୍ବାଚନ ବେଳେ ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥ୍‌ ଇଭିଏମ୍ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ୍ ପଠାଇଥିଲା । ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଥିବା ସରକାରୀ ଓକିଲ ରଜନୀ ପଟ୍ଟନାୟକ କହିଥିଲେ । ପରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏସ୍‌ସିବି ମେଡିସିନ୍ ବିଭାଗ ନ୍ୟୁ ମେଡିସିନ୍  ୱାର୍ଡରେ ଚିକିତ୍ସାଧୀନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ଉନ୍ନତି ଆସିଛି । ତାଙ୍କ ଶରୀରରେ ଉଚ୍ଚ ରକ୍ତ ଶର୍କରା ପରିମାଣରେ ସୁଧାର ଆସିଛି । ଏଣ୍ଡୋକ୍ରାଇନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଏସ୍.ଆର  ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଇନ୍‌ସୁଲିନ୍ ଦ୍ୱାରା ରକ୍ତ ଶର୍କରା ପରିମାଣକୁ  ନିୟନ୍ତ୍ରଣ କରାଯାଇପାରିଛି ବୋଲି ବିଭାଗୀୟ ଡାକ୍ତର କହିଛନ୍ତି ।

ଅନ୍ୟପକ୍ଷରେ ବିଧାୟକ ଜଗଦ୍ଦେବଙ୍କର ବକ୍ଷ ଏବଂ ଅଣ୍ଟା ବିନ୍ଧା ସମସ୍ୟା ଥିବାର  ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଏଥିଲାଗି କାର୍ଡିଓଲୋଜି ବିଭାଗ ବିଶେଷଜ୍ଞ ଆସୋସିଏଟ୍ ପ୍ରଫେସର ଡାକ୍ତର ଦୀପକ ଦାସ ଏବଂ ନ୍ୟୁରୋସର୍ଜରୀ  ବିଭାଗର ବରିଷ୍ଠ ବିଶେଷଜ୍ଞ ତଥା ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡାକ୍ତର  ସୁଧାଂଶୁ ଶେଖର ମିଶ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି । ଚିକିତ୍ସା ଲାଗି  ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଟିମ୍‌ରେ  କାର୍ଡିଓଲୋଜି, ମେଡିସିନ୍ ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗ ବିଶେଷଜ୍ଞମାନେ  ନିୟମିତ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ଅଧୀକ୍ଷକଙ୍କୁ ରିପୋର୍ଟ  ପ୍ରଦାନ କରୁଥିବାର ସୂଚନା ମିଳିଛି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ  ଉନ୍ନତି ଆସିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଡାକ୍ତରଖାନାରେ ରହିବେ ବୋଲି ପ୍ରଫେସର ପଣ୍ଡା କହିଥିଲେ । ଅନ୍ୟପକ୍ଷରେ  ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବୁଝିବା ପାଇଁ ବିଜେପିର ବିଭିନ୍ନ ନେତୃବୃନ୍ଦ  ଏବଂ ଶୁଭେଚ୍ଛୁମାନେ ନ୍ୟୁ ମେଡିସିନ୍ ୱାର୍ଡରେ ପହଞ୍ଚିଥିବାର ଦେଖିବାକୁ ମିଳିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.