ବ୍ରହ୍ମବରଦା,୧୯।୯ : ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କାକୁଡିକୁଦ ନୀଳକଣ୍ଠପୁର ନିକଟସ୍ଥ ପୋତାପଡିଆ ଛକରେ ଥିବା ମା’ ଲକ୍ଷ୍ମୀ ମୋବାଇଲ ଷ୍ଟୋରରୁ ଚୋରି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି।
ଗତ ବୁଧବାର ରାତିରେ କେହି ଦୁର୍ବୃତ୍ତ ଦୋକାନର ତାଲାଭାଙ୍ଗି କିଛି ମୋବାଇଲ ସରଞ୍ଜାମ ସହିତ ନଗଦ ୧ ହଜାର ଟଙ୍କା ଚୋରି କରି ନେଇ ଯାଇଥିଲେ । ଏ ନେଇ ଦୋକାନ ମାଲିକ ସନ୍ତୋଷ ଜେନା ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବ୍ରହ୍ମବରଦା ଥାନା ପୁଲିସ ଏକ ମାମଲା ୠଜୁକରି ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିଲେ। ଦୋକାନ ପାଖରେ ମୋବାଇଲ ଖୋଳ,ଭଙ୍ଗା ଯାଇଥିବା ତାଲା ପଡିଥିବା ପୁଲିସ ଦେଖିବାକୁ ପାଇଥିଲା । ଅଧିକ ତଦନ୍ତ ପାଇଁ ପୁଲିସ ସନ୍ଧାନୀ କୁକୁରର ସହ ସାଇଁଟିଫିକ୍ ଟିମର ସହାୟତା ନେଇ ତଦନ୍ତ କରି ଥିଲେ। ଅଭିଯୁକ୍ତକୁ ଧରିବାପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିଲା ସୋମବାର ବିଳମ୍ବିତ ରାତିରେ ଏହି ମୋବାଇଲ ଦୋକାନ ଚୋରି ମାମଲାରେ ନୀଳକଣ୍ଠପୁର ଗ୍ରାମର ପ୍ରମୋଦ ଜେନା (୩୦)ଙ୍କୁ ଗିରଫ କରି ଥିବା ଥାନା ଅଧିକାରୀ ଶରତ କୁମାର ନାୟକ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ : ମର୍ମନ୍ତୁଦ ଦୁର୍ଘଟଣା : ଅଟୋ- ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ ଓ ୬ ଗୁରୁତର