ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩ୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ପରେ କାଶୀ ଗସ୍ତ କରିବେ ମୋଦି !

ବାରଣାସୀ – ନରେନ୍ଦ୍ର ମୋଦି ୯ ଜୁନ୍‌ (ରବିବାର)ରେ ୩ୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ। ମୋଦିଙ୍କ ପିଏମ୍‌ ପଦର ଶପଥ ନେବା ଅବସରରେ ତାଙ୍କ ନାମାଙ୍କନ ପ୍ରସ୍ତାବକମାନେ ମଧ୍ୟ ଉତ୍ସବରେ ଉପସ୍ଥିତ ରହିବେ। ପ୍ରସ୍ତାବକଙ୍କ ବ୍ୟତୀତ କାଶୀର ଦୁଇ ଶହ ବ୍ୟକ୍ତି ବିଶେଷ ସମାରୋହରେ ସାମିଲ ହେବେ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣ ମିଳିବା କ୍ଷଣି ଅଧିକାଶ ଲୋକ ଶନିବାର ଦିଲ୍ଲୀ ଗସ୍ତର ବାହାରି ଯାଇଛନ୍ତି। ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନିଜର କର୍ମଭୂମି କାଶୀ ନଗରୀ ଗସ୍ତ କରିବେ। 

ନମୋଙ୍କର ବିଜୟ ରଥ କାଶୀର ସଡ଼କରେ ଗଡ଼ିବ। ବାବା ବିଶ୍ୱନାଥଙ୍କ ପୂଜନ – ଅଭିଷେକ କରିବା ସହ ସେ ଦଶାଶ୍ୱମେଧ ଘାଟରେ ମାଆ ଗଙ୍ଗାଙ୍କର ପୂଜନ କରିବେ। ଆଳିତୀରେ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ଆଭାର କାଶୀ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମ ଥର ବନାରସ ସାଂସଦ ନିର୍ବାଚିତ ହେବାର ପରଦିନ ଗଙ୍ଗା ଘାଟରେ ପହଞ୍ଚି ଥିଲେ। ୨୦୧୯ରେ ଶପଥ ନେବା ପୂର୍ବରୁ ପୂଜନ ଓ ପ୍ରାର୍ଥନା କରିବାକୁ କାଶୀ ଆସିଥିଲେ। ୩ୟ ଥର ସାଂସଦ ଚୟନ ପରେ ସେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ୧୧ ଜୁନ୍‌ରେ କାଶୀ ଆସି ପାରନ୍ତି। ୨୦୧୯ ଠାରୁ ଏହି ଥରର ଅନ୍ତର କେବଳ ସମୟର ରହିବ। ଏହି ସମୟରେ ପିଏମ୍‌ ମୋଦି ଦିନରେ କାଶୀରେ ପହଞ୍ଚି ଥିଲେ , ଏହିଥର ସନ୍ଧ୍ୟା ସମୟରେ ଆସିବେ। ଆଇଜି ନବନୀତ କୁମାର ମେହଟ୍ଟାଙ୍କ ତତ୍ତ୍ୱାବଧାନରେ ଏସପିଜିର ଟିମ୍‌ ସ୍ଥାନୀୟ ଅଧିକାରୀଙ୍କ ସହ ଏୟାରପୋର୍ଟ , ସଡ଼କ ମାର୍ଗ ଓ ସମ୍ଭାବିତ କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ବ୍ୟବସ୍ଥା ଉପରେ ମନ୍ଥନରେ ଲାଗି ପଡ଼ିଛି।

ସୂଚନା ଯେ, ଦିଲ୍ଲୀର ଏନଡିଏ ସରକାରର ଶପଥ ଗ୍ରହଣ ଉତ୍ସବକୁ ଯେଉଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରିତ କରାଯାଇଛି , ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନରେ ପ୍ରସ୍ତାବକ ଓ ଅଯୋଧ୍ୟାରେ ରାମ ମନ୍ଦିରର ଶୁଭ ମୁହୂର୍ତ୍ତ ସ୍ଥିର କରିଥିବା ବିଶିଷ୍ଟ ବିଦ୍ୱାନ ଆଚାର୍ଯ୍ୟ ଗଣେଶ୍ୱର ଶାସ୍ତ୍ରୀ ଦ୍ରବିଡ, ପ୍ରସ୍ତାବକ ବୈଜନାଥ ପଟେଲ , ଲାଲଚନ୍ଦ କୁଶୱାହା ଓ ସଞ୍ଜୟ ସୋନକର ସାମିଲ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.