ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମିଷ୍ଟର ଇଣ୍ଡିଆ ୨’କୁ ବୋନୀ କପୁରଙ୍କ ଗ୍ରୀନ୍ ସିଗନାଲ୍ !

ନୂଆଦିଲ୍ଲୀ, ୩୧/ ୩ :‌ ବୋନୀ କପୁର ଏବେ ନିଜର ‌କେତେକ ପ୍ରୋଜେକ୍ଟ୍ସକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଖବର ଆସିଛି କି ପ୍ରଯୋଜକ ଖୁବଶୀଘ୍ର ‘ନୋ ଏଣ୍ଟ୍ରି’ର ସିକ୍ବେଲ ଆଣିବାରେ ଅଛନ୍ତି । ଏହା ମଧ୍ୟରେ ପୁଶି ଏକ ସିକ୍ବେଲର ଘୋଷଣା କରାଯାଇଛି ।

ନିକଟରେ ବୋନୀ କପୁର ହିନ୍ଦୀ ସିନେମାର କ୍ଲାସିକ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ଦ୍ବିତୀୟ ପାର୍ଟକୁ ନେଇ ବଡ଼ ଅପଡେଟ ଦେଇ ଚମକାଇ ଦେଇଛନ୍ତି । ସୂଚନା ମୁତାବକ ବୋନୀ କପୁର ନିଜର ଏକ ସାକ୍ଷାତକାରରେ କହିଛନ୍ତି କି ‘ମିଷ୍ଟର ଇଣ୍ଡିଆର ସିକ୍ବେଲକୁ ନେଇ ଆମ ପାଖକୁ କେତେକ ଅଫର ଆସୁଛି । ଆମକୁ ଏକ ହଲିଉଡ଼ ଷ୍ଟୁଡିଓ ବଡ଼ ଅଫର ଦେଇଛି । ଆପଣ ସମସ୍ତଙ୍କୁ ଗୋଟିଏ କିମ୍ବା ଦୁଇ ବର୍ଷରେ ଏହି ସିକ୍ବେଲ ବିଷୟରେ ହୁଏତ ଆହୁରି କିଛି ଶୁଣିବାକୁ ମିଳିବ । 

ସେହିଭଳି ସେ ଆଗକୁ ମଧ୍ୟ କହିଛନ୍ତି କି ମୋ କ୍ରୁ ମେମ୍ବର୍ସଙ୍କୁ ଲାଗୁଛି କି ଏ ଫିଲ୍ମ ନିର୍ମାଣ କରିବା ଆବଶ୍ୟକ ନାହିଁ କାରଣ ଶ୍ରୀଦେବୀ, ଅମରୀଶ ପୁରୀ ଏବଂ ସତୀଶ କୌଶିକଙ୍କ ନିଧନ ହୋଇସାରିଛି । କାରଣ ଏହି ଫିଲ୍ମକୁ ନେଇ ମୁଁ କିଛି ଅନ୍ୟ ଯୋଜନା କରିଛି । 

‘ନୋ ଏଣ୍ଟ୍ରି’ର କଥା ଯଦି ଆମେ କହିବା ଏହାର ସିକ୍ବେଲରେ ବରୁଣ ଧଓ୍ବନ, ଅର୍ଜୁନ କପୁର ଏବଂ ଦିଲଜୀତ ଦୋସାଂଝା ଧମାଲ ମଚାଇବା ନଜର ଆସିବାରେ ଅଛନ୍ତି । କିନ୍ତୁ ଅନୀଲ କପୁର ଫିଲ୍ମର କାଷ୍ଟିଂକୁ ନେଇ ନାରାଜ ଅଛନ୍ତି । ଏକ ସାକ୍ଷାତକାରରେ ବୋନୀ କପୁର କହିଥିଲେ କି, ଅନୀଲ କପୁର ଏହି ଫିଲ୍ମର ଭାଗିଦାରୀ ହେବାକୁ ଚାହୁଁଥିଲେ କିନ୍ତୁ ସ୍ଥାନ ନାହିଁ । ସେ ମୋ ସହ ଠିକରେ କଥା ବି ହେଉନାହାନ୍ତି । କିନ୍ତୁ ଆଶା କରୁଛି କି ଖୁବଶୀଘ୍ର ସବୁ କିଛି ଠିକ୍ ହୋଇଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.