ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଆଦିତ୍ୟ ଠାକରେଙ୍କ ବିରୋଧରେ ବିଏମ୍‌ସି ରୁଜୁ କଲା ମାମଲା, ନିର୍ମାଣଧୀନ ବ୍ରିଜ୍‌ର କରିଥିଲେ ଉଦଘାଟନ

ମୁମ୍ବାଇ,୧୮।୧୧: ମହାରାଷ୍ଟ୍ର ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳିଥାଏ। ଏବେ ‌ଯେପରି ଶିବସେନା(ଉଦ୍ଧବ ବାଲଠାକରେ) ଗୋଷ୍ଠୀର ନେତା ଓ ବିଧାୟକ ଆଦିତ୍ୟ ଠାକରେ ପାଇଁ ସୃଷ୍ଟି ହୋଇଛି ବଡ ଅଡୁଆ। ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ବିଏମ୍‌ସି ବା ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍। ଆଦିତ୍ୟଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ଏକ ନିର୍ମାଣଧୀନ  ବ୍ରିଜ୍‌କୁ ଉଦଘାଟନ କରିଛନ୍ତି। ଆଦିତ୍ୟଙ୍କ ସହିତ ଏମ୍‌ଏଲସି ସୁନିଏ ସିନ୍ଦେ, ସଚିନ ଅହିର ଓ ସ୍ନେହଲ ଅମ୍ବେଦକରଙ୍କ ସହିତ ଦଳର ୨୦ ଜଣ ନେତା ଓ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଦିତ୍ୟ ଡୋଲିସଲ୍‌ ରୋଡ୍‌ରେ ଅଧା ତିଆରି ବ୍ରିଜ୍‌କୁ ଲୋକଙ୍କ ପାଇଁ ଖୋଲିବାର ଘୋଷଣା କରିବାକୁ ଯାଇଥିଲେ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଦିତ୍ୟ ଠାକରେ ଏବଂ ଅନ୍ୟ ନେତାମାନେ ୧୬ ନଭେମ୍ବର ରାତିରେ ବେଆଇନ ଭାବେ ବ୍ରିଜ୍ ଖୋଲିଥିଲେ।  ଆଦିତ୍ୟ ଠାକରେ ଲୋୟର ପାରେଲର ଡିଲାଏଡ୍ ରୋଡ୍ ବ୍ରିଜ୍ ଉଦ୍ଘାଟନ କରିଥିଲେ। ତେବେ  ବିଏମସି ଅଧିକାରୀ କହିଛନ୍ତି ବ୍ରିଜ୍‌ କାମ ଏବେ ବାକି ଅଛି, କିନ୍ତୁ ତା ପୂର୍ବରୁ  ବ୍ରିଜ ଖୋଲିଦେଇଛନ୍ତି। 

ଏଥି ସହିତ ଆଦିତ୍ୟ ଠାକରେ ନିଜେ ସେତୁର ଉଦଘାଟନ ସମ୍ପର୍କରେ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେ କହିଥିଲେ ସେତୁ ଖୋଲିବାକୁ ବିଏମସି ଅପେକ୍ଷା କରିଛି। ସାଧାରଣ ଜନତାଙ୍କ ପାଇଁ ବ୍ରିଜ୍‌ ‌ ବିଏମସି ଖୋଲୁ ବୋଲି ଆମେ ନିଜେ ଅପେକ୍ଷା କରିଥିଲୁ, କିନ୍ତୁ ପ୍ରାୟ ୧୦ ଦିନ ବିତିଗଲା। ବ୍ରିଜ୍ ଉଦଘାଟନ ପାଇଁ  ଜଣେ ଭିଆଇପିଙ୍କୁ ଅପେକ୍ଷା ଥିଲା। 

Copyright © 2022 - Summa Real Media Private Limited. All Rights Reserved.