ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦିଙ୍କୁ ପାକିସ୍ତାନୀ ଅରବପତିଙ୍କ ପ୍ରଶଂସା, କହିଲେ- ‘ଆମକୁ ମଧ୍ୟ ତାଙ୍କ ଭଳି ନେତା ଦରକାର’

ନୂଆଦିଲ୍ଲୀ,୧୫।୫:  ପାକିସ୍ତାନ ବଂଶୋଦ୍ଭବ ଆମେରିକୀୟ ଆରବପତି ବ୍ୟବସାୟୀ ସାଜିଦ ତରାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ପ୍ରଶଂସା। ସେ କହିଛନ୍ତି, ମୋଦି ଜଣେ ମଜବୁତ ନେତା,ଯିଏକି ଭାରତକୁ ନୂତନ ସଫଳତାକୁ ନେଇ ଯାଇଛନ୍ତି ଓ ସେ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ନିହାତି ହେବେ। ପିଏମ୍ ମୋଦି କେବଳ ଭାରତ ନୁହେଁ ଦୁନିଆ ପାଇଁ ଭଲ ନେତା। ସେ ଆଶା ପ୍ରକାଶ କରିଛନ୍ତି ଯେ, ପାକିସ୍ତାନକୁ ମଧ୍ୟ ତାଙ୍କ ଭଳି ନେତା ମିଳିବା ଦରକାର।

ବାଲଟିମୋରରେ ପାକିସ୍ତାନ ବଂଶୋଦ୍ଭବ ବ୍ୟବସାୟୀ ସାଜିଦ୍ ତରାକ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଶକ୍ତିଶାଳୀ ନେତା ସହିତ ଜଣେ ଭଲ ପ୍ରଧାନମନ୍ତ୍ରୀ। ସେ ଲୋକସଭା ନିର୍ବାଚନ ୨୦୨୪ରେ ମୋଦିଙ୍କ ବିଜୟ ନେଇ ଭବିଷ୍ୟବାଣୀ କରିଛନ୍ତି।  ସେ କହିଛନ୍ତି ତୃତୀୟ ଥର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦି ଜଣେ ଭଲ ନେତା। ସେ ଜନ୍ମରୁ ନେତା। ସେ ଏକମାତ୍ର ଏଭଳି ପ୍ରଧାନମନ୍ତ୍ରୀ ଯିଏକି ବିପରୀତ ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିଛନ୍ତି । ମୋତେ ଆଶା ରହିଛି ମୋଦି ଜୀ ପାକିସ୍ତାନ ସହିତ ଆଲୋଚନା ଓ ବାଣିଜ୍ୟ ଆରମ୍ଭ କରିବେ।’

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଭାରତ ପାଇଁ ମଧ୍ୟ ଶାନ୍ତିପୂର୍ଣ୍ଣ ପାକିସ୍ତାନ ଭଲ ରହିବ। ପାକିସ୍ତାନ ବର୍ତ୍ତମାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ସହିତ ଦେଶର ବହୁ ଭାଗରେ ଅଶାନ୍ତି ସୃଷ୍ଟି ହୋଇଛି। ସେ କହିଛନ୍ତି, ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦରଦାମ୍ ବୃଦ୍ଧି ଚରମ ସୀମାରେ ପହଁଞ୍ଚି ଯାଇଛି।  ପେଟ୍ରୋଲ ମୂଲ୍ୟ ଖୁବ୍ ବଢିଯାଇଛି। ଆଇଏମ୍‌ଏଫ୍ କର ବଢାଇବାକୁ ଚାହେଁ। ବିଜୁଳି ଖର୍ଚ୍ଚ ବଢିଯାଇଛି। ଆମେ ଆମଦାନୀ କରିବାରେ ସକ୍ଷମ ନୁହେଁ। ପିଓକେ‌ରେ ବିରୋଧ ମୁ୍ୟ ଭାବରେ ବିଜୁଳି ବିଲ୍‌ ବୃଦ୍ଧିର କାରଣ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.