ନୂଆଦିଲ୍ଲୀ,୨୫/୦୮: ଦୀର୍ଘ ୯୦ ଦିନରୁ ଅଧିକ ସମୟ ହେଲା ମହାକାଶ କେନ୍ଦ୍ରରେ ଅଟକି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଶ ୱିଲମୋର ଆସନ୍ତାବର୍ଷ ଅର୍ଥାତ ୨୦୨୫ ଫେବ୍ରୁଆରୀରେ ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଏହି ସୂଚନା ଦେଇଛି ।
After extensive review by experts across the agency, NASA's @BoeingSpace Crew Flight Test will return with an uncrewed #Starliner. Astronauts Butch Wilmore and Suni Williams are scheduled to return to Earth next spring aboard #Crew9: https://t.co/bfjenUU1Jf pic.twitter.com/c4NzZVJcvw
— NASA (@NASA) August 24, 2024
ନାସାର ପ୍ରଶାସକ ବିଲ୍ ନେଲ୍ସନ କହିଛନ୍ତି ଆସନ୍ତାବର୍ଷ ଫେବ୍ରୁଆରୀରେ ଉଭୟ ସୁନୀତା ଓ ବୁଶ ସ୍ପେଶଏକ୍ସର କ୍ରୁ-୯ ସହିତ ଫେରିବେ । ବୋଇଂ ଷ୍ଟାରଲାଇନର ବିନା ଚାଳକ ଦଳ ସହିତ ପୃଥିବୀ ପୃଷ୍ଠକୁ ଫେରିବ । ବୋଇଂ ଏହି ନିଷ୍ପତ୍ତି ନେବା ପୂର୍ବରୁ ଜରୁରି ତଥ୍ୟ ହାସଲ କରିବା ଲାଗି ନାସା ସହ ବ୍ୟାପକ ବିଚାରବିମର୍ଶ କରିଛି । ସୁନୀତା ଓ ବୁଶ ଗତ ଜୁନ ୫ ତାରିଖରେ ନାସାରା ବୋଇଂ ଷ୍ଟାରଲାଇନର ମହାକାଶ ଯାନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ । ଉଭୟେ ଜୁନ ୧୩ରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବାର ଥିଲା । କିନ୍ତୁ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସେମାନେ ଫେରିପାରି ନଥିଲେ । ଉଭୟେ ନାସା ଓ ବୋଇଂର ମିଳିତ ଅଭିଯାନରେ କ୍ରୁ ଫ୍ଲାଇଟ ଟେଷ୍ଟ ମିଶନ ଅଧୀନରେ ମହାକାଶ କେନ୍ଦ୍ରକୁ ଯାଇଥିଲେ । ସୁନୀତା ମହାକାଶଯାନର ପାଇଲଟ ଥିଲା ବେଳେ ବୁଶ୍ ମିଶନ କମାଣ୍ଡର ଥିଲେ । ଉଭୟଙ୍କୁ ମହାକାଶ କେନ୍ଦ୍ରରେ ପହଞ୍ଚାଇବା ଓ ସେଠାରେ କିଛିଦିନ ରହିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଥିଲା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।