ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି. ଗଲାଣୀ ୧୧୨ରୁ ଅଧିକ ଲୋକଙ୍କର ଜୀବନ

ନୂଆଦିଲ୍ଲୀ,୨୮/୯:  ନେପାଳରେ ତାଣ୍ଡବ ରଚିଛି ମୌସୁମୀ ବର୍ଷା। ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଆସିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ୧୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ୬୮ ଜଣ ନିଖୋଜ ଅଛନ୍ତି। ଲଗାଣ ବର୍ଷା ଯୋଗୁ ନେପାଳର ଅନେକ ଅଞ୍ଚଳ ପାଣି ଘେରରେ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନେପାଳ ପୁଲିସର ମୁଖପାତ୍ର ଡାନ ବାହାଦୂର କାର୍କିଙ୍କ ସୂଚନା ଅନୁସାରେ, ନେପାଳର ଆସିଥିବା ବନ୍ୟା ଓ ଭୂସ୍ଖଳନରେ ୧୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି। ଏଥିସହ ୬୮ ଜଣ ନିଖୋଜ ଅଛନ୍ତି। ନେପାଳର ରାଜଧାନୀ କାଠମାଣ୍ଡୁରେ ବହୁ ଘର ପାଣିଘେରରେ ରହିଛି। ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ହେଲକପ୍ଟର ଓ ମୋଟରବୋଟ ସାହାଯ୍ୟରେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ ନିଆଯାଇଛି। ସେପଟେ ଭୂସ୍ଖଳନ ଯୋଗୁ ୮ଟି ସ୍ଥାନରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ  ଲଗାଣ ବର୍ଷା ଯୋଗୁ କୋଶି ଓ ଗଣ୍ଡକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.