ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଭାରତୀୟ ପର୍ଯ୍ୟଟକଙ୍କୁ ବଡ଼ ଉପହାର , ଏଠାରେ ବି କାମରେ ଆସିବ ୟୁପିଆଇ

ପ୍ୟାରିସ୍‌ : ଭାରତରେ ଟ୍ରାଜାକ୍ସନକୁ ସହଜ କରିବା ପାଇଁ ୟୁପିଆଇ ଏବେ ଫ୍ରାନ୍ସରେ ମଧ୍ୟ କାମ କରିବ। ଶୁକ୍ରବାର ଏହାକୁ ଏଫିଲ ଟାୱାରରେ ଲଞ୍ଚ କରାଯାଇଛି। ଏହା ଫ୍ରାନ୍ସ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ କୌଣସି ଉପହାର ପରି ମନେ ହୋଇଛି। ଏଫିଲ ଟାୱାର ଯାଉଥିବା ଭାରତୀୟ ଟୁରିଷ୍ଟ ୟୁପିଆଇର ବ୍ୟବହାର କରି ସହଜରେ ଅନଲାଇନ୍‌ ଟିକେଟ୍‌ କିଣି ପାରିବେ। ଏହାର ଘୋଷଣା ପ୍ୟାରିସ୍‌ରେ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ କରାଯାଇଛି। ଏହି ପଦକ୍ଷେପ ଏଥିପାଇଁ ମଧ୍ୟ ଖୁବ୍‌ ବଡ଼ ମନେ କରାଯାଉଛି, କାରଣ ଏଫିଲ ଟାୱର ଯାଉଥିବା ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତୀୟମାନେ ଦ୍ୱିତୀୟ ନମ୍ୱରରେ ରହିଛନ୍ତି। 

ଉକ୍ତ ଘୋଷଣା ପରେ ଭାରତୀୟ ପର୍ଯ୍ୟଟକ ୟୁପିଆଇ ସପୋର୍ଟେଡ୍‌ ଆପ୍ସ ମାଧ୍ୟମରେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଖୁବ୍‌ ସହଜରେ ପେମେଣ୍ଟ କରି ପାରିବେ। କେବଳ ଏଫିଲ ଟାୱର ନୁହେଁ, ହୋଟେଲ ବୁକ୍‌ କରିବା, ମ୍ୟୁଜିୟମ୍‌ର ଭିଜିଟ୍‌ କରିବା ସମେତ ଫ୍ରାନ୍ସରେ ରହିବା ସମ୍ୱନ୍ଧୀୟ ସେବା ଗୁଡ଼ିକରେ ମଧ୍ୟ ଏହା ସାହାଯ୍ୟକାରୀ ହେବ।  


ଫ୍ରାନ୍ସରେ ୟୁପିଆଇର ସ୍ୱୀକାର୍ଯ୍ୟତା ଫ୍ରାନ୍ସ ଓ ୟୁରୋପରେ ଟୁରିଜିମ୍‌ ଓ ରିଟେଲ ସେକ୍ଟରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ରାସ୍ତା ଖୋଲିଛି। ଏହି କାର୍ଯ୍ୟକ୍ରମ ବେଳେ ଫ୍ରାନ୍ସ ଓ ମୋନାକୋରେ ଭାରତର ରାଷ୍ଟ୍ରଦୂତ ଏମ୍ ଜାଭେଦ ଅଶରଫ ଓ ଲାୟରାଙ୍କ ପ୍ରତିନିଧି ସାମିଲ ଥିଲେ। ଏଥିରେ ଲାୟରା ସମୂହର ଅଧ୍ୟକ୍ଷ ଏଲେନ ଲେକୋର , ଲାୟରା ଫ୍ରାନ୍ସର ବାଣିଜ୍ୟିକ ନିର୍ଦ୍ଦେଶକ କ୍ରିଷ୍ଟୋଫ ମ୍ୟାରିଏଟ୍ ଓ ସୋସାଇଟି ଡି’ଏକ୍ସପ୍ଲଇଟେସନ ଡେ ଲା ଟୁର ଏଫିଲର ସିଇଓ ପାଟ୍ରିକ୍‌ ବ୍ରେଙ୍କୋ ରୁଇବୋ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.