ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୬୫ ବର୍ଷ ପରେ ଆୟୁ ବୃଦ୍ଧି କରିବାକୁ ଚାହୁଁଥିଲେ, ଖାଆନ୍ତୁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର, ୧।୦୨: ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନେବାକୁ ହୋଇଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଖାଇବା ପିଇବା ମଧ୍ୟ କମାଇ ଦିଅନ୍ତି । ଫଳରେ ଶରୀରକୁ ଆବଶ୍ୟକ ହେଉଥିବା ଭିଟାମିନ୍ ଓ ପୋଷକତତ୍ତ୍ୱ ଅଭାବରୁ ସେମାନଙ୍କଠାରେ ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ । ତେଣୁ ସୁସ୍ଥ ଶରୀର ଓ ମାଂସପେଶୀକୁ ମଜବୁତ୍ ରଖିବାକୁ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍, ତଥା ଭରପୂର ମାତ୍ରାର ପୋଷକତତ୍ତ୍ୱ ଖାଦ୍ୟର ଆବଶ୍ୟକତା ପଡ଼ୁଥିବାରୁ ୬୫ ବର୍ଷ ପରେ ଆୟୁ ବୃଦ୍ଧି ପାଇଁ ଏହିସବୁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।  

- ଡାଲିଜାତୀୟ ପଦାର୍ଥ ତଥା: ମୁଗ, ଚଣା, ହରଡ଼, ବିରି, କୋଳଥରେ ଅଧିକ ଭିଟାମିନ୍, ତନ୍ତୁଜାତୀୟ ଓ ପୋଷକତତ୍ତ୍ୱ ରହିଥିବାରୁ ଏହାକୁ ନିୟମିତ ଖାଇପାରିବେ । 

- ସେହିପରି କ୍ଷୀର, ଦହି, ପନିରରେ ଅଧିକ ପ୍ରୋଟିନ୍ ରହିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଅସ୍ଥି, ମାଂସପେଶୀ, ମଜବୁତ୍ ରହେ । 

- ସୋୟାବିନ୍‌ରେ ଅଧିକ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିପାରିବେ । 

- ଅଖରୋଟ୍, କାଜୁ, ଖାଦ୍ୟଯୁକ୍ତ ମଞ୍ଜି, ନଟ୍ସ, ଡ୍ରାଏ ଫ୍ରୁଟ୍ସରେ ଅଧିକ ମାତ୍ରାର ପ୍ରୋଟିନ୍ ଏବଂ ପୋଷକତତ୍ତ୍ୱ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଫଳପ୍ରଦ । 

- ଧଣିଆକୁ ସାଲାଡ୍ କିମ୍ୱା ସୁପ୍ ବନାଇ ପିଇବା ଦ୍ୱାରା ଶରୀର ମଜବୁତ୍ ରହିବା ସହ ରୋଗପ୍ରତିରୋଧକ ଶକ୍ତ ବୃଦ୍ଧି ହୋଇଥାଏ । 

- ଓଟ୍ସ, କଳାଚଣା, ତୈଳବୀଜ, କଦଳୀ, ଲିଚୁ, ଲେମ୍ୱୁ, ଡାଳିମ୍ୱ ଆଦି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟପ୍ରଦ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.