ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଜୁଲାଇ ୧୯ରେ ‘ଉଲ୍‌କା’ର ପୁନର୍ମୁକ୍ତି , ଜୟଦେବ ଭବନରେ ହେବ ପ୍ରଦର୍ଶିତ

ଭୁବନେଶ୍ୱର,୧୧/୦୭: କେତେ ଖୋଜାଖୋଜି, କେତେ  ସଫାସଫି, କେତେ ସୁତୁରା ସୁତୁରି ପରେ ପୁନରୁଦ୍ଧାର ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଉଲ୍‌କା’ । ୧୯୮୧ ମସିହା  ମେ’ ୨୯ରେ ଓଡ଼ିଆ ଚଳଚ୍ଚିତ୍ର  ଇତିହାସର ଅନ୍ୟତମ  ପରୀକ୍ଷାମୂଳକ ସଂଯୋଜନା  ‘ଉଲ୍‌କା’ ପ୍ରେକ୍ଷାଳୟକୁ  ଆସିଥିଲା । ଏବେ ସେ ସଂଯୋଜନାକୁ ଆଉ ଥରେ  ଦେଖିବେ । 

ଚଳିତ ଜୁଲାଇ ୧୯  ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ  ସ୍ଥାନୀୟ ଜୟଦେବ ଭବନରେ ଏହା ପ୍ରଦର୍ଶିତ ହେବ । ଫିଲ୍ମ ଜର୍ଣ୍ଣାଲିଷ୍ଟସ୍‌  ଫୋରମ୍‌ ପକ୍ଷରୁ ପୁନରୁଦ୍ଧାର ଅତୀତକୁ ସାଇତି ରଖିବାର ଏକ ବିନମ୍ର  ଉଦ୍ୟମରେ ‘ସ୍ମୃତିଛାୟା’ ୨୧ କ୍ରମରେ ଏହାର ସ୍କ୍ରିନିଂ ହେବାକୁ ଯାଉଛି ।  ଏହି ଅବସରରେ ଚଳଚ୍ଚିତ୍ର ‘ଉଲ୍‌କା’ ସହ ସମ୍ପୃକ୍ତ ଶିଳ୍ପୀ ଏବଂ ଏହାର  ପୁନରୁଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଚଳଚ୍ଚିତ୍ର ‘ଉଲ୍‌କା’ ସମ୍ପର୍କରେ ଏକ କ୍ଷୁଦ୍ର ସୂଚନା ପୁସ୍ତକ ମଧ୍ୟ ଲୋକାର୍ପିତ ହେବ ବୋଲି  ଫୋରମ୍‌ର ମୁଖ୍ୟ ସୂର୍ଯ୍ୟ ଦେଓ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.