ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପରିବର୍ତ୍ତନ ମୁହାଁ ଓଡିଶା ରାଜନୀତି !

ଭୁବନେଶ୍ବର, ୪/୬ :  ଓଡ଼ିଶା ରାଜନୀତି ପରିବର୍ତ୍ତନ ମୁହାଁ ! ଚଳିତ ସାଧରଣ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଶାସକ ବିଜେଡିକୁ ମିଳିଛି ୫୦, ବିଜେପିକୁ ୭୯, କଂଗ୍ରେସକୁ ୧୪, ଅନ୍ୟଦଳକୁ ୪ । ଖବର ଲେଖା ହେବା ସୁଦ୍ଧା ଏହି ଟ୍ରେଣ୍ଡ ଚାଲୁ ରହିଛି । ଯାହାକୁ ନେଇ ଏବେ ବିଜେପି ଶିବିରରେ ଉତ୍କଣ୍ଠା ଦେଖାଦେଇଛି । ବିଜେଡିର ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ମଙ୍ଗଳବାର ନିର୍ବାଚନର ଫଳାଫଳକୁ ଦେଖିଲେ ଓଡ଼ିଶା ରାଜନୀତିରେ ଏବେ ପରିବର୍ତ୍ତନ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । 

ରାଜ୍ୟରେ ୨୪ବର୍ଷ ପରେ ସରକାର ଏବେ ପରିବର୍ତ୍ତନ ମୁହାଁ । ରାଜ୍ୟରେ ବିଜେପି ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଆସିଥିବା ଫଳାଫଳକୁ ନଜର ପକାଇଲେ ଦ୍ବିତୀୟ ସ୍ଥାନରେ ବିଜେଡି ରହିଥିବାବେଳେ ତୃତୀୟ ସ୍ଥାନରେ ଏବେ କଂଗ୍ରେସ । ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ରାଜ୍ୟରେ ସରକାର ପରିବର୍ତ୍ତନ ହାଓ୍ବା ଦେଖା ଦେଇଛି । ବିଜେଡି ଲକ୍ଷ୍ୟ ରଖିଥିବା ନବୀନଙ୍କ ରେକର୍ଡ଼ରେ ଲାଗିବକି ବ୍ରେକ୍ ! ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି ।  ଯଦି ଟ୍ରେଣ୍ଡ ଅନୁସାରେ ଲଗାତର ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବେ ନବୀନ ପଟ୍ଟନାୟକ ତେବେ ଏହି ରେକର୍ଡ଼ ସୃଷ୍ଟି କରିବାରେ ଏବେ ବିରାମ ଚିହ୍ନ ଲାଗିବ । ଗତ ୨୦୦୦ମସିହାରୁ ନୋ ବ୍ରେକରେ ବିଜୟ ହୋଇ ଆସୁଛନ୍ତି ନବୀନ ପଟ୍ଟନାୟକ ।   

ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର । ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନ ଓଡ଼ିଶା ରାଜନୀତିରେ ତାଙ୍କର ଭାଗ୍ୟ ପରୀକ୍ଷା କରିଥିଲେ । ୧୯୯୮ମସିହାରେ ପ୍ରଥମ ଥର ସେ ଲୋକସଭାକୁ ଆସ୍କା ଲୋକସଭାରୁ ସାଂସଦ ହୋଇଥିଲେ । ପରେ ୧୯୯୯ରେ ମଧ୍ୟ ସମାନ ଭାବେ ଆସ୍କା ଲୋକସଭାରୁ ସାଂସଦ ହୋଇ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରେ ୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ରାଜ୍ୟରେ ଜନ୍ମ ନେଇଥିଲା ‘ବିଜେଡି’ନାମକ ଏକ ଆଞ୍ଚଳିକ ଦଳ । ଯାହାର ମୁଖିଆ ହୋଇଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାସ୍ ଏଇଠୁ ଆରମ୍ଭ ହୋଇଥିଲା ତାଙ୍କ ବିଜୟ ଯାତ୍ରା । କ୍ରମାଗତ ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯, ୨୦୨୪ନିର୍ବାଚନରେ ଜିତି ଆସିଛି ବିଜେଡି । ପ୍ରଥମେ ୨୦୦୦ ଏବଂ ୨୦୦୪ରେ ବିଜେପି ସହ ମେଣ୍ଟ କରି ବିଜେଡି ରାଜ୍ୟରେ ସରକାର ଚଳାଇବାରେ ସକ୍ଷମ ହୋଇଥିଲା । ମାତ୍ର ୨୦୦୯ରେ ନବୀନ ବିଜେପି ସହ ସମ୍ପର୍କ ତୁଟାଇ ଦେଇଥିଲେ । ଆଉ ରାଜ୍ୟରେ ନିଜ ବଳରେ ନିର୍ବାଚନ ଲଢିଥିଲେ । ସବୁ ନିର୍ବାଚନରେ ବହୁମତ ସହ ସରକାର ଗଢିବାରେ ସକ୍ଷମ ହୋଇଥିଲା ବିଜେଡି । ମାତ୍ର ଚଳିତ ନିର୍ବାଚନର ଟ୍ରେଣ୍ଡକୁ ଲକ୍ଷ୍ୟ କଲେ ରାଜ୍ୟରେ ସରକାର ପରିବର୍ତ୍ତନର ହାଓ୍ବା ଦେଖାଯାଉଛି । ନବୀନ ଶାନ୍ତ ସରଳ ସ୍ବଭାବର ହୋଇଥିବାରୁ ସେ ସହଜରେ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଥାନ୍ତି । ଯାହାକୁ ନେଇ ସାରା ଦେଶରେ ଏକ ପ୍ରକାର କ୍ରେଜ ରହିଛି ତାଙ୍କର । ନିରନ୍ତର, ନିରବଛିନ୍ନ ଭାବେ ୨୪ବର୍ଷର ଶାସନ ନିଜ ପାଖରେ ରଖିବାରେ ସଫଳ ହୋଇଛନ୍ତି । 

୨୦୨୪ରେ କିନ୍ତୁ ତାଙ୍କ ରେକର୍ଡ଼ରେ ବ୍ରେକ୍ ଲାଗିଛି । ଘନ ଘନ ବିଜେପି ନେତାଙ୍କ ଗସ୍ତ ହେଉ କିମ୍ବା ବାରମ୍ବାର ବିଜେଡି ଉପରେ ନିଶାନା ଲୋକଙ୍କ ମନକୁ ପରିବର୍ତ୍ତନ କରିଛି । ରାଜ୍ୟରେ ଓଡ଼ିଆ ଅସ୍ମିତାର କଥା ହେଉ କିମ୍ବା ଚାରିଦ୍ବାର ଖୋଲା ଏବଂ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇଥିଲା ବିଜେପି । ସେହିଭଳି ବିଜେଡି କିନ୍ତୁ ତା’ର ୧୦୦ୟୁନିଟ ବିଜୁଳି ମାଗଣା ଦେବା ହେଉ କିମ୍ବା ମିଶନ ଶକ୍ତି ମା’ମାନଙ୍କୁ ପେନସନ ଦେବା ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିଥିଲା । ଯାହା କିନ୍ତୁ ଫଳାଫଳର ଟ୍ରେଣ୍ଡ ଦେଖିଲେ ବିଜେଡି ବ୍ୟାକଫୁଟରେ ଥିବା ଦେଖାଯାଉଛି । ଯଦି ବିଜେଡି ସଂଖ୍ୟାଗରିଷ୍ଠତା ଲାଭ କରୁନାହିଁ ତେବେ ସାଧାରଣରେ ଏବେ ଠୁ ଚର୍ଚ୍ଚା ହେଲାଣି ଦେଶରେ ନବୀନ ରେକର୍ଡ଼ କରିବାର ସ୍ବପ୍ନ ଭାଙ୍ଗିଯିବ। ଖବର ଲେଖା ହେବା ସୁଦ୍ଧା ଏହି ଟ୍ରେଣ୍ଡରେ ଓଡ଼ିଶାର ଭୋଟର ୨୪ବର୍ଷ ପରେ ବଦଳିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସ୍ପଷ୍ଟ ଚିତ୍ର ଆସିବା ପରେ ଜଣାପଡ଼ିବ ଓଡ଼ିଶାରେ କାହାର ପଲ୍ଲା ଭାରି ରହୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.