ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଆଥ୍‌ଲେଟିକ୍ସରେ ୯୨ ବର୍ଷୀୟାଙ୍କୁ ୩ ସ୍ୱର୍ଣ୍ଣ, ୱର୍ଲଡ୍‌ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବାକୁ ଯିବେ ସ୍ୱିଡେନ୍‌

ନୂଆଦିଲ୍ଲୀ ୦୨/୦୪: ବିକାନେର ବାସିନ୍ଦା ଜଣେ ବୃଦ୍ଧାଙ୍କ କାହାଣୀ ଏବେ ସମାଜ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି । ତାଙ୍କ ବୟସ ୯୨ ବର୍ଷ । ଏ ବୟସରେ ସେ ନ୍ୟାସନାଲ ମାଷ୍ଟର ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ ହୋଇଛନ୍ତି । ବୟସ୍କଙ୍କ ବିଭାଗରେ ଦୌଡ଼ ସମେତ ଶଟ୍‌ପୁଟ୍‌ ଓ ଥାଳିଆ ଫିଙ୍ଗାରେ ସେ ମୋଟ୍‌ ୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ବିଜୟ ପରେ ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବାକୁ ଯାଉଛନ୍ତି । 

୯୨ ବର୍ଷୀୟା ପାନା ଦେବୀ ବିକାନେର୍‌ର ଚୌଧରୀ କଲୋନିରେ ରହୁଛନ୍ତି । ବୟସକୁ ମାତ୍‌ ଦେଇ ସେ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ତାହା ଲୋକଙ୍କୁ ପ୍ରେରଣା ଦେଉଛି । ତାଙ୍କ ବୟସର ଲୋକ ଚଲାବୁଲା କରିପାରୁ ନ ଥିବାବେଳେ ପାନା ଦେବୀ ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିକଟରେ ପୁନେରେ ଅନୁଷ୍ଠିତ ୪୪ତମ ନ୍ୟାସ୍‌ନାଲ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌-୨୦୨୪ରେ ସେ ଏହି ସଫଳତା ପାଇଛନ୍ତି । ୧୦୦ ମିଟର ଦୌଡ଼ରେ ଗୋଟିଏ ସ୍ୱର୍ଣ୍ଣ ପଦକ, ଶଟ୍‌ପୁଟ୍‌ ଓ ଥାଳିଆ ଫିଙ୍ଗାରେ ସେ ୨ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି । ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ । ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପାନା ଦେବୀ ଏ ଥର ସ୍ୱିଡେନ୍‌ ଯିବେ । ପାନା ଦେବୀ ନିଜର ସବୁ ଦୈନନ୍ଦିନ କାର୍ଯ୍ୟ ନିଜେ କରୁଛନ୍ତି । 

ସୁସ୍ଥ ଶରୀର ଓ ଦୀର୍ଘାୟୁ ହେବାର ମୂଳ ମନ୍ତ୍ର ବିଷୟରେ ଖୁଲାସା କରି କହିଛନ୍ତି, ସେ ଫାଷ୍ଟ୍‌ ଫୁଡ୍‌, ପ୍ୟାକେଟ୍‌ ଖାଦ୍ୟ, ମାଦକ ଦ୍ରବ୍ୟ କେବେ ଖାଆନ୍ତି ନାହିଁ । ସକାଳ ୫ଟାରେ ସେ ଶଯ୍ୟା ଛାଡ଼ନ୍ତି । ମନ୍ଦିର ଯାଆନ୍ତି, ଗାଈଙ୍କୁ ରୁଟି, ପକ୍ଷୀଙ୍କୁ ଦାନା ଦିଅନ୍ତି । ଘରର ଯାବତୀୟ କାମ କରନ୍ତି । ଘରେ ଛାଛ୍‌, ରାବିଡ଼ି ଏବଂ ବାଜରା ଓ ଗହମ ରୁଟି ଖାଆନ୍ତି । ସନ୍ଧ୍ୟାରେ ଶୀଘ୍ର ରାତ୍ରିଭୋଜନ କରନ୍ତି । ଦୀର୍ଘ ବର୍ଷ ହେଲା କୌଣସି ପ୍ରକାର ଔଷଧ ଖାଇନାହାନ୍ତି ବୋଲି ପାନା ଦେବୀ କହିଛନ୍ତି । ପ୍ରତିଦିନ ୨ ଘଣ୍ଟା କସରତ କରିବାକୁ ସେ ଯୁବପିଢ଼ିଙ୍କୁ ଉପଦେଶ ଦେଇଛନ୍ତି । 

ପାନା ଦେବୀଙ୍କ ନାତି ଜୟ କିଶନ ତାଙ୍କୁ କ୍ରୀଡ଼ା ପ୍ରତି ପ୍ରେରିତ କରିଥିଲେ । ଜୟ କିଶନ ମଧ୍ୟ ଜଣେ ଜାତୀୟ ସ୍ତରର ଖେଳାଳି । ପିଲାଙ୍କୁ ସେ ବିଭିନ୍ନ ଖେଳକୁଦର ତାଲିମ ଦେଉଛନ୍ତି । ଦିନେ ସେ ନିଜ କାମ ଦେଖାଇବାକୁ ଜେଜେମା’ ପାନା ଦେବୀଙ୍କୁ ସାଙ୍ଗରେ ଷ୍ଟାଡିୟମ୍‌ ନେଇଥିଲେ । ସେବେଠୁ ପାନା ଦେବୀ ପ୍ରତିଦିନ ଷ୍ଟାଡିୟମ୍‌ ଯିବାକୁ ଲାଗିଲେ । ଦିନେ ସେ କହିଲେ- ମୁଁ ବି ଖେଳିବାକୁ ଚାହୁଁଛି । ଜୟ କିଶନ ତାଙ୍କ ସାହସ ବଢ଼ାଇଲେ । ତାଙ୍କ ନିଷ୍ଠାର ଫଳ ଆଜି ସମସ୍ତେ ଦେଖୁଛନ୍ତି । ପାନା ଦେବୀ ଗାଁର ମହିଳାଙ୍କୁ କ୍ରୀଡ଼ା ପ୍ରତି ପ୍ରୋତ୍ସାହିତ କରୁଛନ୍ତି । ଏହି ଉପଲବ୍ଧି ପରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ପାନା ଦେବୀଙ୍କୁ ଭେଟିବାକୁ ଆସୁଛନ୍ତି । ତାଙ୍କ ନାତି ଜୟ କିଶନ କହିଛନ୍ତି, ତାଙ୍କ ପରିବାରରେ ମୋଟ୍‌ ୮୦ ସଦସ୍ୟ ଅଛନ୍ତି । ପାନା ଦେବୀଙ୍କର ୫ ପୁଅ ଓ ୩ ଝିଅ ଅଛନ୍ତି । ସେ ଅଣନାତି ନାତୁଣୀ ମଧ୍ୟ ଦେଖିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.