ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ସଫଳ ହେଲା ରେସକ୍ୟୁ ଅପରେସନ, ଡିପ୍ ବୋରୱେଲ ଗାତ ଭିତରୁ ବୃଦ୍ଧା ଉଦ୍ଧାର

ସୁବର୍ଣ୍ଣପୁର, ୧୪/୧୧ : ବୋରୱେଲ ଗାତ ଭିତରୁ ବୃଦ୍ଧା ଉଦ୍ଧାର। ସୁବର୍ଣ୍ଣପୁର କଇଁଫୁଲ ଗାଁରେ ୨୦ ଫୁଟ ବୋରୱେଲ ଗାତ ଭିତରକୁ ଖସିପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ବୃଦ୍ଧାଙ୍କୁ ଉଦ୍ଧାର କରିଛି। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ବୃଦ୍ଧାଙ୍କୁ ବୋରୱେଲ ଭିତରୁ ଉଦ୍ଧାର କରାଯାଇଛି। ବୃଦ୍ଧାଙ୍କୁ ଏବେ ହସ୍ପିଟାଲ ନିଆଯାଉଛି। ସେ ଗୁରୁତର ଥିବା ଜଣାପଡ଼ିଛି। 

ସୂଚନାନୁଯାୟୀ, ସୋମବାର ସକାଳେ ସୁବର୍ଣ୍ଣପୁର କଇଁଫୁଲ ଗାଁରେ ଜଣେ ବୃଦ୍ଧା ଅସାବଧାନତାବଶତଃ ବୋରୱେଲରେ ଖସିପଡ଼ିଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ବୃଦ୍ଧାଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ତେବେ ରେସକ୍ୟୁ ଅପରେସନ ଚ୍ୟାଲେଞ୍ଜିଂ ଥିଲା। ବୃଦ୍ଧାଙ୍କ ନିକଟରେ ଏକ ଗାତ ଭିତରେ ଏକ ଚିତି ସାପ ରହିଥିଲା। ହେଲେ ସାପଟି ବୃଦ୍ଧାଙ୍କର କିଛି କ୍ଷତି କରି ନଥିବା ଅଗ୍ନିଶମ ବାହିନୀ ସୂଚନା ଦେଇଛନ୍ତି। 

ଅପର ପକ୍ଷରେ ବୋରୱେଲ କିଏ ଖୋଳି ଖୋଲା ଛାଡ଼ିଥିଲା ତାହାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା କହିଛନ୍ତି। 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.