ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବାଲେଶ୍ୱର ଉପକୂଳ ମୁହାଁ ଅଲିଭ୍‌ ରିଡ୍‌ଲେ, ଅକ୍ଟୋବରରେ ଅଣ୍ଡାଦେବା ପ୍ରଥମ ଘଟଣା

ବାଲେଶ୍ୱର, ୩।୧୧: କିଛିବର୍ଷ ହେବ ବାଲେଶ୍ୱର ଜିଲ୍ଲାର ସମୁଦ୍ର ଉପକୂଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ଆକୃଷ୍ଟ କରୁଛି । ଫଳରେ ପ୍ରତିବର୍ଷ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଚଳିତବର୍ଷ ଅକ୍ଟୋବର ୩୧ ତାରିଖରେ ଏହି କଇଁଛ ଚାନ୍ଦିପୁର ରେଞ୍ଜ୍‌ ଅନ୍ତର୍ଗତ ଡଗରା-ଚୌମୁଖ ବେଳାଭୂମିରେ ଅଣ୍ଡା ଦେବା ଆରମ୍ଭ କରିଛନ୍ତି । ଅଲିଭ୍‌ ରିଡ୍‌ଲେ କଇଁଛ ଅକ୍ଟୋବରରେ ଅଣ୍ଡାଦେବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି । ଏହି ଖବର ଜଣାପଡ଼ିବା ପରେ ଏଥର ଅଧିକ ସଂଖ୍ୟକ ଅଣ୍ଡା ମିଳିବା ନେଇ ବନବିଭାଗ ଅଧିକାରୀ ଆଶାବାଦୀ ଅଛନ୍ତି । ବାଲେଶ୍ୱର ଜିଲ୍ଲାର ସାଧାରଣତଃ ଚାନ୍ଦିପୁର, ଜଳେଶ୍ୱର ବନକ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଦେଇଥାନ୍ତି । ଜଳେଶ୍ୱର ବନକ୍ଷେତ୍ର ଅନ୍ତର୍ଗତ ମୁରଲିଚଡ଼ ଓ ଉଦୟପୁର, ଚାନ୍ଦିପୁର ବନଖଣ୍ଡ ଅନ୍ତର୍ଗତ ଡଗରାଚୌମୁଖ, କଷାଫଳ, ହସଁକରା ଭଳି ବିଭିନ୍ନ ବେଳାଭୂମିରେ ଅଣ୍ଡା ଦାନ କରୁଛନ୍ତି । 

ତେବେ କିଛି ବର୍ଷ ହେଲା ଏହି ସବୁ ବେଳାଭୂମିରେ ଆକୃଷ୍ଟ କରୁଥିବାରୁ ଅଧିକରୁ ଅଧିକ ଅଲ୍‌ଭି ରିଡ୍‌ଲେ କଇଁଛ ଆସୁଛନ୍ତି । ୨୦୧୯-୨୦ ମସିହାରେ ଚାନ୍ଦିପୁର ରେଞ୍ଜ୍‌ ଅନ୍ତର୍ଗତ ବିଭିନ୍ନ ବେଳାଭୂମିରେ ୨୦୨୦ ଫେବ୍ରୁଆରୀ ୨୯ରୁ ୪ ମାର୍ଚ୍ଚ ପର୍ଯ୍ୟନ୍ତ ୨ଟି ସ୍ଥାନରେ ୨୨୨ଟି ଅଣ୍ଡା ଦେଇଥିଲେ । ସେହିଭଳି ୨୦୨୦-୨୧ ମସିହାରେ ୨୦୨୧ ମାର୍ଚ୍ଚ ୬ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ୨ଟି ସ୍ଥାନରେ ୨୧୦ଟି ଅଣ୍ଡା ଦେଇଥିଲେ । ୨୦୨୧୦-୨୨ ମସିହା ପାଇଁ ୨୦୨୨ ଫେବ୍ରୁଆରୀ ୨୫ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ୫ଟି ସ୍ଥାନରେ ୫୮୦ ଅଣ୍ଡା ଦେଇଥିଲେ । ତେବେ ୨୦୨୨-୨୩ ବର୍ଷରେ ଏକ ବିରଳ ରେର୍କଡ ସୃଷ୍ଟି ହୋଇଥିଲା । ଏହି ବର୍ଷ ପାଇଁ ୨୦୨୩ ଫେବ୍ରୁଆରୀ ୧୭ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ୧୯ ସ୍ଥାନରେ ୧୯୪୫ଟି ଅଣ୍ଡା ଦେଇଥିଲେ । 

ସେହିଭଳି ଅନ୍ୟ ଏକ ତଥ୍ୟ ମୁତାବକ, ପାଞ୍ଚ ବର୍ଷ ଭିତରେ ଏହି କଇଁଛ ଜିଲ୍ଲାର ବିଭିନ୍ନ ବେଳାଭୂମିରେ ୨ ହଜାର ୬୪୫ ଅଣ୍ଡା ଦେଇଛନ୍ତି । ସେଥିରୁ ୧ ହଜାର ୯୨୯ ଶାବକ ସମୁଦ୍ର ଭିତରକୁ ଯାଇଛନ୍ତି । ୨୦୧୮-୨୦୧୯ ଆର୍ଥିକ ବର୍ଷରେ ଚାନ୍ଦିପୁର ବନକ୍ଷେତ୍ର ଅଧୀନରେ କୌଣସି କଇଁଛ ଅଣ୍ଡା ଦେଇ ନ ଥିଲେ । ଜଳେଶ୍ୱର ବନକ୍ଷେତ୍ର ଅନ୍ତର୍ଗତ ମୁରଲିଚଡ଼ ଓ ଉଦୟପୁର ବେଳାଭୂମିରୁ ୨୧୧ଟି ଶାବକ, ୨୦୧୯-୨୦ ଆର୍ଥିକ ବର୍ଷରେ ଚାନ୍ଦିପୁର ବନକ୍ଷେତ୍ର ଅନ୍ତର୍ଗତ ଚୌମୁଖ ଓ ଡଗରା ସମୁଦ୍ର ମୁହାଣରୁ ୨୨୨ ଶାବକ, ଜଳେଶ୍ୱର ବନକ୍ଷେତ୍ର ଅନ୍ତର୍ଗତ ବିଚିତ୍ରପୁର ମୁହାଣରୁ ୭୫ଟି ଶାବକ ଜନ୍ମ ହୋଇଥିଲେ । ୨୦୨୦-୨୧ ମସିହାରେ ଚାନ୍ଦିପୁର ବନ୍ୟକ୍ଷେତ୍ର ଅନ୍ତର୍ଗତ ଡଗରା ବେଳାଭୂମିରେ ୧୧୬ ଶାବକ, ଜଳେଶ୍ୱର ବନ୍ୟକ୍ଷେତ୍ର ଅନ୍ତର୍ଗତ ଉଦୟପୁର ମୁହାଣରେ ୮୪ଟି ଶାବକ, ୨୦୨୧- ୨ ୨ େ ର ଚାନ୍ଦିପୁର ବନ୍ୟକ୍ଷେତ୍ର ଅନ୍ତର୍ଗତ ଚୌମୁଖ ମୁହାଣରେ ୧୯୮ଶାବକ, ଜଳେଶ୍ୱର ବନ୍ୟକ୍ଷେତ୍ର ଅନ୍ତର୍ଗତ ଉଦୟପୁରରେ ୧୦୭ ଶାବକ ଜନ୍ମ ନେଇଥିଲେ । ସେହିଭଳି ୨୦୨୨- ୨୩ରେ ଜଳେଶ୍ୱର ବନ୍ୟ କ୍ଷେତ୍ର ଅନ୍ତର୍ଗତ ତାଳସାରୀ ଓ ମୁରଲିଚଡ଼ରେ ୪୧୨ ଶାବକ ଜନ୍ମ ନେଇଥିଲେ । ପ୍ରତିବର୍ଷ ଅଲିଭ ରିଡ୍‌ଲେ କଇଁଛମାନେ ବାଲେଶ୍ୱର ଉପକୂଳବର୍ତ୍ତୀ ମୁହାଁ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ । 

ଫଳରେ ଯେତେ ସଂଖ୍ୟକ ଅଲିଭ୍‌ ରିଡ୍‌ଲେ କଇଁଛ ଆସିବା କଥା ଆସୁନାହାନ୍ତି । ଏହି ପ୍ରକ୍ରିୟା ଚାଲିଲେ ଆଗାମୀ ଦିନରେ ଅଲିଭ ରିଡ୍‌ଲେ କଇଁଛ ବାଲେଶ୍ୱର ଉପକୂଳବର୍ତ୍ତୀ ନହେବା ନେଇ ସମ୍ଭାବନା ଉପୁଜିଛି । ଏନେଇ ଚାନ୍ଦିପୁର ରେଞ୍ଜ୍‌ ଅଫିସର୍‌ ଗଣେଶ ପ୍ରସାଦ ଲେଙ୍କା ସହ ଆଲୋଚନା କରାଯାଇଥିଲା । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବେଳାଭୂମି ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ଆକୃଷ୍ଟ କରିଥିବା କହିଛନ୍ତି । ଏହି ବେଳାଭୂମିରେ ଅଲଭ୍‌ ରିଡ୍‌ଲେ କଇଁଛକୁ କେମିତି ସୁରକ୍ଷା ଦିଆଯାଇପାରିବ, ସେନେଇ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହା ବ୍ୟତୀତ ସେମାନଙ୍କୁ ଠାବ କରିବା ପାଇଁ ଟିମ୍‌ ମଧ୍ୟ ଗଠନ କରଯାଇଛି । ଏସବୁ ସତ୍ତେ୍ୱ ଯେଉଁ ସବୁ ବେଳାଭୂମିରେ ସେମ।।ନ ଅଣ୍ଡା ଦେଉଛନ୍ତି, ସେହି ବେଳାଭୂମିରେ ପର୍ଯ୍ୟଟକଙ୍କ ଉପରେ କିଛିଟା ନିୟମ ଲାଗୁ କରିବା ଜରୁରି । ବିଶେଷ କରି ଏହି କଇଁଛମାନେ ସକାଳେ ଅଣ୍ଡା ଦେଉଥିବାରୁ ସେହି ସମୟରେ ପର୍ଯ୍ୟଟକ ଉପରେ କିଛି ନିୟମ ଲାଗୁ କରିବା ଜରୁରି ବେଲି କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.