ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌-୨୦୨୪: ସନରାଇଜର୍ସ ହାଇଦ୍ରାବାଦକୁ ମିଳିଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪କୁ ନେଇ ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌) ବଡ଼ ପରିବର୍ତ୍ତନ କରିବା ସହ ପ୍ୟାଟ୍‌ କମିନ୍ସଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି । ସେ ୨୦୨୩ ସିଜନର ଅଧିନାୟକ ଆଡନ ମାର୍କରମଙ୍କ ସ୍ଥାନ ନେଇଛନ୍ତି । ହାଇଦ୍ରାବାଦ ଆଇପିଏଲ ୨୦୨୪ ଲାଗି ହୋଇଥିବା ମିନି ଅକ୍ସନରେ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଏହା ସହ କମିନ୍ସ ଦ୍ବିତୀୟ ବଡ଼ ମହଙ୍ଗା ଖେଳାଳିର ମାନ୍ୟତା ପାଇଛନ୍ତି । 

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ କମିନ୍ସଙ୍କୁ ବଡ଼ ଦାୟିତ୍ବ ଦେଇଛି । ସୋସିଆଲ ମିଡିଆରେ ହାଇଦ୍ରାବାଦ ଟିମ୍‌ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଦଳ ପକ୍ଷରୁ ସୋସିଆଲ ମିଡିଆରେ ଲେଖାଯାଇଛି ଯେ, ଆମର ନୂଆ ଅଧିନାୟକ ପ୍ୟାଟ୍‌ କମିନ୍ସ । ତେବେ ଆଇପିଏଲ ୨୦୨୩ରେ ହାଇଦ୍ରବାଦ ଟିମ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା । ଆଡନ ମାର୍କରମଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା । 

୧୪ଟି ମ୍ୟାଚ୍‌ରୁ କେବଳ ୪ଟି ଲିଗ୍‌ ମ୍ୟାଚ୍‌ରେ ବିଜୟ ଲାଭ କରିଥିଲା ଏସଆରଏଚ୍‌ । ଏହା ସହ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅର୍ଥାତ ଦଶମ ସ୍ଥାନରେ ରହିଥିଲା । ସେପଟେ ପ୍ୟାଟ କମିନ୍ସ ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଅଷ୍ଟ୍ରେଲିଆକୁ ବିଜୟୀ କରିଥିଲେ । ଏଭଳି ସ୍ଥିତିରେ କମିନ୍ସ ହାଇଦ୍ରାବାଦକୁ କପ୍‌ ଜିତାଇପାରନ୍ତି ବୋଲି ଖେଳପ୍ରେମୀ ଆଶା ରଖିଛନ୍ତି । 

 

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.