ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନ ହାରିବା ପରେ ପଓ୍ବନ ସିଂହ ରାଜନୈତିକ ଜୀବନକୁ ନେଇ ରଖିଲେ ମତ, ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ,୧୧/୬ : ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂହ ଲୋକସଭା ନିର୍ବାଚନ ୨୦୨୪ରେ ବିହାରର କାରକାଟ ସିଟରୁ ନିର୍ଦଳୀୟ ନିର୍ବାଚନ ଲଢିଥିଲେ । ଭୋଜପୁରୀ ଷ୍ଟାରଙ୍କ କାରଣରୁ ଏହି ସିଟରେ ସମସ୍ତଙ୍କ ନଜର ରହିଥିଲା । ମାତ୍ର ପଓ୍ବନ ସିଂହଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା । କିନ୍ତୁ ସେ ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶଓ୍ବାହାଙ୍କଠାରୁ ଅଧିକ ଭୋଟ ପାଇଥିଲେ । ସବୁଠାରୁ ରୋଚକ କଥା ଏହା କି ପିଏମ୍ ମୋଦୀ ଏବଂ ଅମିତ ଶାହ କୁଶଓ୍ବାହାଙ୍କ ଲାଗି ପ୍ରଚାର କରିଥିଲେ । ସେହିଭଳି ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ପଓ୍ବନ ସିଂହ ଏବେ ସମ୍ପୂର୍ଣ୍ଣ ଭାବେ ଏବେ ନିଜର ଯୋଜନା କରିଛନ୍ତି । ସେ ଆଗାମୀ ଦିନରେ କ‘ଣ କରିବେ । 

ପଓ୍ବନ ସିଂହ ଲୋକସଭା ନିର୍ବାଚନରେ ମିଳିଥିବା ଜନତାଙ୍କ ଭଲପାଇବା ଏବଂ ସମର୍ଥନକୁ ଦେଖି ଉତ୍ସାହ ଅଛନ୍ତି ଏବଂ ଏହାସହ ଭୋଜପୁରୀ ଷ୍ଟାର ନିଜ ରାଜନୈତିକ ଜୀବନକୁ ନେଇ ମତ ରଖିଛନ୍ତି । ପ୍ରକାଶ ଯେ ସେ ନିଜର ରାଜନୈତିକ ପାର୍ଟିର ଗଠନ କରିବାକୁ ଘୋଷଣା କରି ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ପଓ୍ବନ ସିଂହଙ୍କ ପାର୍ଟିର ନାଁ ସର୍ବ ସମାଜ ପାର୍ଟି ହେବ ଏବଂ ତାଙ୍କ ପାର୍ଟି ୨୦୨୫ରେ ବିହାରରେ ବିଧାନସଭାର ସବୁ ସିଟରେ ନିର୍ବାଚନ ବି ଲଢିବେ । ଖାଲି ଏତିକି ନୁହେଁ ପଓ୍ବନ ସିଂହ ଏବେ ପୂରା ବିହାରରେ ଆର୍ଶୀବାଦ ଯାତ୍ରା ବି ବାହାର କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି ।

ଏହାସହ ଲୋକସଭା ନିର୍ବାଚନରେ ମିଳିଥିବା ପରାଜୟ ପରେ ବି ପଓ୍ବନ ସିଂହ ଲୋକଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଏହାସହ ଏହା ବି ସଙ୍କେତ ଦେଇଥିଲେ କି ସେ ଲୋକଙ୍କ ଲାଗି କାମ ଜାରି ରଖିବେ   ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.