ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଜଲଗାଁରେ ରବିବାର ( ୨୫ ଅଗଷ୍ଟ) ଏକ ଜନସଭାକୁ ସମ୍ୱୋଧିତ କରୁଥିଲେ। ଏହି ସମୟରେ ସେ ମହିଳାଙ୍କ ସୁରକ୍ଷା ନେଇ କହିଥିଲେ, ଆଜି ମୁଁ ପୁଣି ଥରେ ଦେଶର ପ୍ରତି ରାଜନୀତିକ ଦଳଙ୍କୁ ଓ ରାଜ୍ୟ ସରକାରଙ୍କୁ କହିବି କି ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ପାପ। ଦୋଷୀ କିଏ ବି ହେଉ ,ସେ ଖସି ନଯାଉ। ତାଙ୍କୁ ସାହାଯ୍ୟ କରୁଥିବା ଲୋକେ କୌଣସି ପ୍ରକାରରେ ରକ୍ଷା ପାଇ ନଯାଆନ୍ତୁ। ସେ ଏହା ବି କହିଛନ୍ତି , ହସ୍ପିଟାଲ ହେଉ ,ସ୍କୁଲ ହେଉ , ଅଫିସ ହେଉ ବା ପୁଲିସ୍ ବ୍ୟବସ୍ଥା...ଯେଉଁଠି ବି ଅନ୍ୟାୟ ଅତ୍ୟାଚାର ହେଉଛି ସମସ୍ତଙ୍କର ହିସାବ ହେବା ଉଚିତ୍। ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିକୁ କଡ଼ ସଜା ଦେବାକୁ ଆମ ସରକାର ଆଇନକୁ ମଧ୍ୟ ଲଗାତାର କଡ଼ା କରିବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି - ଆମ ସରକାର , ଝିଅଙ୍କ ପାଇଁ ପ୍ରତି ସେକ୍ଟର ଖୋଲୁଛନ୍ତି, ଯେଉଁଠି କେବେ ତାଙ୍କ ଉପରେ ପ୍ରତିବନ୍ଧକ ଥିଲା। ଆଜି ତିନି ସେନାରେ ମହିଳା ଅଫିସର ମୁତୟନ ହେଉଛନ୍ତି , ଫାଇଟର ପାଇଲଟ ନିଯୁକ୍ତ ହେଉଛନ୍ତି। ଗାଁରେ କୃଷି ଓ ଡାଏରୀ ସେକ୍ଟରରୁ ନେଇ ଷ୍ଟାର୍ଟଅପ୍ କ୍ରାନ୍ତି ଯାଏ , ଆଜି ବହୁ ସଂଖ୍ୟାରେ ଝିଅମାନେ ବିଜିନେସ୍ ପରିଚାଳନା କରୁଛନ୍ତି।
ମୋଦି କହିଛନ୍ତି , ଆମ ସରକାର ସ୍ଥିର କରିଛନ୍ତି ଯେ , ଯେଉଁ ଗରିବଙ୍କ ଘର ସରକାର ତିଆରି କରୁଛନ୍ତି, ତାହା ମହିଳାଙ୍କ ନାଁରେ ରେଜିଷ୍ଟର ହେଉ। ଏବେସୁଦ୍ଧା ଯେଉଁ ୪ କୋଟି ଘର ତିଆରି ହୋଇଛି , ତାହା ଅଧିକାଂଶ ମହିଳାଙ୍କ ନାଁରେ ରହିଛି । ଏବେ ଆମେ ଆହୁରି ୩ କୋଟି ଘର ତିଆରି କରିବୁ, ଏଥିରୁ ସର୍ବାଧିକ ଘର ଆମର ମାତା-ଭଉଣୀଙ୍କ ନାଁରେ ହିଁ ହେବ।