ପ୍ରମୂଖ ଖବର

ସମ୍ବଲପୁରରେ ପହଞ୍ଚିଲେ ପ୍ରଣବ, ମା' ସମଲେଇଙ୍କୁ ଦର୍ଶନ କରି କଲେ ଆଶିଷ ଭିକ୍ଷା

ସମ୍ବଲପୁର, ୨୯/୦୩ : ବିଜେଡିରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଶୁକ୍ରବାର ସମ୍ବଲପୁରରେ ପହଞ୍ଚିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ସକାଳ ୯ଟାରେ ରେଢାଖୋଲ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ଦିନ ସାଢେ ୧୦ଟାରେ ସେ ମା' ସମଲେଇଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ପରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବାସଭବନ ଯାଇ କର୍ମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

ସୂଚନାନୁଯାୟୀ, ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହି ଆସନରୁ ସେ ବିଜେପିର ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲଢେଇ କରିବେ। ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ସେ ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଏହାପରେ ନିଜ ନିର୍ବାଚନମଣ୍ଡଳୀ ସମ୍ବଲପୁରରେ ପହଞ୍ଚିଛନ୍ତି। ତେବେ ଏହି ଆସନରେ ହାଇଭୋଲଟେଜ୍ ଫାଇଟ୍ ହେବ ବୋଲି ଚର୍ଚ୍ଚା ହେଉଛି। 



  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.