ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ସନି ଦେଓଲଙ୍କ ସହ ବଡ଼ ପରଦାକୁ ଫେରିବେ ପ୍ରୀତି ଜିଣ୍ଟା ,ସେୟାର କଲେ ଫଟୋ

ମୁମ୍ୱାଇ : ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ପୁଣି ଥରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। ପ୍ରୀତି ଜିଣ୍ଟା ନିଜର ଅପକମିଂ ଫିଲ୍ମ ପାଇଁ ସୁଟ୍‌ ବି ଆରମ୍ଭ କରି ଦେଇଛନ୍ତି। ଏହି ମଧ୍ୟରେ ପ୍ରୀତି ଜିଣ୍ଟା ଫିଲ୍ମ ସେଟ୍‌ରୁ କିଛି ଫଟୋ ସେୟାର କରିଛନ୍ତି। ପ୍ରୀତି ଜିଣ୍ଟା ନିକଟରେ ଆମିର ଖାନଙ୍କ ପ୍ରଡକ୍ସନ ହାଉସ୍‌ରେ ତିଆରି ଫିଲ୍ମ ଲାହୋର ୧୯୪୭ ର ସେଟ୍‌ରୁ କିଛି ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି।

ପ୍ରୀତି ଜିଣ୍ଟା ନିଜର ଇନଷ୍ଟାଗ୍ରାମ୍‌ରେ ସେଟ୍‌ର ୪ଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଫିଲ୍ମର କ୍ଲିପ୍‌ ବୋର୍ଡରେ ଆମିର ଖାନଙ୍କ ପ୍ରଡକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ ଲେଖା ହୋଇଛି। ଏହାର ତଳେ ଲାହୋର ୧୯୪୭  ଲେଖା ହୋଇଛି। କ୍ଲିପ୍‌ ବୋର୍ଡରେ ଆପଣଙ୍କୁ ଡାଇରେକ୍ଟର ରାଜକୁମାର ସନ୍ତୋଷୀଙ୍କ ନାଁ ମଧ୍ୟ ଦେଖାଯିବ। 

ପ୍ରୀତି ଜିଣ୍ଟା ନିଜ ପୋଷ୍ଟରେ ରାଜକୁମାର ସନ୍ତୋଷୀଙ୍କ ସହ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି , ଯେଉଁଥିରେ ଦୁହେଁ ହସୁ ଥିବାର ପୋଜ୍‌ ଦେଉ ଥିବାର ନଜର ଆସୁଛି। ପ୍ରୀତି ଜିଣ୍ଟା ଦୀର୍ଘ ଦିନ ପରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। 

ଉଲ୍ଲେଖନୀୟ ଯେ, ଫିଲ୍ମରେ ଲିଡ୍‌ ରୋଲ୍‌ରେ ପ୍ରୀତି ଜିଣ୍ଟାଙ୍କ ସହ ସନି ଦେଓଲ ନଜର ଆସିବେ। ଏହା ପୂର୍ବରୁ ସନି ଦେଓଲ ଓ ପ୍ରୀତି ଜିଣ୍ଟା ହିରୋ : ଲଭ୍‌ ଷ୍ଟୋରୀ ଅଫ୍‌ ଏ ସ୍ପାଇ ଫର୍ଜ ଭଳି ସିନେମାରେ ଏକାଠି ନଜର ଆସି ଥିଲେ। ପ୍ରୀତି ଜିଣ୍ଟା ଶେଷଥର ଫିଲ୍ମ ଭୈୟାଜୀ ସୁପରହିଟ୍‌ ରେ ଦେଖା ଦେଇଥିଲେ। ଏହି ଫିଲ୍ମରେ ମଧ୍ୟ ପ୍ରୀତି ଜିଣ୍ଟାଙ୍କ ସହ ସନି ଦେଓଲ ଅଭିନୟ କରି ଥିଲେ। 


କହି ରଖୁଛି କି, ଏହା ପ୍ରଥମ ଥର ହେବ ଯେବେ ସନି ଦେଓଲ, ଆମିର ଖାନ ଓ ରାଜକୁମାର ସନ୍ତୋଷୀ ଏକାଠି କୌଣସି ଏକ ଫିଲ୍ମରେ କାମ କରୁଛନ୍ତି। ପିଙ୍କଭିଲାର ଏକ ରିପୋର୍ଟ ମୁତାବିକ, ଏହି ଫିଲ୍ମରେ ଭିକ୍କି କୌଶଳ  ଶିଳ୍ପା ସେଟ୍ଟି କୁନ୍ଦ୍ରା , ଅଲି ଫଜଲ , ଶବାନା ଆଜମୀ , ମିଥୁନ ଚକ୍ରବର୍ତ୍ତୀ ଓ ସନି ଦେଓଲଙ୍କ ବଡ଼ ପୁଅ କରଣ ଦେଓଲ ମଧ୍ୟ ନଜର ଆସିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.