ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଟିନ୍‌, ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ନେଇ କଲେ ଆଲୋଚନା

ନୂଆଦିଲ୍ଲୀ,୨୧/୦୩: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ବୁଧବାର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଫୋନ୍‌ କରି ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଉଭୟ ନେତା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଉପରେ ଆଲୋଚନା କରିଥିଲେ । ଯୁଦ୍ଧ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ  ଦୋହରାଇ ପ୍ରଧାନମନ୍ତ୍ରୀ ମୋଦି କୂଟନୈତିକ  ଉପାୟରେ ଏବଂ ଆଲୋଚନା ମାଧ୍ୟମରେ ସଂଘର୍ଷ  ରୋକିବା ଲାଗି ବାଟ ବାହାର କରାଯିବା ଉଚିତ ବୋଲି  କହିଥିଲେ । ଏହାର କିଛି ଘଣ୍ଟା ପରେ ମୋଦି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ମଧ୍ୟ ଫୋନ କରିଥିଲେ । ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ କରିବାର  ରାସ୍ତା ବାହାର କରିବା ଲାଗି ଜେଲେନ୍‌ସ୍କିଙ୍କୁ ମଧ୍ୟ ମୋଦି  କହିଥିଲେ । ଏ ନେଇ ମୋଦି ଏକ୍ସରେ ପୋଷ୍ଟ କରି  ସୂଚନା ଦେଇଛନ୍ତି । 

ସେ କହିଛନ୍ତି, ଭାରତ-ୟୁକ୍ରେନ୍‌  ମଧ୍ୟରେ ସହଭାଗିତା ମଜଭୁତ କରିବା ଦିଗରେ  ଜେଲେନ୍‌ସ୍କିଙ୍କ ସହ ଆଲୋଚନା ହୋଇଛି । ଭାରତ ସର୍ବଦା ଯୁଦ୍ଧକୁ ତୁରନ୍ତ ଶେଷ କରାଯିବା ଏବଂ ଶାନ୍ତିକୁ  ପ୍ରୋତ୍ସାହିତ କରିବା ଲାଗି ସମର୍ଥନ ଦେଇଆସିଛି ।  ଭାରତ ମାନବୀୟ ସହାୟତା ପ୍ରଦାନ ଜାରି ରଖିବ  ବୋଲି ମୋଦି କହିଛନ୍ତି । ସେହିପରି ଭାରତ ଏବଂ  ରୁଷ୍‌ ମଧ୍ୟରେ ବନ୍ଧୁତା ଓ ରଣନୈତିକ ସହଭାଗିତା  ରହିଥିବା ଏବଂ ରୁଷ୍‌ ସହ ଆଗାମୀ ଦିନରେ ଭାଗିଦାରୀ  ଆହୁରି ଦୃଢ଼ କରିବା ଉପରେ ଉଭୟ ନେତା ଗୁରୁତ୍ୱ  ଦେଇଥିଲେ ବୋଲି ମୋଦି କହିଥିଲେ । ସେହିପରି ପୁଟିନ୍‌ ମଧ୍ୟ ମୋଦିଙ୍କୁ ଆଗାମୀ ଲୋକସଭା ନିର୍ବାଚନ  ପାଇଁ ଶୁଭକାମନା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.