ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୨୦ ଦିନ ହେଲା ରାଜ୍ୟ କଂଗ୍ରେସ ଅନାଥ, ଖାଁ ଖାଁ କଂଗ୍ରେସ ଭବନ, ସବୁ କକ୍ଷରେ ଝୁଲୁଛି ତାଲା..

ଭୁବନେଶ୍ୱର,୦୯/୦୮:  ବିଳମ୍ବରେ ହେଉ ପଛେ ପରାଜୟର କାରଣ ଖୋଜିବ କଂଗ୍ରେସ । ଏଥିପାଇଁ ଏକ ଘରୋଇ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି ହାଇକମାଣ୍ଡ । ସେମାନେ ସର୍ଭେ କରୁଛନ୍ତି । ନେତା ଓ ଜନତାଙ୍କୁ ପଚାରି ବୁଝୁଛନ୍ତି, କାହିଁକି ଦଳ ହାରିଲା? ଅସୁବିଧା ରହିଲା କେଉଁଠି? ଖାଲି ସେତିକି ନୁହେଁ, ଆଗକୁ ରାଜ୍ୟରେ କିଏ କଂଗ୍ରେସର ମଙ୍ଗ ସମ୍ଭାଳିଲେ ଭଲ ହେବ ମତାମତ ଲୋଡୁଛନ୍ତି ।  

ଜୁନ୍‌ରେ ନିର୍ବାଚନ ଫଳ ପ୍ରକାଶ ପାଇଥିଲା । ରାଜ୍ୟରେ କଂଗ୍ରେସ  ସରକାର ଗଢ଼ିବ ବୋଲି ଆଶାବାଦୀ  ଥିଲା । ହେଲେ ମାତ୍ର ୧୪ ବିଧାନସଭା  ସିଟ୍‌ରେ ସୀମିତ ରହିଲା । ୨୧ ସାଂସଦ  ମଧ୍ୟରୁ କେବଳ କୋରାପୁଟ ସିଟକୁ ବାଦ୍‌  ଦେଲେ ଅନ୍ୟ ସବୁଠି ବିଜେପି ବାଜି  ମାରି ନେଇଥିଲା । ସେବେଠୁ କଂଗ୍ରେସର  ବହୁ ବରିଷ୍ଠ ନେତା ନିର୍ବାଚନରେ  ପରାଜୟ ବାବଦରେ ସମୀକ୍ଷା କରିବାକୁ  ଦାବି କରିଥିଲେ । ଏଆଇସିସିକୁ  ଅନୁରୋଧ ମଧ୍ୟ କରିଥିଲେ । ହେଲେ  ଏ ପର୍ଯ୍ୟନ୍ତ କୌଣସି ସମୀକ୍ଷା କରିବା  ପରିବର୍ତ୍ତେ ଜୁଲାଇ ୨୧ରେ ପିସିସି  ସମେତ ରାଜ୍ୟର ସମସ୍ତ କମିଟିକୁ ଭାଙ୍ଗି  ଦେଲେ । ହେଲେ ଏବେ ନିର୍ବାଚନର  ଦୁଇ ମାସ ପରେ ଏକ ଘରୋଇ  ଏଜେନ୍ସି ଦ୍ୱାରା କଂଗ୍ରେସ ନିର୍ବାଚନ ହାରିବାର କାରଣ ଖୋଜୁଥିବା ସୂଚନା  ମିଳିଛି । ଏହି ଏଜେନ୍ସିର ଲୋକମାନେ  ବିଭିନ୍ନ ନିର୍ବାଚନମଣ୍ଡଳୀର କଂଗ୍ରେସ  ନେତା ଓ ସାଧାରଣ ଭୋଟରଙ୍କୁ ଭେଟି  କଂଗ୍ରେସ କାହିଁକି ଭଲ କରିପାରିଲା ନାହିଁ  ବୋଲି ପଚାରି ବୁଝୁଛନ୍ତି । ଦଳ ଜିଲ୍ଲାରେ  କିମ୍ବା କେଉଁ ନିର୍ବାଚନମଣ୍ଡଳୀରେ ଆଉ  କାହାକୁ ଦେଇଥିଲେ ଅଧିକ ଭଲ  କରିଥାନ୍ତା ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି ।   

ସେହିପରି ପାଖାପାଖି ୨୦ ଦିନ  ହେବ ମୁରବୀ ବିହୀନ ହୋଇପଡ଼ିଥିବା  ରାଜ୍ୟ କଂଗ୍ରେସର କିଏ ମଙ୍ଗ ଧରିଲେ  ଭଲ ହେବ, ସେ ବାବଦରେ ବି ମତ  ନିଆଯାଉଛି । ପୂର୍ବରୁ ଦଳର ବରିଷ୍ଠ  ନେତାମାନେ ବିଧାୟକମାନଙ୍କ ମତ  ନେଇଥିଲେ । ଏବେ ତୃଣମୂଳସ୍ତରରେ  ଥିବା କର୍ମୀ ଓ କଂଗ୍ରେସକୁ ଭଲ  ପାଉଥିବା ଶୁଭେଚ୍ଛୁଙ୍କୁ ମଧ୍ୟ ପିସିସି  ସଭାପତି କିଏ ହେବ ବୋଲି ମତ  ଲୋଡାଯାଉଛି । ତେବେ ନୂଆ ପିସିସି ସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ  କାମଚଳା ରାଜ୍ୟ ମୁଖିଆ ବା ଓଡ଼ିଶା  କଂଗ୍ରେସର ଦାୟିତ୍ୱ ସମ୍ଭାଳିବାକୁ  ଭାରପ୍ରାପ୍ତ ନେତା ଦେବାକୁ ପୂର୍ବତନ  ପିସିସି ସଭାପତି ଜୟଦେବ ଜେନା  ଏଆଇସିସିକୁ ଚିଠି ଲେଖିଥିଲେ ।  ହେଲେ ସପ୍ତାହେ ପରେ ବି କୌଣସି  ଫଳ ମିଳିଲା ନାହିଁ । ରାଜ୍ୟ କଂଗ୍ରେସ  ଅନାଥ । ବୁଝିବା ପାଇଁ କେହି ନାହାନ୍ତି ।  କଂଗ୍ରେସ ଭବନ ଖାଁ ଖାଁ ଲାଗୁଛି ।  କେବଳ କିଛି ନେତା ବାହାରେ ଚେୟାର୍‌ ପକାଇ ବସୁଛନ୍ତି । ନହେଲେ ଅନ୍ୟ  ସମସ୍ତ ସେଲ୍‌ ପାଇଁ ଦିଆଯାଇଥିବା  କକ୍ଷଗୁଡ଼ିକ ତାଲା ପଡ଼ି ରହୁଛି । ଏହି  ଅଚଳାବସ୍ଥା ଦୂର କରିବାକୁ କେବଳ  ଜୟଦେବ ନୁହଁ, ଅନ୍ୟ ବହୁ କଂଗ୍ରେସ  ନେତା ଚିନ୍ତା ପ୍ରକଟ କରିବା ଆରମ୍ଭ  କରିଛନ୍ତି ।   

ଅପରପକ୍ଷେ ରାଜ୍ୟ କଂଗ୍ରେସର  ସଭାପତି ଦୌଡ଼ରେ ଭକ୍ତଚରଣ  ଦାସ, ପୂର୍ବତନ ବିଧାୟକ ମହମ୍ମଦ  ମୋକିମ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ  ଶ୍ରୀକାନ୍ତ ଜେନା ଓ ପୂର୍ବତନ ପିସିସି  ସଭାପତି ପ୍ରସାଦ ହରିଚନ୍ଦନଙ୍କ ନାମ  ଶୁଣାଯାଉଛି । ସାଂସଦ ସପ୍ତଗିରି ଉଲାକା  ପିସିସି ସଭାପତି ପାଇଁ ଇଚ୍ଛୁକ ନଥିବା  ସୂଚନା ମିଳିଛି । ଏମିତି ବି କୋରାପୁଟ  ଜିଲ୍ଲାରୁ କଂଗ୍ରେସର ବିଧାୟକ ଦଳ  ନେତା ଭାବେ ରାମଚନ୍ଦ୍ର କାଡ଼ାମଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ପିସିସି  ସଭାପତି ଉପକୂଳ ଓଡ଼ିଶା କିମ୍ବା  ପଶ୍ଚିମ ଓଡ଼ିଶାରୁ ଦିଆଯାଇପାରେ  ବୋଲି କଂଗ୍ରେସ ନେତା ଚର୍ଚ୍ଚା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.