ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ନିଜ ଦେଶରେ ହତ୍ୟା ? ଜୁନ୍ ମାସରୁ ରହିଥିଲେ ନିଖୋଜ...

ନୂଆଦିଲ୍ଲୀ : ଚୀନ୍‌ରେ ଗତ ଜୁନ୍ ମାସରୁ ନିଖୋଜ ରହିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କର ଏବେ ମୃତ୍ୟୁ ହୋଇସାରିଛି ।  କୁହାଯାଉଛି କି ତାଙ୍କୁ ଟର୍ଚର କରାଯାଉଥିଲା, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । ଚୀନ୍‌ର ଶୀର୍ଷ ଅଧିକାରୀ ମାନଙ୍କ ସହ ସମ୍ପର୍କରେ ଥିବା ଜଣେ ଅଧିକାରୀ ଏହି ଦାବି କରିଛନ୍ତି । ଦାବିରେ ଏହା ମଧ୍ୟ କୁହାଯାଇଛି ଯେ, ସେ ଚୀନ ବିରୋଧରେ ଗୁପ୍ତଚର ତଥ୍ୟ ଦେଉଥିଲେ, ଆଉ ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି । ଆମେରିକାରେ ରାଷ୍ଟ୍ରଦୂତ ଥିବା ସମୟରେ ସେ ଜଣେ ଟିଭି ସାମ୍ବାଦିକଙ୍କ ସମ୍ପର୍କରେ ଥିବା ମଧ୍ୟ ଅଭିଯୋଗ ହୋଇଥଲା । ଆମେରିକୀୟ ମାଗାଜିନ୍‌ରେ ଏହା ମଧ୍ୟ ଦାବି କରାଯାଇଛି ଯେ, ରୁଷ୍ ମଧ୍ୟ କିନ୍‌ଙ୍କ ଗୁଇନ୍ଦାଗିରି  ବାବଦରେ ଚୀନ୍‌କୁ ଚେତାଇ ଦେଇଥିଲା ।

ଚୀନ୍ ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ୍‌ଙ୍କୁ ଜୁଲାଇ ମାସରେ ପଦରୁ ବରଖାସ୍ତ କରାଯାଇଥିଲା । ତାଙ୍କ ସ୍ଥାନରେ ଓ୍ବାଙ୍ଗ୍ ୟିଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେବେଠାରୁ ତାଙ୍କ ବିଷୟରେ କୌଣସି ସୂଚନା ନଥିଲା। ବର୍ତ୍ତମାନ ରଏଟର୍ସ ରିପୋର୍ଟ ଦାବି କରିଛି ଯେ, କିନ୍ ଗ୍ୟାଙ୍ଗ ଏହି ଦୁନିଆରେ ଆଉ ନାହାଁନ୍ତି । ବେଜିଂର ଏକ ସାମରିକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଏହା ହେଉଛି ସେହି ଡାକ୍ତରଖାନା ଯେଉଁଠାରେ ଦେଶର ବରିଷ୍ଠ ନେତାମାନେ ଚିକିତ୍ସା ପାଆନ୍ତି । 

ଚୀନର ବୈଦେଶିକ ମନ୍ତ୍ରୀ ହେବା ପୂର୍ବରୁ କିନ୍ ଗ୍ୟାଙ୍ଗ ଆମେରିକାରେ ରାଷ୍ଟ୍ରଦୂତ ଥିଲେ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଜଣେ ଟିଭି ସାମ୍ବାଦିକଙ୍କ ସହ ତାଙ୍କର ଅତିରିକ୍ତ ବୈବାହିକ ସମ୍ପର୍କ ଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ତଦନ୍ତ ମଧ୍ୟ ଚାଲିଥିଲା । ଚୀନ୍‌ର ଜାତୀୟ ନିରାପତ୍ତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିବାରୁ ଏହି ଅନୁସନ୍ଧାନ ଆରମ୍ଭ ହୋଇଥିଲା । ତେବେ ସେ ଏହି ଘଟଣାରେ ସହଯୋଗ କରୁଥିବା ଦାବି କରାଯାଇଛି । 

ଏପରିକି ଦାବି ହେଉଛି ଯେ ସେ ଆମେରିକାରେ ଚୀନ୍‌ର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ନିଜେ ମଧ୍ୟ ଏହାର ଅନୁସନ୍ଧାନ କରୁଥିଲା । ଏହା ମଧ୍ୟ ପ୍ରକାଶ ପାଇଛି ଯେ ଆମେରିକାରେ କିନ୍ ନିଯୁକ୍ତି ହେବା ସମୟରେ ସେଠାରେ ଏକ ଶିଶୁ ମଧ୍ୟ ଜନ୍ମ ହୋଇଥିଲା । ଯାହା ତାଙ୍କ ସମ୍ପର୍କ ସହିତ ଜଡିତ ବୋଲି କୁହାଯାଉଥିଲା । ଏହି ସୂଚନା ସାମ୍ନାକୁ ଆସିବାର କିଛି ଦିନ ପରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା । ବିଶେଷ କଥା ହେଉଛି କିନ୍‌ଙ୍କ ସମ୍ପର୍କ ଏବଂ ଆମେରିକାରେ ତାଙ୍କ ସନ୍ତାନର ଜନ୍ମ ବିଷୟରେ ସୂଚନା ଆସିବା ପରେ ସେ ନିଖୋଜ ହୋଇଯାଇଥିଲେ । 

 ଆମେରିକାର ମାଗାଜିନ୍ ପଲିଟିକୋର ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଋଷର ଉପ ବୈଦେଶିକ ମନ୍ତ୍ରୀ ରୁଡେଙ୍କୋ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ କିନ୍‌ଙ୍କ ଗୁପ୍ତଚର କାର୍ଯ୍ୟ ବିଷୟରେ ଚେତାବନୀ ଦେଇଥିଲେ । ଏହା ପରେ କିନ୍ ହଠାତ୍ ନାଟକୀୟ ଢଙ୍ଗରେ ନିଖୋଜ ହୋଇଗଲେ । ଏହା ପରେ, ସେମାନଙ୍କ ସମ୍ପର୍କର ଖବର ମଧ୍ୟ ଆସିବାକୁ ଲାଗିଲା । 

ତେବେ ବର୍ତ୍ତମାନ ସମୟରେ କିନ୍‌ଙ୍କ ନିଖୋଜ, ହଠାତ୍ ତାଙ୍କ ମୃତ୍ୟୁ ଖବର ଏବଂ ବର୍ତ୍ତମାନ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଖବର ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଶ୍ୱାସ କରାଯାଏ ଯେ ଚୀନ୍ ସୁଚିନ୍ତିତ ଭାବେ କିନ୍‌ଙ୍କ ସମ୍ପର୍କର ଖବର ପ୍ରସାରଣ କରିଥିଲା । କୁହାଯାଉଛି ଯେ, କିନ୍ କୁ ବଦନାମ କରିବା ପାଇଁ ଚୀନ୍ ଏହି ଷଡଯନ୍ତ୍ର ରଚିଥିଲା । ତାଙ୍କୁ ଜାଣିଶୁଣି ନିଖୋଜ କରାଯାଇଥିଲା । ଯାହା ଫଳରେ ଲୋକମାନେ ଜାଣିବେ ଯେ ସେ ଲଜ୍ଜାରେ ମୁହଁ ଲୁଚାଇବା ପାଇଁ ନିଖୋଜ ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ କିନଙ୍କ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଚୀନ୍‌ର ପ୍ରକୃତ ଚେହେରା ସାମ୍ନାକୁ ଆସିଛି । 

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.