ପ୍ରମୁଖ ଖବର
  • ସାଇବର ଫ୍ରଡ୍‌ରୁ ଦୂରେଇ ରହିବାକୁ ଡିସିପିଙ୍କ ଅପିଲ୍, ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଅଭିଯୋଗ କର
  • ||
  • ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଆକ୍ସନ, ଜେଲ୍ ଗଲେ ଶିବଶଙ୍କର ଦାଶ
  • ||
  • କେନ୍ଦୁଝରରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଦୁଇ ମୃତ , ୩ ଗୁରୁତର
  • ||
  • ବାରାଣସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିଲେ, ବସ୍ ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ
  • ||
  • କଟକ ରାଜନୀତି ସରଗରମ୍‌: ୧୫ରେ ଅମିତ ଶାହଙ୍କ ରୋଡ୍‌ ସୋ
  • ||
  • ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଆତ୍ମସମର୍ପଣ କରିପାରନ୍ତି ଅଭିନେତା ଅନୁଭବ ମହାନ୍ତି, ସୋମବାର ଜାରି ହୋଇଥିଲା NBW
  • ||
  • ରଥଖଳା ହାଲ୍‌ଚାଲ୍‌.. ରଥତ୍ରୟର ୧୨ ତୁମ୍ବ ଗୋଲେଇ ସରିଲା, ଶାଳରେ ଚାଲିଛି ଅର କଣ୍ଟା ତିଆରି
  • ||
  • ମୁମ୍ବାଇରେ ଧୂଳିଝଡ଼ ସହ ପ୍ରବଳ ବର୍ଷା, , ହୋଡିଂ ଖସି ୧୪ ମୃତ, ୭୦ରୁ ଅଧିକ ଆହତ
  • ||
  • IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ
  • ||
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ

ରାୟଗଡ଼ା,୨୯/୦୪: ଆସନ୍ତା ମେ’ ୧୩ରେ କୋରାପୁଟ,  ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ  ଏହାର ଅଧୀନରେ ଥିବା ୨୮ ବିଧାନସଭା ଆସନରେ ନିର୍ବାଚନ  ଅନୁଷ୍ଠିତ ହେବ । ଏଠି ୮ ଜିଲ୍ଲାର ୪ ସାଂସଦ ଓ ୨୮ ବିଧାୟକ  ପ୍ରାର୍ଥୀଙ୍କ ପ୍ରାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ । ଏଥିଲାଗି ସେ  ଆସନ୍ତା ମେ’ ୩ରେ ରାୟଗଡ଼ା ଆସୁଛନ୍ତି । ଏଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ । ରାୟଗଡ଼ା ସହର ଉପକଣ୍ଠ  ବାଇପାସ୍‌ଠାରେ ଥିବା ବାରିଝୋଲା ପଡ଼ିଆରେ ସମସ୍ତ ବ୍ୟବସ୍ଥା  କରାଯାଇଛି । 

ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି,  କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ନେତା ଓ  କର୍ମୀ ଯୋଗଦେବେ। ୮ ଜିଲ୍ଲାର ୧ ଲକ୍ଷ ଲୋକଙ୍କ ସମାଗମ ପାଇଁ  ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଏଥିଲାଗି ଆଜିଠୁ ପ୍ରସ୍ତୁତି  ଆରମ୍ଭ ହୋଇଥିବା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଛନ୍ତି ।  ରାହୁଲଙ୍କ ପରେ ଆସିବେ ପ୍ରିୟଙ୍କା ଗାନ୍ଧି । ସେ ନବରଙ୍ଗପୁର  ଲୋକସଭା କ୍ଷେତ୍ରରେ ଜନସଭାରେ ଯୋଗଦାନ କରିବେ । ଅବିଭକ୍ତ  କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ପୁଣି ଥରେ କଂଗ୍ରେସ ଦଖଲକୁ  ଆଣିବା ପାଇଁ ଗସ୍ତରେ ଆସୁଛନ୍ତି ଏଆଇସିସିର ହେଭିୱେଟ୍‌ ନେତା ।  ସେହିଭଳି ଆସନ୍ତା ମେ’ ୮ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  ରେବନ୍ତ ରେଡ୍ଡୀ ଆସୁଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ଉଲ୍ଲାକା ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.