ମୁମ୍ୱାଇ : ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ (ଆରଆର) ଇଣ୍ଡିଆନ୍ ପ୍ରିମିୟମ ଲିଗ୍ (ଆଇପିଏଲ) ୨୦୨୪ ସଂସ୍କରଣରେ ଧୁମ୍ ମଚାଇଛି। ଏହି ଟିମ୍ ଆଜି ଅର୍ଥାତ୍ ସୋମବାର( ୧ ଅପ୍ରେଲ)ରେ ମୁମ୍ୱାଇର ୱାଙ୍ଖେଡ୍ ଷ୍ଟାଡିୟମରେ ବିଜୟ ହାସଲ କରିଛି। ରାଜସ୍ଥାନ, ମୁମ୍ୱାଇ ଇଣ୍ଡିୟାନ୍ସ(ଏମଆଇ)କୁ ନିଜ ଘରୋଇ ପଡ଼ିଆରେ ୬ ୱିକେଟ୍ରେ ଧୂଳି ଚଖେଇଛି ରାଜସ୍ଥାନ। ମୁମ୍ୱାଇ ଇଣ୍ଡିଆନ୍ସ ୧୨୬ ରନ୍ର ଲକ୍ଷ୍ୟ ରଖିଥିଲା , ଯାହାକୁ ରାଜସ୍ଥାନ ୧୫.୩ ଓଭରରେ ୪ ୱିକେଟ୍ ହରାଇ ୧୨୭ ରନ୍ରେ ଚେଜ୍ କରି ନେଇଛି ।
ଆଇପିଏଲ ୨୦୨୪ : ରାଜସ୍ଥାନକୁ ୧୨୬ର ଟାର୍ଗେଟ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ
ଏହା ଏହି ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସର ଲଗାତାର ୩ୟ ପରାଜୟ । ସେପଟେ ରାଜସ୍ଥାନ ଟିମ୍ ହାଟ୍ରିକ୍ ବିଜୟ ସହ ପଏଣ୍ଟସ ଟେବୁଲରେ ଟପ୍ରେ ପହଞ୍ଚି ଯାଇଛି। ଏହି ସିଜନରେ ମୁମ୍ୱାଇ ଗୋଟିଏ ମଧ୍ୟ ମ୍ୟାଚ୍ ଜିତି ପାରିନାହିଁ । ଅନ୍ୟପଟେ ରାଜସ୍ଥାନ କୌଣସି ମ୍ୟାଚ୍ ହାରି ନାହିଁ ।
ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିଲା ଟକ୍କର। ଏହା ଆଇପିଏଲ ୨୦୨୪ର ୧୪ତମ ମ୍ୟାଚ୍। ଏମଆଇ ଓ ଆରଆର ମୁମ୍ୱାଇର ୱାଙ୍ଖେଡେ ଷ୍ଟାଡିୟମରେ ସାମ୍ନା ସାମ୍ନି ହୋଇଥିଲେ। ରାଜସ୍ଥାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ମୁକାବିଲାରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ମୁମ୍ୱାଇର ଟିମ୍ ରାଜସ୍ଥାନ ସାମନାରେ ୧୨୫ ରନ୍ କରିଥିଲା ଏବଂ ୧୨୬ରନ୍ର ଏକ ଛୋଟ ଟାର୍ଗେଟ୍ ଦେଇଥିଲା।
ସମ୍ଭାବ୍ୟ ଦଳ -
ମୁମ୍ବାଇ ଇଣ୍ଡିଆନ୍ସ – ରୋହିତ ଶର୍ମା , ଈଶାନ କିଷନ , ନମନ ଧୀର, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଟିମ୍ ଡେଭିଡ୍, ଡିୱା ଲ୍ଡ ବ୍ରେଭିସ୍/ରୋମାରିଓ ସେଫର୍ଡ, ସାମ୍ସ ମୁଲାନୀ, ଗେରାଲ୍ଡ କୋଏଜି, ପିୟୂଷ ଚାୱଲା, ଲ୍ୟୁକ୍ ଉଡ୍/କ୍ୱେନା ମଫାକା, ଯଶପ୍ରୀତ ବୁମରା।
ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଜୈସ୍ୱାଲ୍, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ରିୟାନ ପରାଗ, ସିମରନ ହେତମାୟର, ରୋଭମାନ ପାୱେଲ୍/ନାନ୍ଦ୍ରେ ବର୍ଗର, ରବି ଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ , ଅଭେଶ ଖାନ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ।