ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ହାଇଭୋଲଟେଜ୍ ମ୍ୟାଚ୍ । ଆଇପିଏଲ ୨୦୨୪ର ଏଲିମିନେଟର ମ୍ୟାଚ୍ରେ କର ବା ମର ଲଢ଼େଇ । ଆରସିବି ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜୋରଦାର ଟକ୍କର । ଆଜି ଟସ୍ ହାରି ଆରସିବି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୭୨ ରନ୍ କରିଛି । ରାଜସ୍ଥାନକୁ ୧୭୩ ରନ୍ର ଟାର୍ଗେଟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
ଏଲିମିନେଟର ମ୍ୟାଚ୍ରେ ଆରସିବି ଏକ ବଡ଼ ସ୍କୋର କରିବାକୁ ପ୍ରଚେଷ୍ଟା କରିଥିଲା । କିନ୍ତୁ ଲଗାତାର ଓ୍ବିକେଟ ଯିବା ଫଳରେ ୨୦୦ ପାର୍ ସ୍କୋର କରିବାକୁ ଆରସିବିର ପ୍ରଚେଷ୍ଟା ଫେଲ୍ ହୋଇଛି । ୧୭ ରନ କରି ଫାଫ୍ ଡୁପ୍ଲେସିସ୍ ପ୍ୟାଭିଲିୟନ୍ ଫେରିବା ପରେ ବିରାଟ କୋହଲି ଜଗି ରଖି ଖେଳିଥିଲେ । ହେଲେ ୨୪ ବଲ୍ରେ ୩୩ ରନ୍ କରି ଚହଲଙ୍କ ବଲ୍ରେ କ୍ୟାଚ ଆଉଟ୍ ହୋଇଥିଲେ କୋହଲି ।
କ୍ୟାମେରନ ଗ୍ରୀନ୍ (୨୭), ରଜତ ପାଟିଦାର (୩୪), ମହିପାଲ ଲାମରୋର (୩୨), ଦିନେଶ କାର୍ତ୍ତିକ (୧୧), କର୍ଣ୍ଣ ଶର୍ମା (୫) ଏବଂ ସ୍ବପ୍ନିଳ ସିଂହଙ୍କ ଅପରାଜିତ ୫ ରନ୍ ବଳରେ ଦଳ ୧୭୨ ରନ୍ କରପାରିଛି । ଆଜିର ମ୍ୟାଚ୍ରେ ଗ୍ଲେନ୍ ମ୍ୟାକ୍ସଓ୍ବେଲ ଖାତା ଖୋଲିପାରିନାହାନ୍ତି ।ସେପଟେ ରାଜସ୍ଥାନର ବୋଲରଙ୍କ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ ଆରସିବି ବ୍ୟାଟର । ଆଜି ୮ଟି ଯାକ ଓ୍ବିକେଟ କ୍ୟାଚ୍ ଆଉଟ୍ ହୋଇଛନ୍ତି । ଆଭେଶ ଖାନ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି ।