ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜନୈତିକ ଥ୍ରିଲର୍‌ରେ ରାଶି ଖାନ୍ନା, ସାମ୍ବାଦିକା ଭୂମିକାରେ ଆସିବେ ନଜର

ମୁମ୍ବାଇ ୨୯/୦୫: ୨୦୧୩ ମସିହାରେ ‘ମାଡ୍ରାସ କାଫେ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ ଅଭିନେତ୍ରୀ ରାଶି ଖାନ୍ନା । ସେହି ଫିଲ୍ମରେ ତାଙ୍କ ବିପକ୍ଷରେ ଜନ୍‌ ଆବ୍ରାହମ୍‌ ସ୍କ୍ରିନ୍‌ ସେୟାର କରିଥିଲେ । ‘ମାଡ୍ରାସ କାଫେ’ରେ ନବାଗତା ରାଶିଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା । ତା’ପରେ ଅନେକଗୁଡି଼ଏ ଦକ୍ଷିଣ ଭାରତୀୟ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ଦୀର୍ଘବର୍ଷ ପରେ ସେ ପୁଣି ‘ଯୋଦ୍ଧା’ ଜରିଆରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଥିଲେ । 

ଆଗକୁ ରାଶିଙ୍କୁ ରାଜନୈତିକ ଥ୍ରିଲର ‘ଦ ସାବରମତୀ ରିପୋର୍ଟ’ରେ ଦେଖିବାକୁ ମିଳିବ । ସେଥିରେ ସେ ଜଣେ ସାମ୍ବାଦିକା ଭୂମିକାରେ ଅବତୀର୍ଣ୍ଣ ହେବେ । ତାଙ୍କ ସହିତ ଅଭିନେତା ବିକ୍ରାନ୍ତ ମେସି ଓ ରିଧି ଡୋଗ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏକତା କପୁର ଏହାର ପ୍ରଯୋଜନାରେ ଥିବାବେଳେ ରଞ୍ଜନ ଚଣ୍ଡେଲ ନିର୍ଦ୍ଦେଶନା ଦେଉଛନ୍ତି । ଚଳିତବର୍ଷ ଅଗଷ୍ଟ ୨ ତାରିଖରେ ଫିଲ୍ମଟି ରିଲିଜ୍‌ ହେବ । ‘ଦ ସାବରମତୀ ରିପୋର୍ଟ’ ବ୍ୟତୀତ ରାଶି ଏକ ତାମିଲ ଓ ଏକ ତେଲଗୁ ଫିଲ୍ମରେ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.