ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ବ୍ରିଟେନ ସାଧାରଣ ନିର୍ବାଚନରେ ମୂଳ ଭାରତୀୟଙ୍କ ଦବ୍‌ଦବା, ଉଭୟ ଦଳରୁ ବିଜୟୀ ହୋଇଛନ୍ତି ୨୬ ନେତା...

ନୂଆଦିଲ୍ଲୀ: ବ୍ରିଟେନ ସାଧାରଣ ନିର୍ବାଚନରେ ଭାରତୀୟଙ୍କ ଦବଦବା ମଧ୍ୟ ଦେଖିବାକୁ ମିଳିଛି । ନିର୍ବାଚନରେ ଭାରତୀୟ ମୂଳର ୨୪ ନେତା ହାଉସ ଅଫ୍ କମନ୍ସ ପାଇଁ ନିର୍ବାଚିତ ହୋଇଛନ୍ତି । ସୂଚନାଥାଉକି, ଏଥର ବ୍ରିଟେନରେ ଅନେକ କନଜରଭେଟିଭ୍ ନେତା ପରାଜୟର ସମ୍ମୁଖୀନ ହୋଇଛନ୍ତି।

କନଜରଭେଟିଭ୍ ପାର୍ଟିର ବିପର୍ଯ୍ୟୟ ପରେ ବି ବ୍ରିଟେନ ଭାରତୀୟ ମାନେ ରିଚମଣ୍ଡ ଏବଂ ନର୍ଥଲର୍ଟନ୍ ସିଟ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଏହି ନିର୍ବାଚନ ସୁନକଙ୍କ ପାଇଁ ଆଶ୍ବସ୍ଥି ଆଣିଛି I ଋଷି ସୁନକ ରିଚମଣ୍ଡ ଏବଂ ନର୍ଥଲର୍ଟନ୍ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଯଦି ଆମେ ଅନ୍ୟ ଭାରତୀୟ ମୂଳ ନେତାଙ୍କ ବିଷୟରେ ଆଲୋଚନା କରିବା ତେବେ, କନଜରଭେଟିଭ୍ ପାର୍ଟିର ସୁଏଲା ବ୍ରାଭମ୍ୟାନ୍ ଏବଂ ପ୍ରୀତି ପଟେଲ ଜିତିଛନ୍ତି । ସୁଏଲା ବ୍ରାଭମ୍ୟାନ ଫେରେହମ୍ ଏବଂ ଓ୍ବାଟର ଲୁଇଲ୍ ଆସନରୁ ଜିତିଥିବା ବେଳେ ପ୍ରୀତି ପଟେଲ ବିଥମ ଲୋକସଭା ଆସନରୁ ଜିତିଛନ୍ତି । କନଜରଭେଟିବ୍ ପାର୍ଟିର ଗଗନ ମହିନ୍ଦା ସାଇଥ ୱେଷ୍ଟ ହର୍ଟଫୋର୍ଡଶାୟାର ଆସନ ଜିତିଛନ୍ତି । ସୁନକଙ୍କ ପାର୍ଟିର ଶିବାନୀ ରାଜା ଲିସେଷ୍ଟର ଆସନରୁ ଜିତିଛନ୍ତି । ଶିବାନୀ ରାଜା ଲେବର ପାର୍ଟିର ଭାରତୀୟ ମୂଳ ନେତା ରାଜେଶ ଅଗ୍ରୱାଲଙ୍କୁ ପରାସ୍ତ କରିଛନ୍ତି ।

ବ୍ରିଟେନ ସାଧାରଣ ନିର୍ବାଚନରେ ଲେବର ପାର୍ଟିର ଅନେକ ଭାରତୀୟ ମୂଳ ନେତା ମଧ୍ୟ ଜିତିଛନ୍ତି । ଲେବର ପାର୍ଟିର ସୀମା ମାଲହୋତ୍ରା ଫେଲଥମ୍ ଏବଂ ହେଷ୍ଟନ୍ ଲୋକସଭା ଆସନ ଜିତିଛନ୍ତି । ଲେବର ପାର୍ଟି ଭାଲେରୀ ୱେଜ୍ ୱାଲ୍ସଲ୍ ଏବଂ ବ୍ଲକ୍ସୱିଚ୍ ଆସନ ମଧ୍ୟ ଜିତିଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.