ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଦ୍‌ଗୁରୁଙ୍କ ବ୍ରେନ୍‌ ସର୍ଜରୀ ସଫଳ, ସୁସ୍ଥ ହେଉଛନ୍ତି ଜଗି ବାସୁଦେବ

ନୂଆଦିଲ୍ଲୀ: ଇଶା ପାଉଣ୍ଡେସନ୍‌ର ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ସଦ୍‌ଗୁରୁ ଜଗି ବାସୁଦେବଙ୍କ ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ବ୍ରେନ୍‌ ସର୍ଜରୀ (ମସ୍ତିଷ୍କ ଅସ୍ତ୍ରୋପଚାର)  ହୋଇଛି । ସଦଗୁରୁ ଗତ ଚାରି ସପ୍ତାହ ଧରି ଭୀଷଣ ମୁଣ୍ଡବ୍ୟଥା ଅନୁଭବ କରୁଥିଲେ । ଯନ୍ତ୍ରଣା ସତ୍ତ୍ୱେ ସେ ନିଜ ଦୈନନ୍ଦିନ କାର୍ଯ୍ୟକ୍ରମ ଏବଂ ସାମାଜିକ ଗତିବିଧି ଜାରି ରଖିଥିଲେ । ଏପରିକି ମାର୍ଚ୍ଚ ୮ରେ ମହା ଶିବରାତ୍ରି ସମାରୋହ ମଧ୍ୟ ଆୟୋଜନ କରିଥିଲେ । 

ବ୍ରେନ ସର୍ଜରୀ ପରେ ସଦଗୁରୁ ନିଜର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ମାର୍ଚ୍ଚ ୧୫ରେ ଯନ୍ତ୍ରଣା ବଢିବା ପରେ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ବରିଷ୍ଠ ନ୍ୟୁରୋଲଜିଷ୍ଟଙ୍କ ସହ ଆଲୋଚନା କରିଥିଲେ । ଏମଆରଆଇ ପରେ ତାଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିବା ନେଇ ଜଣା ପଡ଼ିଥିଲା । ପରେ ମାର୍ଚ୍ଚ ୧୭ରେ ବରିଷ୍ଠ ଡାକ୍ତରଙ୍କ ତତ୍ୱାବଧାନରେ ସଦଗୁରୁଙ୍କର ଜରୁରିକାଳୀନ ବ୍ରେନ୍ ସର୍ଜରୀ କରାଯାଇଥିଲା

ସଦଗୁରୁଙ୍କୁ ଏବେ ଭେଣ୍ଟିଲେଟରରୁ ବାହାର କରାଯାଇଛି । ତେବେ ଚିକିତ୍ସା ସମୟରେ ଜଣାପଡ଼ିଥିଲା ଯେ, ସଦଗୁରୁଙ୍କ ମସ୍ତିଷ୍କରେ ୩ରୁ ୪ ସପ୍ତାହ ଧରି ରକ୍ତସ୍ରାବ ହୋଇଥିଲା । ସେପଟେ ସର୍ଜରୀ ପରେ ସଦଗୁରୁଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି । ବରିଷ୍ଠ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଖୋଦ ସଦଗୁରୁ ମଧ୍ୟ ଶୀଘ୍ର ସୁସ୍ଥ ହେବାକୁ ଚେଷ୍ଟା କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.