ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କ ଇସ୍ତଫା ଦେଇ ରାଜନୀତି କରିବା ଘୋଷଣା ; ସଞ୍ଜୟ ରାଉତ ଦେଲେ ଏମିତି ଟିପ୍ପଣୀ

ମୁମ୍ୱାଇ - ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ସୋମବାର କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଉପରେ ବର୍ଷିଛନ୍ତି। ସଞ୍ଜୟ ରାଉତ ବିଚାରପତିଙ୍କ ରାଜନୀତିରେ ପ୍ରବେଶ ଘୋଷଣାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି , ଯଦି ସୁପ୍ରିମକୋର୍ଟ ବା ହାଇକୋର୍ଟଙ୍କ କୌଣସି ସିଟିଂ ବିଚାରପତି ଇସ୍ତଫା ଦେଇ କେଉଁ ପାର୍ଟି ସହ ଯୋଡ଼ି ହେଉଛନ୍ତି , ଏହାର ଅର୍ଥ କି ସେ ନ୍ୟାୟ ଦେଉ ନଥିଲେ , ବରଂ ପାର୍ଟି ପାଇଁ କାମ କରୁଥିଲେ। 

ଉଲ୍ଲେଖନୀୟ ଯେ, କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଗଙ୍ଗୋପାଧ୍ୟାୟ ରବିବାର ନିଜର ଇସ୍ତଫାର ଘୋଷଣା କରି କହିଛନ୍ତି, ସେ ଏବେ ରାଜନୀତି କରିବେ। 

ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି, ମୁଁ କୋଲକାତା ହାଇକୋର୍ଟରେ ବିଚାରପତି ପଦରେ ଇସ୍ତଫା ଦେବାକୁ ଯାଉଛି। ଗତ ଦୁଇରୁ ଅଧିକ ବର୍ଷ ହେବ ମୁଁ କିଛି ମାମଲାରେ ଛନ୍ଦି ହୋଇଛି। ବିଶେଷ କରି ଶିକ୍ଷା ବିଭାଗ ସହ ଜଡ଼ିତ ଦୁର୍ନୀତିରେ। ସେ ଆହୁରି କହିଛନ୍ତି ,ଏହି ସରକାରରେ  ଶିକ୍ଷା କ୍ଷେତ୍ରର ବିଶେଷ ଲୋକ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏବେ ମୁଁ ଶ୍ରମ ସମ୍ୱନ୍ଧୀୟ ମାମଲାକୁ ଦେଖୁଛି। ଭବିଷ୍ୟ ନିଧି ଗ୍ରାଚ୍ୟୁଟି ଆଦି ସହ ସମ୍ୱନ୍ଧିତ ନିଯୁକ୍ତିଦାତାଙ୍କର ବଡ଼ ଘୋଟାଲା ମଧ୍ୟ ଅଛି। ମୁଁ ଏହି ସବୁ ମାମଲାରେ କିଛି ଆଦେଶ ବି ଜାରି କରିଛି। ସେ କହିଛନ୍ତି ଏବେ ମୋତେ ଏକ ବଡ଼ କ୍ଷେତ୍ର ଆଡ଼କୁ ଯିବାର ଅଛି। ଏଥିପାଇଁ ମୋତେ ଲାଗୁଛି କି ରାଜନୀତି ସେହି କ୍ଷେତ୍ର , ଯାହା ମୋତେ ସେହି ଲୋକଙ୍କ ପାଖରେ ପହଞ୍ଚାଇ ପାରିବ। ଯାହାକୁ ମୋର ଆବଶ୍ୟକତା ରହିଛି। ମୁଁ ଏବେ ଏମିତି ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି।

ହେଲେ ଜଷ୍ଟିସ୍‌ ଗଙ୍ଗୋପାଧ୍ୟାୟ ଏହି କଥାର ଖୁଲାସା କରି ନାହାନ୍ତି କି, ସେ କେଉଁ ପାର୍ଟିରେ ଯୋଗ ଦେବେ। ହେଲେ ସୂତ୍ରରୁ ଖବର ଯେ,ସେ ବିଜେପି ସହ ଯୋଡ଼ି ହୋଇ ପାରନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟ ଜୁଲାଇରେ ଅବସର ନେବେ। ସେ ୨୦୧୮ରେ ଆଡିସନାଲ ବିଚାରପତି ଭାବେ ହାଇକୋର୍ଟରେ ଜଏନ୍‌ କରିଥିଲେ। ୨୦୨୦ରେ ସେ ସ୍ଥାୟୀ ହୋଇ ଯାଇ ଥିଲେ। 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.