ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଦଶ ବର୍ଷର ପ୍ରତୀକ୍ଷା ଶେଷ, ଜୁରାସିକ ୱାର୍ଲ୍ଡର ଚତୁର୍ଥ ଫିଲ୍ମରେ ଦେଖିବାକୁ ମିଳିବେ ସ୍କାର୍‌ଲେଟ୍‌ ଜନ୍‌ସନ

ନୂଆଦିଲ୍ଲୀ ୨୬/୦୬: ହଲିଉଡ୍‌ର ନାମୀ ଅଭିନେତ୍ରୀ ସ୍କାର୍‌ଲେଟ୍‌ ଜନ୍‌ସନଙ୍କୁ କିଏ ବା ନ ଜାଣେ! ମାର୍ବଲ୍‌ ୟୁନିଭର୍ସଙ୍କ ‘ଆଭେଞ୍ଜର୍ସ’ ଫ୍ରାଞ୍ଚାଇଜ୍‌ରେ ବ୍ଲେଡ ବିଡୋ ଚରିତ୍ରରେ ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି ସେ । ସାରା ବିଶ୍ୱରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି । ହଲିଉଡ୍‌ର ନାମୀ ଦାମୀ ତାରକାଙ୍କ ଭିତରେ ଗଣା ହୁଅନ୍ତି ସ୍କାର୍‌ଲେଟ୍‌ । ସ୍କାର୍‌ଲେଟ୍‌ ଆଗାମୀ ସମୟରେ ହଲିଉଡର ସଫଳ ଫିଲ୍ମ ଫ୍ରାଞ୍ଚାଇଜ୍‌ ଜୁରାସିକ୍‌ ୱାର୍ଲ୍ଡରେ ସାମିଲ ହୋଇଛନ୍ତି । ଅଳ୍ପ ଦିନ ତଳେ କମିକ୍‌ ବୁକ୍‌.କମ୍‌ ସହିତ କଥାବାର୍ତ୍ତାବେଳେ ସ୍କାର୍‌ଲେଟ୍‌ ଏହି କଥା କହିଛନ୍ତି । 

ସ୍କାର୍‌ଲେଟ୍‌ କହିଥିଲେ ଯେ, ଗତ ୧୦ ବର୍ଷ ଧରି ସେ ଏହି ଫ୍ରାଞ୍ଚାଇଜ୍‌ର ଅଂଶ ବିଶେଷ ହେବା ପାଇଁ ଅପେକ୍ଷା କରି ରହିଥିଲେ । ଶେଷରେ ସେହି ମୁହୂର୍ତ୍ତ ଆସିଲା ଓ ଏହା ନିଶ୍ଚିତ ହୋଇଗଲା । ଆଗାମୀ ଦିନରେ ସେ ଜୁରାସିକ ୱାର୍ଲ୍ଡର ଚତୁର୍ଥ ଫିଲ୍ମରେ ଦେଖିବାକୁ ମିଳିବେ ବୋଲି କହିଥିଲେ ସ୍କାର୍‌ଲେଟ୍‌ । ଫିଲ୍ମର କାହାଣୀ ଖୁବ୍‌ ସୁନ୍ଦର, ଯାହା ତାଙ୍କୁ ଖୁବ୍‌ ପ୍ରଭାବିତ କରିଛି ବୋଲି କହିଥିଲେ ସେ । କେବଳ ସେତିକି ନୁହେଁ, ଏହି ଫିଲ୍ମରେ କାମ କରିବା ପାଇଁ ସେ ଏତେ ଉତ୍କଣ୍ଠିତ ଥିଲେ ଯେ, ଯଦି ତାଙ୍କୁ ୫ ମିନିଟର ମରିବା ଦୃଶ୍ୟରେ ଅଭିନୟ ପାଇଁ ସୁଯୋଗ ମିଳନ୍ତା, ତା’ହେଲେ ମଧ୍ୟ ସେ ରାଜି ହୋଇଯାଆନ୍ତେ । 

ସେ ଜୁରାସିକ ୱାର୍ଲ୍ଡର ସର୍ବଦା ଜଣେ ବଡ଼ ପ୍ରଶଂସକ ହୋଇ ରହିଆସିଛନ୍ତି । ଏହାର ଚତୁର୍ଥ ସଂସ୍କରଣରେ କାମ କରିବା ସୁଯୋଗ ପାଇ ସେ ଖୁବ୍‌ ଉଲ୍ଲସିତ ଅଛନ୍ତି ବୋଲି କହିଥିଲେ । ୧୯୯୪ରେ ‘ନର୍ଥ’ ଫିଲ୍ମରୁ ସ୍କାର୍‌ଲେଟ୍‌ ଜନ୍‌ସନ୍‌ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରାୟ ୩୦ ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ସେ ‘ଫଲ୍‌’, ‘ଘୋଷ୍ଟୱାର୍ଲ୍ଡ’, ‘ଦ ଆଇସ୍‌ଲ୍ୟାଣ୍ଡ’, ‘ଲଷ୍ଟ ଇନ୍‌ ଟ୍ରାନ୍‌ସଲେସନ୍‌’, ‘ଲୁସି ଔର୍‌ ଆଭେଞ୍ଜର୍ସ’ ଫ୍ରାଞ୍ଚାଇଜ୍‌ର ଅନେକ ସୁନ୍ଦର ମୁଭିରେ ଅଭିନୟ କରିଛନ୍ତି ।

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.