ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ଲକିଂଚେକିଂ ବେଳେ ସ୍କର୍ପିଓ ଚଢାଇ ଭାଙ୍ଗିଲେ ବ୍ୟାରିକେଟ, ଯୁବକ ଗିରଫ

 ଭୁବନେଶ୍ବର,୨୯।୫ ମଙ୍ଗଳବାର ରାତିରେ ଜଣେ ଯୁବକ ସ୍କର୍ପିଓ ଚଢାଇ ଭାଙ୍ଗିଥିଲେ ଓମଫେଡ ଛକ ଚେକ୍ ପୋଷ୍ଟର ଏକାଧିକ ବ୍ୟାରିକେଟ। ସ୍କର୍ପିଓ ଗାଡ଼ିରେ ଦୁଇ କିଲୋମିଟର ଘୋଷାଡି ନେଇଥିଲେ ବ୍ୟାରିକେଟ।  ସ୍କର୍ପିଓ ଧକ୍କାରୁ ଅଳ୍ପକେ ବର୍ତ୍ତିଥିଲେ ୨୦ରୁ ଅଧିକ ପୁଲିସ୍ କର୍ମଚାରୀ। ରାତିସାରା ପିଛାକରି ଭୋରୁ ଗ୍ୟାରେଜ ଛକରୁ ଯୁବକକୁ ଧରିଲା ପୋଲିସ।

ଗତକାଲି ବିଳମ୍ୱିତ ରାତିରେ ଓମଫେଡ ଛକରେ ଟ୍ରାଫିକ ପୋଲିସ ପକ୍ଷରୁ ବ୍ଲକିଂଚେକିଂ ବେଳେ ହଠାତ୍ ଦ୍ରୁତ ଗତିରେ ଏକ ସ୍କର୍ପିଓ କାର୍ ଡ଼ମଣା ଛକରୁ ନାଲକୋ ଛକ ପଟକୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା। ସେଠାରେ ଥିବା ସବୁ ବ୍ୟାରିକେଡକୁ ଭାଙ୍ଗିବା ସହ ପୋଲିସ କର୍ମୀ ଉପରେ କାର୍ ଚଢ଼ାଇବାକୁ ଉଦ୍ୟମ କରି ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରୁ ଟ୍ରାଫିକ ଡିସିପି, ଏସିପି, ଥାନା ଅଧିକାରୀ ମିଶି ଗାଡ଼ିକୁ ପିଛା କରି ସ୍ମାର୍ଟ ସିଟି କ୍ୟାମେରା ଦେଖି ଖୋଜିବା ସହ ଗ୍ୟାରେଜ ଛକରୁ ଚାଳକ ସୋମନାଥ ପାତ୍ର କୁ କାବୁ କରିଥିଲେ। ମାମଲାର ତଦନ୍ତ କରି ଆଜି ଅଭିଯୁକ୍ତ ସୋମନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.