ନୂଆଦିଲ୍ଲୀ, ୫।୧୨: ଗୁଗଲ୍ ଏମିତି ଏକ ପ୍ଲାଟଫର୍ମ, ଯାହା ବିନା ଆଜିକାଲି ସବୁକିଛି ଅଧୁରା । ଯେ କୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ, ଲୋକେ ସଙ୍ଗେ ସଙ୍ଗେ ଗୁଗୁଲର ସହାୟତା ନେଉଛନ୍ତି । ଆପଣ ମଧ୍ୟ ଏଥିରେ ଅଭ୍ୟସ୍ତ । ମାତ୍ର, ଜାଣନ୍ତି କି, ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ସର୍ଚ୍ଚ କଲେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏପରିକି ଏଥିପାଇଁ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ । ଗୁଗୁଲ୍ ହେଉଛି ବିଶ୍ୱର ଏକ ଶକ୍ତିଶାଳୀ ଏବଂ ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍ । ଗୁଗୁଲ୍ ସର୍ଚ୍ଚ ସାହାଯ୍ୟରେ ଆମେ ସମସ୍ତ ପ୍ରକାର ସୂଚନା ପାଇଥାଉ । କିନ୍ତୁ, ଗୁଗୁଲ୍ରେ ମଧ୍ୟ କିଛି ଜିନିଷ ସର୍ଚ୍ଚ କରିବା ବେଆଇନ୍ ଓ କ୍ଷତିକାରକ । ଏଠାରେ ଆମେ ଏପରି ୪ଟି ଜିନିଷ ବିଷୟରେ କହୁଛୁ ଯାହା ଗୁଗୁଲ୍ରେ ସର୍ଚ୍ଚ କରିବା ବେଆଇନ୍ ବୋଲି ବିବେଚନା କରାଯାଏ ।
ବୋମା ତିଆରି କୌଶଳ: ଭାରତରେ ବୋମା ପ୍ରସ୍ତୁତ କରିବା ଏକ ଗୁରୁତର ଅପରାଧ । ଯଦି ଆପଣ ଗୁଗୁଲ୍ରେ ବୋମା ତିଆରି କରିବାର କୌଶଳ ସର୍ଚ୍ଚ କରୁଛନ୍ତି, ତେବେ ଆତଙ୍କବାଦ ଅଭିଯୋଗରେ ଆପଣଙ୍କୁ ଗିରଫ କରାଯାଇପାରିବ ।
ଚାଇଲ୍ଡ ପୋନୋଗ୍ରାଫି: ଚାଇଲ୍ଡ ପୋନୋଗ୍ରାଫି ବା ଶିଶୁ ଅଶ୍ଳୀଳତା ଭାରତରେ ଏକ ଗୁରୁତର ଅପରାଧ । ଯଦି ଆପଣ ଗୁଗୁଲ୍ରେ ଏହିପରି କିଛି ଜିନିଷ ସର୍ଚ୍ଚ କରନ୍ତି, ତେବେ ଆପଣ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇପାରିବେ ।
ବେଆଇନ୍ ଔଷଧ: ବେଆଇନ୍ ଔଷଧ ବିକ୍ରୟ ଓ କ୍ରୟ ମଧ୍ୟ ଭାରତରେ ଏକ ଗୁରୁତର ଅପରାଧ ଭାବେ ବିବେଚନା କରାଯାଏ । ଯଦି ଆପଣ ଗୁଗୁଲ୍ରେ ବେଆଇନ୍ ଔଷଧ ସମ୍ପର୍କରେ ସର୍ଚ୍ଚ କରନ୍ତି, ତେବେ ବେଆଇନ୍ ଔଷଧ ବା ଡ୍ରଗ୍ ଅପରାଧ ଆଇନ ଅନୁଯାୟୀ ଜେଲ୍ ଯିବାକୁ ପଡ଼ିପାରେ ।
ହ୍ୟାକିଂ: ଭାରତରେ କମ୍ପ୍ୟୁଟର ହ୍ୟାକିଂ ମଧ୍ୟ ଅନ୍ୟ ଏକ ଗୁରୁତର ଅପରାଧ । ଯଦି ଆପଣ ଗୁଗୁଲ୍ରେ ହ୍ୟାକିଂ କୌଶଳ ସର୍ଚ୍ଚ କରନ୍ତି, ତେବେ ସାଇବର ଅପରାଦ ଅଭିଯୋଗରେ ଆପଣଙ୍କୁ ଗିରଫ କରାଯାଇପାରିବ । ଏସବୁ ଜିନିଷ ବ୍ୟତୀତ ଆଉ କିଛି ରହିଛି ଯାହା ଗୁଗୁଲ୍ରେ ସର୍ଚ୍ଚ କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣ ଗୁଗୁଲ୍ରେ ଆତ୍ମହତ୍ୟା କିମ୍ୱା ହତ୍ୟା କୌଶଳ ସର୍ଚ୍ଚ କରନ୍ତି, ତେବେ ଆପଣଙ୍କୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏଡ଼ାଇବା ପାଇଁ ସାହାଯ୍ୟ ଦରକାର ହୋଇପାରେ । ଏମିତିକି ଯଦି ଆପଣ ଗୁଗୁଲ୍ରେ ଏପରି କିଛି ଜିନିଷ ସନ୍ଧାନ କରୁଛନ୍ତି ଯାହା ଆଇନଗତ କି ନୁହେଁ ତାହା ବିଷୟରେ ଆପଣ ନିଶ୍ଚିତ ନୁହଁନ୍ତି । ଏପରି ପରିସ୍ଥିତିରେ ଆପଣ ଜଣେ ବିଶେଷଜ୍ଞଠାରୁ ପରାମର୍ଶ ନେଇପାରିବେ ।