ନୂଆଦିଲ୍ଲୀ,୨୬/୦୯: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବିର ବୋର୍ଡ ବୈଠକ ୩୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ଏଥିରେ ଇଣ୍ଡେକ୍ସ ଡେରିଭେଟିଭ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଚର୍ଚ୍ଚା ହେବାର ଆଶା କରାଯାଉଛି । ବଜାର ନିୟାମକ ସେବି କିଛି ସମୟ ହେବ ଇଣ୍ଡେକ୍ସ ଡେରିଭେଟିଭ ଫ୍ରେମୱାର୍କକୁ ଦୃଢ଼ କରିବା ଲାଗି ଚେଷ୍ଠା କରୁଛି । ନୂଆ ଫ୍ରେମୱାର୍କ ଦ୍ୱାରା ପ୍ରତିଭୂତି ବଜାର ଉପରେ ପ୍ରଭାବ ପଡିବ । ଶୀଘ୍ର ଲାଭ କମାଇବା ଆଶାରେ ଡେରିଭେଟିଭରେ ଖୁଚୁରା ନିବେଶକଙ୍କ ଟ୍ରେଡିଂରେ ହ୍ରାସ ହେବ । ସେବି ୩୦ ଜୁଲାଇରେ ଏ ନେଇ ଏକ କନସଲଟେଶନ ପେପର ଜାରି କରିଥିଲା । ଉଲ୍ଲେଖଯାଗ୍ୟ, ଫ୍ୟୁଚର ଆଣ୍ଡ୍ ଅପ୍ସନ ଟ୍ରେଡିଂରେ ୯୩% ଟ୍ରେଡରଙ୍କୁ କ୍ଷତି ଉଠାଇବାକୁ ପଡୁଛି ।
କେବଳ ବାବା ସିଦ୍ଧିକ୍ ନୁହଁନ୍ତି, ପୁଅ ଜିଶାନ ସିଦ୍ଧିକ...