ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅମ୍ୱାନୀଙ୍କ ପାର୍ଟିରେ ରିହାନାଙ୍କ ସହ ଝୁମିଲେ ଶାହରୁଖ , ଗୌରୀ-ସୁହାନାଙ୍କ ସହ ଫ୍ୟାମିଲି ଫଟୋ ଆସିଲା ସାମନାକୁ

ମୁମ୍ୱାଇ : ଗୁଜରାଟର ଜାମନଗରରେ ଉତ୍ସବ ଚାଲିଛି। ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚେଣ୍ଟଙ୍କର ପ୍ରି-ୱେଡିଂ ସେଲିବ୍ରେସନର ୩ୟ ଦିନ। ଏହି ଅବସରରେ କେବଳ ଦେଶ ନୁହେଁ ସାରା ଦୁନିଆର ପ୍ରସିଦ୍ଧ ବ୍ୟକ୍ତିଙ୍କର ଯେମିତି ଭିଡ଼ ଲାଗିଛି। ୧ ମାର୍ଚ୍ଚରେ ଇଣ୍ଟରନ୍ୟାସନାଲ ଷ୍ଟାର ରିହାନାଙ୍କର ପରଫର୍ମାନ୍ସ ଥିଲା। ଷ୍ଟେଜ୍‌ରେ ପହଞ୍ଚିବା କ୍ଷଣି ସେ ଯେମିତି ରୋମାନ୍ସ ଭରି ଦେଇ ଥିଲେ।। ଜାହ୍ନବୀ କପୁର ରିହାନାଙ୍କ ସହ ପାର୍ଟିରେ ଝିଙ୍ଗାଟ ଗୀତରେ ନୃତ୍ୟ କରି ଥିଲେ। ଖାଲି ଏତିକି ନୁହେଁ ଶାହରୁଖ ଖାନ ମଧ୍ୟ ତାଙ୍କ ସହ ଝୁମିବାର ଦେଖିବାକୁ ମିଳି ଥିଲା। ଉକ୍ତ ଇଭେଣ୍ଟରୁ ଅଭିନେତାଙ୍କର ଫଟୋ ଏବେ ସାମନାକୁ ଆସିଛି।

ଡ୍ୟାନ୍ସ ଫ୍ଲୋରରେ ରିହାନା ଓ ଶାହରୁଖ ଖାନ। ଉଭୟ ହାତ ଉଠାଇ ନୃତ୍ୟ କରୁଛନ୍ତି। ତାଙ୍କ ଆଖପାଖରେ ଲୋକଙ୍କ ଭିଡ଼ ଜମିଛି। ବ୍ଲୁ ଶାଢୀ ପିନ୍ଧି ନଭ୍ୟା ନଭେଲି ନନ୍ଦା ଠିଆ ହୋଇଛନ୍ତି। ପାଖରେ ସୁହାନାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ବୋହୂ ଶ୍ଲୋକା ମେହଟ୍ଟା ତାଙ୍କର ଡ୍ୟାନ୍ସକୁ ଏନଜୟେ କରୁଛନ୍ତି। 

ଶାହରୁଖ ଫ୍ୟାମିଲ ଫଟୋ କ୍ଲିକ୍‌ କରାଇଛନ୍ତି। ସେ ପତ୍ନୀ ଗୌରୀ ଖାନ , ଝିଅ ସୁହାନା ଓ ପୁଅ ଅବରାମଙ୍କ ସହ ପୋଜ୍‌ ଦେଉଛନ୍ତି। ଶାହରୁଖ ଓ ଅବରାମ ଅଲ୍‌ ବ୍ଲାକ୍‌ ଲୁକ୍‌ରେ ଅଛନ୍ତି। ସୁହାନା ରେଡ୍‌ କଲରର ଅଫ୍‌ ଶୋଲଡର ଡ୍ରେସ୍ ପିନ୍ଧିଛନ୍ତି। ଗୌରୀ ଅରେଞ୍ଜ କଲରର ଶାଢୀରେ ଅଛନ୍ତି। 

ଏହା ବ୍ୟତୀତ ଶାହରୁଖ ବଲିଉଡର ଅନ୍ୟ ଦୁଇ ଖାନ ସଲମାନ ଓ ଆମିରଙ୍କ ସହ ଷ୍ଟେଜ୍‌ରେ ଖୁବ୍‌ ଡ୍ୟାନ୍ସ କଲେ। ୩ ଜଣଙ୍କ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.