ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ଶ୍ରୀକ୍ଷେତ୍ର ପରିକ୍ରମାନାଗା ବେଶ ହେବେ ମହାବୀର, ଠାକୁରଙ୍କୁ ରସଗୋଲା ଓ ଚୁଡ଼ାଘଷା ଭୋଗ ହେବ ଲାଗି

ପୁରୀ ୦୨/୧୨: ମାର୍ଗଶୀର ମାସ କୃଷ୍ଣପକ୍ଷ ପଞ୍ଚମୀରେ ଶ୍ରୀକ୍ଷେତ୍ର ପ୍ରଦକ୍ଷିଣ କରିବାର ବିଧି । ଏହାକୁ ଶ୍ରୀକ୍ଷେତ୍ର ପରିକ୍ରମା ମହୋତ୍ସବ ତଥା ସାଧାରଣରେ ‘ପଞ୍ଚତୀର୍ଥ’ କୁହାଯାଏ । ଶନିବାର ଶ୍ରୀକ୍ଷେତ୍ର ପରିକ୍ରମା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହୋଦଧିରେ ସ୍ନାନ କରି ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥସ୍ଥଳୀ  ଭ୍ରମଣ କରିବେ । ଠାକୁରଙ୍କ ନାମକୀର୍ତ୍ତନ  କରି ନଗର ପରିକ୍ରମା କରିବେ । ତୀର୍ଥ  ପୁଷ୍କରିଣୀର ପବିତ୍ର ଜଳ ଛିଞ୍ଚି ହୋଇ ପଞ୍ଚ ମହାଦେବଙ୍କୁ ପ୍ରଣାମ କରିବେ ।

ଶ୍ରୀମନ୍ଦିର ରତ୍ନସିଂହାସନରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିବେ । ବିଭିନ୍ନ  ମନ୍ଦିରରେ ବିରାଜିତ ମହାବୀରଙ୍କ ନାଗା  ବେଶ ଅନୁଷ୍ଠିତ ହେବ । ସିଦ୍ଧମହାବୀର  ଅଞ୍ଚଳ ଉଜ୍ଜ୍ୱଳ ଆଲୋକମାଳାରେ ସୁସଜ୍ଜିତ  ହେବ । ମହାବୀରଙ୍କ ମନ୍ଦିରରେ ଜମିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ସିଦ୍ଧମହାବୀରଙ୍କୁ ନାଗା ବେଶରେ ଦର୍ଶନ କରିବେ ଭକ୍ତ ।  ଠାକୁରଙ୍କୁ ରସଗୋଲା ଓ ଚୁଡ଼ାଘଷା ଭୋଗ  ଲଗା ଯିବ । ମହୋତ୍ସବ ପାଇଁ ଏବେଠାରୁ  ହଜାର ହଜାର ଜଗନ୍ନାଥ ପ୍ରେମୀ  ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି । ଏହିଦିନ  ଶ୍ରୀକ୍ଷେତ୍ର ପରିକ୍ରମା କଲେ ଅଶ୍ୱମେଧ  ଯଜ୍ଞର ଫଳ ମିଳେ ବୋଲି ବିଶ୍ୱାସ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.