ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାପା-ମା, ଭାଇଙ୍କୁ ହତ୍ୟା ଲାଗି ୬୫ ଲକ୍ଷ ସୁପାରୀ ଦେଇଥିଲେ ଯୁବକ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ବେଙ୍ଗାଲୁରୁ,୨୩/୦୪: କର୍ଣ୍ଣାଟକର ଗଡଗ ଅଞ୍ଚଳରେ ଜଣେ ଯୁବକ ନିଜ ବାପା-ମା ଓ ଭାଇଙ୍କୁ ହତ୍ୟା କରିବା ଲାଗି ୬୫ ଲକ୍ଷ ଟଙ୍କା ସୁପାରୀ ଦେଇଛନ୍ତି । ପିତା ବଡଭାଇ ନାମରେ ସମ୍ପତ୍ତି କରିଦେବାକୁ କହିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନଭାଇ ଏଭଳି ଜଘନ୍ୟ ଘଟଣା ଘଟାଇଛନ୍ତି। ଅବଶ୍ୟ ହତ୍ୟାରୁ ବାପା ଓ ମା ବର୍ତ୍ତିଯାଇଛନ୍ତି । ହେଲେ ବଡଭାଇ ଏବଂ ତାଙ୍କ ଘରକୁ ଆସିଥିବା ଅନ୍ୟ ୩  ପରିଜନଙ୍କୁ ହତ୍ୟାର ଶିକାର ହେବାକୁ ପଡିଛି । 

ପୁଲିସ ଏହି ଘଟଣାରେ ଅଭିଯୁକ୍ତ ସାନଭାଇ ବିନାୟକ ଓ ୮ ଜଣ  ସୁପାରୀ କିଲରଙ୍କୁ ଗିରଫ କରିଛି । ମୃତକଙ୍କ ମଧ୍ୟରେ  ଅଛନ୍ତି ଅଭିଯୁକ୍ତ ବିନାୟକର ବଡଭାଇ କାର୍ତ୍ତିକ ବକାଲେ  (୨୭), ପର୍ଶୁରାମ ହାଦିମନୀ (୫୫), ଲକ୍ଷ୍ମୀ ହାଦିମନୀ  (୪୫) ଏବଂ ଆକାଂକ୍ଷା ହାଦିମନୀ (୨୬) । ପୁଲିସ ଆଇଜି ବିକାଶ କୁମାରଙ୍କ ସୂଚନା ଅନୁସାରେ  କାର୍ତ୍ତିକ ଓ ବିନାୟକ ଦୁଇଭାଇ ହେଉଛନ୍ତି ବିଜେପି ନେତା  ତଥା ଗଡଗ-ବେତାଗିରି ସିଟି ମ୍ୟୁନିସିପାଲ କାଉନସିଲର  ଉପାଧ୍ୟକ୍ଷ ପ୍ରକାଶ ବକାଲେ ଓ ସୁନନ୍ଦା ବକାଲେଙ୍କ ପୁଅ ।  ବଡଭାଇ କାର୍ତ୍ତିକଙ୍କ ବିବାହ ସ୍ଥିର ହୋଇଥିବାରୁ ତାଙ୍କ ଘରକୁ  ହାଦିମନୀ ପରିବାର ଆସିଥିଲେ । ପ୍ରକାଶ ତାଙ୍କର ସବୁ ସମ୍ପତ୍ତି  ବଡପୁଅ କାର୍ତ୍ତିକଙ୍କ ନାମରେ କରିଦେବା ଲାଗି ଯୋଜନା କରିଥିଲେ । ଯାହା ବିନାୟକଙ୍କୁ କ୍ଷୁବ୍ଧ କରିଥିଲା । ତେଣୁ ସେ  ପିତାମାତା ଓ ଭାଇଙ୍କୁ ହତ୍ୟା କରିବା ଲାଗି ସୁପାରି କିଲର  ଯୋଗାଡ କରିଥିଲେ । ସେମାନଙ୍କ ସହ ଡିଲ୍‌ ହୋଇଥିଲା କି  ହତ୍ୟକାରୀମାନେ ଘରୁ ଯେଉଁସବୁ ସାମଗ୍ରୀ ଲୁଟିବେ ତାହା  ସେମାନେ ନେଇଯିବେ । 

ହତ୍ୟକାରୀଙ୍କ ଧାରଣା ଥିଲା କି  ଘରେ କେବଳ ପ୍ରକାଶ, କାର୍ତ୍ତିକ ଓ ସୁନନ୍ଦା ଥିବେ । କିନ୍ତୁ  ସେମାନେ ଘରେ ପହଞ୍ଚିଲ ବେଳକୁ ହାଦିମନୀ ପରିବାରର  ୩ ଜଣ ପହଞ୍ଚିଥିଲେ । ତେଣୁ ସେମାନେ ପ୍ରଥମେ କାର୍ତ୍ତିକଙ୍କୁ  ହତ୍ୟା କରିବା ପରେ ହାଦିମନୀ ପରିବାରର ୩ ଜଣଙ୍କୁ  ହତ୍ୟା କରିଥିଲେ । ଏହି ସମୟରେ ପ୍ରକାଶ ଘରେ ଲାଗିଥିବା  ଆଲାର୍ମ ବଜାଇ ଦେଇଥିଲେ । ତେଣୁ ଧରାପଡିଯିବା ଭୟରେ  ହତ୍ୟାକାରୀମାନେ ସେଠାରୁ ପଳାଇଥିଲେ । 

ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା  ସହ ତଦନ୍ତ ଆରମ୍ଭ କରିଥିଲା । ଘରୁ କୌଣସି ସାମଗ୍ରୀ ଚୋରି  ହୋଇ ନଥିବାରୁ ପୁଲିସର ସନ୍ଦେହ ବଢ଼ିଥିଲା । ପ୍ରକାଶ ଓ  ସୁନନ୍ଦାଙ୍କୁ ପଚରାଉଚୁରା କରିବା ପରେ ସମ୍ପତ୍ତିକୁ ନେଇ  କାର୍ତ୍ତିକ ଓ ବିନାୟକଙ୍କ ଭିତରେ ବିବାଦ ଉପୁଜିଥିବା ପୁଲିସ  ଜାଣିବାକୁ ପାଇଥିଲା । ତେଣୁ ପୁଲିସର ସନ୍ଦେହ ବିନାୟକ  ଉପରେ ଯାଇଥିଲା । ଫଳରେ ପୁଲିସ ତାଙ୍କୁ ଗିରଫ କରିଥିଲା ।  ଜେରା ବେଳେ ସେ ଦୋଷ ସ୍ୱୀକାର କରିଥିଲେ । ପୁଲିସ  ଶେଷରେ ଗଡଗରୁ ୪ ଓ ସାଙ୍ଗଲିରୁ ଅନ୍ୟ ୪ଜଣ ସୁପାରି  କିଲରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.