ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଓଟିଟି ପ୍ଲାଟଫର୍ମରେ ଶ୍ରୀଦେବୀଙ୍କ ୮ ଲୋକପ୍ରିୟ ଚଳଚ୍ଚିତ୍ର

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଥିଲେ ଶ୍ରୀଦେବୀ । ସରଳା ଗ୍ରାମ୍ୟବଧୂ ଚରିତ୍ର ହେଉ ଅବା ବିତ୍ତଶାଳୀଙ୍କ ପତ୍ନୀ, କନ୍ୟା - ସମସ୍ତ ପ୍ରକାର ଚରିତ୍ରକୁ ଶତ ପ୍ରତିଶତ ନ୍ୟାୟ ଦେଇପାରୁଥିଲେ ସେ । ତାଙ୍କ ନୃତ୍ୟ, ସଂଳାପ କହିବାର ଶୈଳୀ ମଧ୍ୟ ଥିଲା ସବୁଠୁ ନିଆରା । ଅଗଷ୍ଟ ୧୩, ୧୯୬୩ରେ ତାମିଲନାଡ଼ୁରେ ଜନ୍ମିତା ଶ୍ରୀଦେବୀଙ୍କର ପରଲୋକ ହୋଇଥିଲା ୨୦୧୮ରେ । କିନ୍ତୁ ଆଜି ମଧ୍ୟ ତାଙ୍କର ସୁପରହିଟ୍‌ ଫିଲ୍ମ ତାଙ୍କୁ ପ୍ରଶଂସକଙ୍କ ହୃଦୟରେ ଜୀବିତ ରଖିଛି ।

ନିଖୁଣ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା ଶ୍ରୀଦେବୀ କୋଟି କୋଟି ପ୍ରଶଂସକ ସୃଷ୍ଟି କରିଯାଇଛନ୍ତି । ଅନେକେ ଆଜି ବି ଶ୍ରୀଦେବୀଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । ଆପଣ ବି ଶ୍ରୀଦେବୀଙ୍କର ଜଣେ ବଡ଼ ପ୍ରଶଂସକ କି? ଯଦି ହଁ, ତା’ହେଲେ ସେ ଅଭିନୟ କରିଥିବା ଏହି ୮ଟି ଲୋକପ୍ରିୟ ଚଳଚ୍ଚିତ୍ର ଦେଖନ୍ତୁ ଓଟିଟି ପ୍ଲାଟଫର୍ମରୁ । 

ଇଙ୍ଗଲିଶ୍‌ ବିଙ୍ଗଲିଶ୍‌

୨୦୧୨ରେ ପ୍ରେକ୍ଷାଳୟକୁ ଆସିଥିଲା ‘ଇଙ୍ଗଲିଶ୍‌ ବିଙ୍ଗଲିଶ୍‌’ । ଗୌରୀ ଶିନ୍ଦେ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ବିବାହ ଏବଂ ପରେ ପରେ ଦୁଇ ଶିଶୁ କନ୍ୟାଙ୍କ ଲାଳନ ପାଳନରେ ବ୍ୟସ୍ତ ରହି କିଛି ବର୍ଷର ବ୍ୟବଧାନ ପରେ ଏହି ଫିଲ୍ମ ଜରିଆରେ ଶ୍ରୀଦେବୀ ବଲିଉଡକୁ ଲେଉଟିଥିଲେ । ଜିଓ ସିନେମା ଓଟିଟି ପ୍ଲାଟଫର୍ମରେ ଆପଣ ଏ ଫିଲ୍ମଟିକୁ ଦେଖିପାରିବେ । 

ଗୁମରାହ

ବକ୍ସ ଅଫିସ୍‌ରେ ଏହି ଫିଲ୍ମଟି ଆଭରେଜ୍‌ ବ୍ୟବସାୟ କରିଥିଲା । କିନ୍ତୁ ଏ ଫିଲ୍ମରେ ଶ୍ରୀଦେବୀଙ୍କ ଅଭିନୟକୁ ମିଳିଥିଲା ଦର୍ଶକୀୟ ଆଦୃତି । ଏଥିରେ ଶ୍ରୀଦେବୀ ଉଭୟ ଡରିଯାଇଥିବା ଓ ଆକ୍ସନ କରୁଥିବା ଚରିତ୍ରରେ ଅଭିନୟ କରିଛନ୍ତି, ଯାହାକୁ ଦେଖିଲେ ଦର୍ଶକ ପ୍ରଶଂସା ନ କରି ରହିପାରିବେ ନାହିଁ । ୧୯୯୩ରେ ମୁକ୍ତିଲାଭ କରିଥିଲା ଏ ଫିଲ୍ମ । 

ଲାଡ୍‌ଲା

ଅନୀଲ କପୁର, ରବିନା ଟଣ୍ଡନ ଓ ଶ୍ରୀଦେବୀ ଅଭିନୀତ ‘ଲାଡ୍‌ଲା’ ରିଲିଜ୍‌ ହୋଇଥିଲା ୧୯୯୪ରେ । ଏଥିରେ ଶ୍ରୀଦେବୀ ଜଣେ ବିତ୍ତଶାଳୀ ବାପାଙ୍କ ଅହଙ୍କାରୀ କନ୍ୟା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ରାଜ କନୱର ‘ଲାଡ୍‌ଲା’ର ନିର୍ଦ୍ଦେଶନା ଦେଇଥିଲେ । ଆପଣ ଏ ଫିଲ୍ମକୁ ଜୀ୫ ଓ ୟୁଟ୍ୟୁବ ଉଭୟ ପ୍ଲାଟଫର୍ମରେ ମାଗଣାରେ ଦେଖିପାରିବେ । 

ମିଷ୍ଟର ଇଣ୍ଡିଆ

ଏହି ସିନେମାରେ ଶ୍ରୀଦେବୀଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିଥିଲେ ଅନୀଲ କପୁର । ଫିଲ୍ମରେ ଦୁହିଁଙ୍କର କଲର୍‌ଫୁଲ କେମିଷ୍ଟ୍ରି, ନୂତନ ସ୍ୱାଦର କଥାବସ୍ତୁକୁ ଖୁବ୍‌ ପସନ୍ଦ କରିଥିଲେ ସିନେପ୍ରେମୀ । ଏହି ବ୍ଳକବଷ୍ଟର ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ଶେଖର କପୁର । ‘ମିଷ୍ଟର ଇଣ୍ଡିଆ’ ଚଳଚ୍ଚିତ୍ରଟି ଦର୍ଶକ ଜୀ୫ରେ ଦେଖିପାରିବେ । 

ଜୁଦାଇ

୧୯୯୭ରେ ରାଜ କନୱର ନିର୍ଦ୍ଦେଶିତ ‘ଜୁଦାଇ’ ସିନେମାଘରକୁ ଆସିଥିଲା । ଏଥିରେ ଜଣେ ଧନ ସମ୍ପତ୍ତି ଲୋଭୀ ମହିଳା ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ ଶ୍ରୀଦେବୀ । ସେ ଅନୀଲ କପୁରଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରିଥିବାବେଳେ ପ୍ରେମିକା ଚରିତ୍ର ନିର୍ବାହ କରିଥିଲେ ଉର୍ମିଳା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଜୀ୫ ଓ ୟୁଟ୍ୟୁବରେ ଉପଲବ୍ଧ ହେଉଛି । 

ଚାନ୍ଦ୍‌ନୀ 

୧୯୮୯ରେ ପ୍ରେକ୍ଷାଳୟକୁ ଆସିଥିଲା ସୁପରହିଟ୍‌ ଫିଲ୍ମ ‘ଚାନ୍ଦ୍‌ନୀ’ । ୟଶ୍‌ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏ ଫିଲ୍ମରେ ଶ୍ରୀଦେବୀଙ୍କ ଗ୍ଲାମର୍‌କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ଫିଲ୍ମର କାହାଣୀ ତଥା ଗୀତସବୁ ମଧ୍ୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ‘ଚାନ୍ଦ୍‌ନୀ’ ଆଜି ମଧ୍ୟ ଅନେକ ଦର୍ଶକଙ୍କ ମନପସନ୍ଦ ଫିଲ୍ମ ତାଲିକାରେ ରହିଛି । ଫିଲ୍ମର ମେଲ୍‌ ଲିଡ୍‌ କରିଥିଲେ ଦୁଇ ସୁପରଷ୍ଟାର ରିଷି କପୁର ଓ ବିନୋଦ ଖାନ୍ନା । ଏହି ଫିଲ୍ମଟି ପ୍ରାଇମ୍‌ ଭିଡିଓରେ ଉପଲବ୍ଧ ଅଛି । 

ଚାଲ୍‌ବାଜ

ପଙ୍କଜ ପରାଶର ‘ଚାଲ୍‌ବାଜ’ର ନିର୍ଦ୍ଦେଶନା ଦେଇଥିଲେ । ଏହି ସୁପରହିଟ୍‌ କଥାଚିତ୍ରରେ ଶ୍ରୀଦେବୀ ଦେଖିବାକୁ ମିଳିଥିଲେ ଦ୍ୱୈତ ଭୂମିକାରେ, ଯାହା ମଧ୍ୟରୁ ଗୋଟିଏ ଥିଲା ସରଳ, ନିଷ୍କପଟ ଓ ଦ୍ୱିତୀୟଟି ବେଶ୍‌ ଚାଲାକ୍‌ ଯୁବତୀ । ଏ ଫିଲ୍ମର ମୁଖ୍ୟ ନାୟକ ଚରିତ୍ର ନିର୍ବାହ କରିଥିଲେ ରଜନୀକାନ୍ତ ଓ ସନ୍ନି ଦେଓଲ । ଜୀ୫ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମଟି ଆପଣ ଦେଖିପାରିବେ । 

ସଦ୍‌ମା

‘ସଦ୍‌ମା’ ମୁକ୍ତିଲାଭ କରିଥିଲା ୧୯୮୩ରେ । ବାଲୁ ମହେନ୍ଦ୍ର ଥିଲେ ଏ ଫିଲ୍ମର ନିର୍ଦ୍ଦେଶକ । ଏଥିରେ ଶ୍ରୀଦେବୀ ଓ କମଲ ହାସନ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲେ । ଏହା ଏକ ଖୁବ୍‌ ବଢ଼ିଆ ଚଳଚ୍ଚିତ୍ର । ଶ୍ରୀଦେବୀ ଏଥିରେ ଉଲ୍ଲେଖନୀୟ ଅଭିନୟ କରିଥିଲେ । ୟୁଟ୍ୟୁବରେ ଆପଣ ଏ ଫିଲ୍ମଟିକୁ ଦେଖିପାରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.