ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଲଷ୍ମୀ ଏସି ବସ ଚଳାଚଳକୁ ବିରୋଧ , ୨୭ରୁ ଜିଲ୍ଲାରେ ବସ ଚଳାଚଳ ବନ୍ଦ ପାଇଁ ମାଲକାନଗିରି ଘରୋଇ ବସ ମାଲିକ ସଂଘ ଚେତାବନୀ

ମାଲକାନଗିରି, ୨୫।୮ : ମାଲକାନଗିରି ଜିଲ୍ଲାରେ ଲଷ୍ମୀ ଏସି ବସ ଚଳାଚଳକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଆସନ୍ତା ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାରେ ବସ ଚଳାଚଳକୁ ବନ୍ଦ କରିବ ବୋଲି ଚେତାବନୀ ଦେଇଛି। ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ରାଜଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।  

ସରକାରଙ୍କ ଦ୍ବାରା ଲକ୍ଷ୍ମୀ ବସ୍ ଯୋଜନାର ଶ୍ରେଣୀ-୧ ର ପଞ୍ଚାୟତ ଠାରୁ ବ୍ଲକକୁ ଯାତ୍ରୀଙ୍କ ସୁବିଧା ପାଇଁ ଚଳାଚଳ କରୁଥିବା ବସକୁ ସ୍ବାଗତ କରାଯାଉଛି ।  ଶ୍ରେଣୀ-୨ ବ୍ଲକ ହେର୍ଡ କ୍ଵାଟର ଠାରୁ ମାଲକାନଗିରି ଜିଲ୍ଲା ହେର୍ଡ କ୍ଵାଟରକୁ ଚଳାଚଳ କରୁଥିବା ଲଷ୍ମୀ ଏସି ବସକୁ ବିରୋଧ କରାଯାଉଛି। ଏହାକୁ ନେଇ ଗତ କିଛିମାସ ତଳେ ଜିଲ୍ଲା ତଥା ରାଜ୍ୟର ସମସ୍ତ ସଂଘ ଏବଂ ରାଜ୍ୟ ଫେଡେରେସନ ପ୍ରତିବାଦ ସ୍ଵରୂପ ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ କରି ଧର୍ମଘଟ କରାଯାଇଥିଲା । ଇତିମଧ୍ୟରେ ଗତ ଜୁଲାଇ ମାସରେ  ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆମର ଦାବି ଜଣାଇଥିଲୁ। ଆମର ଦାବିକୁ ଅତିଶୀଘ୍ର ବିଚାର କରାଯିବ ବୋଲି   ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଗତ. ୧୫ତାରିଖ ଦିନ ମାଲକାନଗିରି ପରିବହନ ଅଧିକାରୀଙ୍କୁ ସାକ୍ଷାତ କରି ପୁଣି ଅଭିଯୋଗ ଜଣାଇଥିଲୁ। ଏସି. ବସ୍ ପରମିଟ୍ ବାତିଲ କରି ତାରିଖ ୧.୮.୨୦୨୪ରେ ବସ୍ ଚଳାଚଳ ବନ୍ଦ କରାଯାଇଥିଲା। କିନ୍ତୁ ହଠାତ୍ ୨୧.୮.୨୦୨୪ ତାରିଖ ଠାରୁ ଏସି ବସ୍ ଚାଲୁଅଛି । ଏଣୁ ସଂଘ ପକ୍ଷରୁ ଏହାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦିଆଯାଇଛି।

କାରଣ ଯଦି ଏସି ବସ ଚାଲେ  ମାଲିକମାନଙ୍କ ପକ୍ଷେ ଘରୋଇ ବସ୍ ଚଳାଇବା ଅସମ୍ଭବ ହେବ । ଏଣୁ ସଂଘ ପକ୍ଷରୁ ବାଧ୍ୟ ହୋଇ  ଆସନ୍ତା ୨୭ ତାରିଖରୁ  ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ  ଘରୋଇ ବସ୍ ସମଗ୍ର ମାଲକାନଗିରି ଜିଲ୍ଲା ଓ ରାତ୍ର ଦୂର ଗାମୀ ବସ ଗୁଡିକ ଚଳାଚଳ ବନ୍ଦ କରାଯାଇ ଧର୍ମଘଟ କରିବା ପାଇଁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। 

ଏହା ଦ୍ୱାରା ମାଲକାନଗିରି ଜିଲ୍ଲାରୁ ଚଳାଚଳ କରୁଥିବା ସମସ୍ତ ପଞ୍ଚାୟତ, ବ୍ଲକ ସହିତ ଜୟପୁର, କୋରାପୁଟ, ନବରଙ୍ଗପୁର,ରାୟଗଡା, ଭବାନୀପାଟଣା, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଭୁବନେଶ୍ୱର, କଟକ, ଛତିଶଗଡ଼, ହାଇଦ୍ରାବାଦ, ଆଦି ଦୂରଗାମୀ ବସ ଗୁଡିକ ମଧ୍ୟ ବନ୍ଦ ରହିବ, ଯାତ୍ରୀଙ୍କ ଅସୁବିଧା ପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସମ୍ପାଦକ ଇ.ଭେଙ୍କଟ ରାଓ,ପି.ରାଜେଶ୍ ପାତ୍ର, ସପନ ଦତ୍ତ, ସୁନିଲ ଦତ୍ତ, ରବି ଖରା, ଛବି ଦାସ, ଆଶୋକ ରାଉତଙ୍କ ସମେତ ଅନ୍ୟ ମାଲିକ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.