ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଟ୍ରକ୍ ଧକ୍କାରେ ଚା’ ଦୋକାନୀ ମୃତ, ୫ ଆହତ

ଧରାକୋଟ,୧୪/୬ : ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକଠାରେ ଶୁକ୍ରବାର ସକାଳ ୬ଟା ସମୟରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ଗୁରୁତର ହୋଇଛନ୍ତି । ମୃତକ ହେଲେ ବାହାଡାଗୁଡା ଗ୍ରାମର ମହେନ୍ଦ୍ର ବିଷୋୟୀ (୪୮), ଆହତମାନେ ହେଲେ କାମେଶ୍ବର ସେଠି, ବୃନ୍ଦାବନ ସ୍ବାଇଁ, ଲକ୍ଷ୍ମଣ ଗୈଡ,କାଳୁ ପ୍ରଧାନ, ମୂରଲୀ ଗୈଡ, କାମେଶ୍ବର ସେଠିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହେତୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୪ଜଣଙ୍କୁ ଆସିକା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । 

ସୂଚନା ଅନୁସାରେ ଶୁକ୍ରବାର ସକାଳୁ ବାହାଡାଗୁଡା ଛକସ୍ଥିତ ଏକ ମଣ୍ଡପ ନିକଟରେ ଚା ଦୋକାନରେ ଚା’ ପିଇବା ପାଇଁ ମଣ୍ଡପରେ କିଛି ଲୋକ ବସିଥିଲେ । ହଠାତ୍ ଆସିକା ପଟୁ ଏକ ଟ୍ରକ ଚା ଦୋକାନକୁ ଧକ୍କା ଦେଇ ମଣ୍ଡପକୁ ଚଢି ଯାଇଥିଲା। ଫଳରେ ଚା ଦୋକାନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବରପାଇ ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଥିଲେ । ଟ୍ରକ୍ ନଂ ହେଲା WB15E 1065 ଏହା ସହ କେଶ୍ ନଂ ୨୦୮/୨୪ ପ୍ରକାରେ ଡ୍ରାଇଭର ପଶ୍ଚିମ ବଙ୍ଗର ବିଶ୍ବଜିତ ଦାସକୁ ଗିରଫ କରାଯାଇଛି । ମୋଟର ଯାଞ୍ଚ୍ ନିରୀକ୍ଷକ ଘଟଣାସ୍ଥଳରେ ପରିଦର୍ଶନ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରିବାରେ ସାହାର୍ଯ୍ୟ କରିଥିଲେ। ପ୍ରକାଶ ଯେ, ବାହାଡାଗୁଡା ଛକଠାରେ ବେଆଇନ୍ ପାର୍କିଂ ଓ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି । ସେହି ଅଞ୍ଚଳ ଦୁର୍ଘଟଣା ପ୍ରବଣ ଭାବେ ପରିଗଣିତ ହେଉଥିବାବେଳେ ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ପାଇଁ ଜନସାଧାରଣଙ୍କ ଦ୍ବାରା ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.