ଜଳେଶ୍ବର,୧୧।୬ : ଅଧା ବଗି ଛାଡି ଦୁଇ କିଲୋମିଟର ଚାଲିଗଲା ମାଲବାହୀ ଟ୍ରେନ। ଦକ୍ଷିଣ ପୂର୍ବ ରେଳ ପଥର ଅମର୍ଦାରୋଡ ଷ୍ଟେସନ ଠାରୁ କିଛି ଦୂର ଦକ୍ଷିଣ କେବିନ୍ ନିକଟରେ ୧୬ ଟି ବଗି ନେଇ ଇଞ୍ଜିନ ଚାଲି ଯାଇଥିବା ବେଳେ ୧୪ ଟି ବଗି ରହି ଯାଇଥିଲା ।
ମଙ୍ଗଳବାର ଅପରାହ୍ନ ରେ ମାଲବାହୀ ଟ୍ରେନ ଟି ଖଡ଼ଗପୁର ରୁ ବାଲେଶ୍ବର ଅଭିମୁଖେ ଯାଉଥିଲା। ଅମର୍ଦ୍ଦା ଷ୍ଟେସନ ରୁ କିଛି ଦୂରରେ ଦକ୍ଷିଣ କ୍ଯାବିନ ନିକଟରେ କୌଣସି କାରଣ ବଶତଃ ଟ୍ରେନରୁ ୧୪ ଟି ବଗି ଅଲଗା ହୋଇ ଯାଇ ଥିଲା। ଅନ୍ଯ ୧୬ ଟି ବଗି ଇଞ୍ଜିନ ସହ ଚାଲି ଯାଇ ଥିଲା । ଦୁଇ କିଲୋମିଟର ଯିବା ପରେ ଲୋକପାଇଲଟ ଜାଣିପାରି ଟ୍ରେନକୁ ଅଟକାଇବା ସହ ରେଳ ବିଭାଗ ର ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଥିଲେ । ତୁରନ୍ତ ରେଳ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ମରାମତି କରି ବଗି ଗୁଡିକ ଟ୍ରେନରେ ଲଗାଇ ଥିଲେ । ପ୍ରାୟ ଏକ ଘଣ୍ଟା ପର୍ଯ୍ଯନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା । ମରାମତି ପରେ ଏବେ ରେଳ ଚଳାଚଳ ସ୍ବଭାବିକ ହୋଇଛି।