ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଚିକିତ୍ସା ଅବହେଳାରୁ ଚାଲିଗଲା ପ୍ରସୂତିଙ୍କ ଜୀବନ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ସ୍ଵାମୀ

ଦାରିଙ୍ଗବାଡି, ୧୦/୭ : ବିଶେଷଜ୍ଞ ଅଭାବ ହେଉ ଅବା ଚିକିତ୍ସା ଅବହେଳାରେ ଉଭୟ ଶିଶୁ, ପ୍ରସୂତି ଓ ଗର୍ଭବତୀ ମହିଳାଙ୍କ ଚାଲିଯାଉଛି ଜୀବନ। ଗତ କିଛି ମାସ ମଧ୍ୟରେ ଦାରିଙ୍ଗବାଡିରେ ଜଣେ ଗର୍ଭବତୀ ମହିଳା, ଜଣେ ପ୍ରସୂତି ମହିଳା ଓ ଗୋଟିଏ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ଗତ ୩ ତାରିଖରେ ପଲେ ଗ୍ରାମର ମୀନକେତନ ବିନ୍ଧାଣିଙ୍କ ସ୍ତ୍ରୀ କମଳିନୀ ବିନ୍ଧାଣିଙ୍କ ଦାରିଙ୍ଗବାଡି ମେଡ଼ିକାଲରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୀନକେତନ ବିନ୍ଧାଣି ଏନେଇ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, କନ୍ଧମାଳ ସାଂସଦ ଓ ଜି. ଉଦୟଗିରି ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। 

ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖ ଦିନ କମଳିନୀଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବା ପରେ ଦାରିଙ୍ଗବାଡି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ୮ ଟାରୁ ସାଢେ ଗୋଟାଏ ମଧ୍ୟରେ କୌଣସି ଡାକ୍ତର କମଳିନୀଙ୍କୁ ଦେଖିନଥିଲେ। କେହି ଚିକିତ୍ସା ନକରିବାରୁ ସ୍ତ୍ରୀଙ୍କୁ ଅନ୍ୟ ମେଡ଼ିକାଲକୁ ରେଫର୍ ପାଇଁ ମୀନକେତନ ନିବେଦନ କରିଥିଲେ। ଏହାପରେ ୨ଟାରେ କମଳିନୀଙ୍କୁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ରେଫର କରିଦିଆଯାଇଥିଲା । ହେଲେ ମେଡ଼ିକାଲରୁ ମାତ୍ର ୫ କିଲୋମିଟର ବାଟ ଆମ୍ବୁଲାନ୍ସରେ ଯିବା ପରେ ଗାଡି ଭିତରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଅଧିକ ରକ୍ତସ୍ରାବ ହେବା ଯୋଗୁଁ ପୁଣି ଦାରିଙ୍ଗବାଡି ମେଡ଼ିକାଲକୁ ଫେରାଇ ଆଣିଥିଲେ। ମେଡ଼ିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ବଦଳରେ ରେଫର ହୋଇଥିଲା କାହିଁକି ପୁଣି ଦାରିଙ୍ଗବାଡି ଆଣିଲ ବୋଲି ଗାଳି କରିବା ସହ ଆମ୍ବୁଲାନ୍ସରେ ପଡ଼ିଥିବା ରକ୍ତ ସଫା କରିବାକୁ ବାଧ୍ୟ କରିଥିଲେ। 

ଏହାପରେ କମଳିନୀଙ୍କୁ ପୁଣି ବାଲିଗୁଡା ମେଡ଼ିକାଲକୁ ନେବା ସମୟରେ ବାଲିଗୁଡା ମେଡ଼ିକାଲ ପହଞ୍ଚିବାକୁ ୧୩ କିମି ବାଟ ରହିଥିବା ବେଳେ ରାଜଘରା ଠାରେ କମଳିନୀଙ୍କ ମୃତ୍ୟୁ ଘଟିଥିଲା। ବାଲିଗୁଡା ମେଡ଼ିକାଲରେ ପହଞ୍ଚିଲା ବେଳେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ କମଳିନୀଙ୍କ ମୃତ୍ୟୁ ପରେ ନବଜନ୍ମିତ ପୁତ୍ର ସନ୍ତାନ ସହ ୨ କୁନି ଝିଅ ଏବେ ମାକୁ ହରାଇ ଅନାଥ ହୋଇଯାଇଛନ୍ତି। ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଆଜି ୩ଟି ପିଲା ମା ସ୍ନେହ ଓ ଲାଳନପାଳନରୁ ବଞ୍ଚିତ ହେବା ସହ ମାକୁ ସବୁ ଦିନ ପାଇଁ ହରାଇଛନ୍ତି। 

ଖାଲି ଏହି ଗୋଟିଏ ଘଟଣା ନୁହଁ ଦାରିଙ୍ଗବାଡି ମେଡ଼ିକାଲରେ ମହିଳା ଓ ପ୍ରସୂତି ବିଶେଷଜ୍ଞ ପଦ ଅଭାବ ଓ ଚିକିତ୍ସା ଅବହେଳା ଯୋଗୁଁ ସୋନପୁର ଗ୍ରାମର ରମେଶ ପଟେଲଙ୍କ ସ୍ତ୍ରୀ ସୁମି ପଟେଲଙ୍କ ଜୀବନ ଯାଇଥିବା ବେଳେ ସିମନବାଡ଼ି ପଞ୍ଚାୟତର ଜୁଡ଼ାବାଡ଼ି ଗ୍ରାମର ଜିତୁ ପ୍ରଧାନଙ୍କ ସ୍ତ୍ରୀ ରୀନା ପ୍ରଧାନଙ୍କ ସହ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିଲା । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା ବିଶେଷଜ୍ଞ ପଦବୀ ପୂରଣ ହେଉ ନାହିଁ କି ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।  

ସେପଟେ ସୋମବାର ଦିନ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଅଚାନକ ମେଡ଼ିକାଲ ଗସ୍ତ କରିଥିବା ବେଳେ ଡାକ୍ତରମାନେ ବିଳମ୍ବରେ ଆସିଥିବା ନେଇ ତାଗିଦ୍ କରିଥିବା ବେଳେ ମଙ୍ଗଳବାର ଦିନ ବିଜେପି ଟିମ୍ ର ଓପିଡିରେ ମାତ୍ର ଜଣେ ଡକ୍ଟର ହିଁ ରୋଗୀଙ୍କୁ ଦେଖୁଥିବା ବେଳେ ରୋଗୀଙ୍କ ଲମ୍ବା ଲାଇନ ଲାଗିଥିଲା। ଏଭଳି ଭାବେ ପ୍ରତିଦିନ ଡାକ୍ତରଙ୍କ ଚିକିତ୍ସା ଅବହେଳା ସହ କର୍ତ୍ତବ୍ୟରେ ଅବହେଳା ହେଉଥିବା ଘଟଣା ସାମ୍ନାକୁ ଆସୁଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଏଣୁ ଏହାର ସଠିକ୍ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.