ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରିଲ୍‌ସ ନିଶା ହେଲା କାଳ, ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସୋର,୧୯/୦୩: ରିଲ୍‌ସ ନିଶା ହେଲା କାଳ ।  ସାଙ୍ଗମାନଙ୍କ ସହ ରେଳ ଧାରଣାରେ ଇନ୍‌ଷ୍ଟାଗ୍ରାମ ରିଲ୍‌ସ  କରୁଥିବା ବେଳେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ଜୀବନ  ଯାଇଛି । ଏଭଳି ଅଭାବନୀୟ ଘଟଣା ସୋମବାର ବାଲେଶ୍ୱର  ଜିଲ୍ଲା ସୋର ଥାନା ସବିରା ରେଳ ଷ୍ଟେସନ୍‌ ନିକଟରେ ଘଟିଛି ।  ମୃତକ ହେଲେ ଭଦ୍ରକ ଜିଲ୍ଲା ବାଣିତିଆ ଗ୍ରାମର ଅକ୍ଷୟ ପାତ୍ର ।  

ଅପରାହ୍ଣରେ ସବିରା ଷ୍ଟେସନ୍‌ ନିକଟ ରେଳ  ଧାରଣାରେ ଅକ୍ଷୟ ଓ ତାଙ୍କ ୫ଜଣ ସାଥୀ ରିଲ୍‌ସ  କରୁଥିଲେ । ଏହି ସମୟରେ ସେହି ଲାଇନ୍‌ରେ  ଯାଉଥିବା ନୀଳାଚଳ ଏକ୍ସପ୍ରେସ୍‌ ଅକ୍ଷୟଙ୍କୁ ପଛରୁ ଧକ୍କା  ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।  ତାଙ୍କ ସହ ଥିବା ଅନ୍ୟ ଯୁବକମାନେ ଚମ୍ପଟ୍‌ ମାରିଥିଲେ ।  ରେଳବାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ  ପାଇଁ ପଠାଇଛି । ଅକ୍ଷୟ ଓ ତାଙ୍କ ସହ ଥିବା ଯୁବକମାନେ  ସୋର ନିକଟରେ ନାଟକ କରୁଥିବା ଏକ ଅପେରା ପାର୍ଟିର  ନୃତ୍ୟ କଳାକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.