ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ନିଜକୁ ନିଜେ ବିବାହ କରି ଭାଇରାଲ ହୋଇଥିଲେ ଟିକ୍‌ଟକ୍‌ ଷ୍ଟାର, ଏବେ ୨୬ ବର୍ଷରେ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯।୯:  ନିଜକୁ ନିଜେ ବିବାହ କରି ଖୁବ୍‌ ଚର୍ଚ୍ଚାରେ ଆସିଥିଲେ ତୁର୍କୀ ଟିକଟକ୍ ଷ୍ଟାର କୁବରା ଅୟକୁତ୍। ହେଲେ ୨୬ ବର୍ଷୀୟ କୁବରାଙ୍କ ମୃତଦେହ ସେ ରହୁଥିବା ସୁଲତାନବେଲିର ଲଗଜରୀ ଆପାର୍ଟମେଣ୍ଟ ଭିତରୁ ଉଦ୍ଧାର କରାଯାଇଛି। ଏହି ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ ସେ କରିଛନ୍ତି ଆତ୍ମହତ୍ୟା। ସ୍ଥାନୀୟ ଅଧିକାରୀ ମୃତ ଶରୀର ନିକଟରୁ ଏକ ସୁସାଇଡ୍ ନୋଟ୍ ଜବତ କରିଛନ୍ତି।ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି। ତେବେ ତାଙ୍କ ମୃତ୍ୟୁ କିଭଳି ପରିସ୍ଥିତିରେ ହୋଇଛି ସେ ନେଇ ତଦନ୍ତ ଚାଲିଛି। 

ନିଜ ଭାଇରାଲ ‘ଓ୍ବେଡି ଓ୍ବିଦଆଉଟ ଏ ଗ୍ରୁମ୍’ ଭିଡିଓ ପାଇଁ ପ୍ରସିଦ୍ଧ ଅୟକୁତଙ୍କ ପ୍ରଶଂସକ ସୋସିଆଲ ମିଡିଆ ପୋଷ୍ଟରେ ନିଜର ଚିନ୍ତାକୁ ସେୟାର କରି କହିଛନ୍ତି, ନିଜ ମୃତ୍ୟୁ ପୂର୍ବରୁ ଅୟକୁତ ଲଗାତାର ଚିନ୍ତାରେ ଥିବା ଭଳି ପୋଷ୍ଟ ସେୟାର କରୁଥିଲେ। ନିକଟରେ ସେ ନିଜ ଶରୀରର ଓଜନକୁ ନେଇ ଏକ ପୋଷ୍ଟ କରିଥିଲେ। ନିଜର ଶେଷ ପୋଷ୍ଟରେ ଅୟକୁତ ଲେଖିଥିଲେ ମୁଁ ନିଜର ପୁରା ଶକ୍ତି ଲଗାଇ ଦେଇଛି, କିନ୍ତୁ ତଥାପି ଓଜନ ବଢୁନି। ପ୍ରତିଦିନ ମୋ ଗୋଟିଏ କେଜି ଓଜନ କମୁଛି। ମୋତେ ଜଣାପଡୁଛି ମୋତେ କ’ଣ କରିବା ଦରକାର ?

ନିଜର ଭାଇରାଲ ଭିଡିଓରେ ଅୟକୁତ୍‌ ପରମ୍ପରାଠାରୁ ଅଲଗା ଟିକଟକ୍‌ରେ ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ। ଏହି ଭିଡିଓରେ ସେ ଘୋଷଣା କରିଥିଲେ, ମୁଁ ନିଜ ପାଇଁ ଏକ ଯୋଗ୍ୟ ବର ଖୋଜି ପାରିନି। ଏହାପରେ ଅୟକୁତ ନିଜକୁ ନିଜେ ବିବାହ କରିଥିଲେ।ତାଙ୍କର ମୃତ୍ୟୁର ଖବର ଏବେ ସୋସିଆଲ ମିଡିଆରେ ଶୋକର ଛାୟା ଖେଳାଇ ଦେଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.