ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଡାଏଟରେ ସାମିଲ କରନ୍ତୁ ଅଁଳା, ହଳଦୀ ଓ ବେଲପତ୍ର: ଡାଇବେଟିସ୍‌କୁ କରିବ ନିୟନ୍ତ୍ରଣ

ଭୁବନେଶ୍ୱର, ୩୦।୮: ବର୍ତ୍ତମାନ ଘରେ ଘରେ ଅତି କମ୍‌ରେ ଜଣେ ଡାଇବେଟିସ୍‌ ରୋଗୀ ନିଶ୍ଚୟ ଥିବେ । ଯଦି ଡାଇବେଟିସ୍‌କୁ ସଠିକ୍‌ ସମୟରେ ନିୟନ୍ତ୍ରଣ କରାନଯାଏ, ତେବେ ଆଗକୁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆଜିକାଲି ଭାରତରେ ଅନେକ ଲୋକ ଏହି ରୋଗର ଶିକାର ହେଉଛନ୍ତି । ଡାଇବେଟିସ୍‌ କାରଣରୁ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଅନ୍‌ ହେଲଦି ଲାଇଫ୍‌ ଷ୍ଟାଇଲ୍‌, ଷ୍ଟ୍ରେସ୍‌ ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଲୋକମାନେ ଡାଇବେଟିସ୍‌ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ, ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ, ଆପଣଙ୍କ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, ଏହା ବ୍ୟତୀତ ସୁଗର ନିୟନ୍ତ୍ରଣ କରିବା ପାଇଁ ଆପଣ କିଛି ଘରୋଇ ଉପଚାର ମଧ୍ୟ କରିବା ଉଚିତ୍ ।  

ଆୟୁର୍ବେଦ ଅନୁଯାୟୀ, ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଖାଦ୍ୟରେ ଅଁଳା, ହଳଦୀ ଏବଂ ବେଲପତ୍ର ଅନ୍ତର୍ଭୁକ୍ତ କରିବା ଉଚିତ୍ । ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାକୁ ଏହି ୩ଟି ଜିନିଷକୁ ନିଜ ଡାଏଟ୍‌ ସାମିଲ କରନ୍ତୁ । 

ଅଁଳା: ଅଁଳାରେ ଭିଟାମିନ୍ ସି, ଟେନିନ୍ ଏବଂ ଫ୍ଲାଭୋନାଏଡ୍ ଥାଏ ଯାହା ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା କ୍ରୋମିୟମ କାରଣରୁ ଏହା ସୁଗର ସ୍ପାଇକ୍ କମ୍‌ କରିଥାଏ । ଯାହା କାର୍ବୋହାଇଡ୍ରେଟ୍ ମେଟାବୋଲିଜିମ୍ ନିୟନ୍ତ୍ରଣ କରିବାରେ ଏବଂ ଶରୀରରେ ଇନସୁଲିନ୍ ସମ୍ବେଦନଶୀଳତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅଁଳା ରସ କିମ୍ୱା ଏହାକୁ ପାଉଡର କରି ଖାଇପାରିବେ । 

ହଳଦୀ: ଆୟୁର୍ବେଦ ଅନୁଯାୟୀ, ଡାଇବେଟିସ୍‌ ଚିକିତ୍ସାରେ ହଳଦୀ ବହୁତ ଲାଭଦାୟକ ହୋଇଥାଏ । ତେବେ ହଳଦୀରେ ଅନେକ ଔଷଧୀୟ ଗୁଣ ରହିଥାଏ । ଏଥିରେ ଅନେକ ପ୍ରକାରର ଭଲ ଜିନିଷ ଥାଏ ଯାହା ପ୍ରଦାହକୁ କମ୍‌ କରିବାରେ, ବ୍ଲଡ ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିସହିତ ଏହାର ପ୍ରତିରୋଧକୁ କମ୍‌ କରି ଶରୀରରେ ଇନସୁଲିନ୍‌କୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ଓଜନ କମ୍‌ ଏବଂ କୋଲେଷ୍ଟ୍ରଲ ଠିକ୍‌ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । 

ବେଲପତ୍ର: ବେଲପତ୍ର ଶରୀରରେ ଇନସୁଲିନ୍ ଉତ୍ପାଦନ କରିବାକୁ ସାହାଯ୍ୟ କରିଥାଏ ଯାହାକି ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖେ । ଏହା ଶରୀରରେ କୋଲେଷ୍ଟ୍ରଲ, ହଜମ, ହାର୍ଟ ଏବଂ ଫୁସଫୁସ ସ୍ୱାସ୍ଥ୍ୟକୁ ମଧ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ନିଜ ପ୍ରତିଦିନ ଖାଦ୍ୟରେ ଏହି ୩ଟି ଜିନିଷ ସାମିଲ କରିପାରିବେ । ଯାହା ଫଳରେ ଶରୀର ସୁସ୍ଥ ରହିବ ଏବଂ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.