ପ୍ରମୂଖ ଖବର

୧୯କୁ ଘୁଞ୍ଚିଲା ୟୁଜିସି ନେଟ୍‌ ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର,୧୬/୦୫: ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁଜିସି ନେଟ୍‌ ପରୀକ୍ଷା ଆସନ୍ତା ଜୁନ ମାସରେ ହେବ । ଏଥିପାଇଁ ଅନଲାଇନ୍‌  ଆବେଦନ ଚାଲିଛି । ଏହି ଆବେଦନ ଚଳିତ ମାସ ୧୫ ତାରିଖରେ ଶେଷ ହେବାର  ଥିଲା । ହେଲେ ବୁଧବାର ପୁଣି ସମୟ ସୀମା ୧୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି  ପରୀକ୍ଷା ଦେୟ ପଇଠ ପାଇଁ ୧୬ ଓ ୧୭ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏହା  ଏବେ ୨୦ ତାରିଖକୁ ଘୁଞ୍ଚିଯାଇଛି । ଅନଲାଇନ୍‌ ଆପ୍ଲିକେସନରେ ତ୍ରୁଟି ସଂଶୋଧନ  ମେ ୨୧ରୁ ୨୩ ତାରିଖ ମଧ୍ୟରେ କରାଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.