ଭୁବନେଶ୍ୱର,୩୧/୦୮: ୫ଜି ଇଣ୍ଟରନେଟ ଯୁଗରେ ରୋଗ ମଧ୍ୟ ଖୁବ୍ ଶୀଘ୍ର ବଢିବାରେ ଲାଗିଛି । ଏହାରି ଭିତରେ UTI ବା ୟୁରିନାରି ଟ୍ରାକ୍ ଇଂଫେକ୍ସନ ଏବେ ବହୁ ମାତ୍ରାରେ ବଢିବାରେ ଲାଗିଛି । ପ୍ରତ୍ୟେକ ମହିଳା ନିଜ ଜୀବନରେ ଥରେ ବା ତାଠାରୁ ଅଧିକ ଥର ଏହି ରୋଗର ଶିକାର ହୋଇଥାନ୍ତି । ୟୁଟିଆଇ ମହିଳାମାନଙ୍କଠାରେ ବାରମ୍ବାର ଦେଖାଯାଏ । ଏହା ଏକ ସାଧାରଣ ସଂକ୍ରମଣ ଯାହା ଖାଦ୍ୟ ଏବଂ ଓୌଷଧ ମାଧ୍ୟମରେ ଆରୋଗ୍ୟ ହୋଇପାରିବ । କିନ୍ତୁ ଏହା ମହିଳାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଦୁର୍ବଳ କରିଦେଇଥାଏ । ପରିଷ୍କାର ପରିଚ୍ଛନ୍ନତା ଅଭାବରେ ୟୁଟିଆଇ ହୋବାର ସମ୍ଭାବନା ବଢିଥାଏ । ଏହି ରୋଗରେ ଏକାଧିକ ଥର ସଂକ୍ରମିତ ହେବା କୌଣସି ସାଧାରଣ କଥା ନୁହେଁ । ଏହା ଦ୍ୱାରା କର୍କଟ ଭଳି ଗମ୍ଭୀର ରୋଗ ହେବାର ଆଶଙ୍କା ରହିଥାଏ ।
କାହିଁକି ହୋଇଥାଏ UTI?
ଯଦି ଜଣେ ମହିଳା ବାରମ୍ବାର ୟୁଟିଆଇର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରଥମ କଥା ହେଉଛି ସେ ଓୌଷଧ କିମ୍ବା ଖାଦ୍ୟକୁ ଠିକ୍ ଭାବରେ ଅନୁସରଣ କରୁନାହାନ୍ତି । ଯଦି ଆପଣ ଉପଯୁକ୍ତ ଚିକିତ୍ସା ନକରନ୍ତି, ତେବେ ପୁନଃ ସଂକ୍ରମଣ ହେବାର ଆଶଙ୍କା ବଢିଥାଏ । ଋତୁସ୍ରାବ ସମୟରେ ମହିଳାଙ୍କ ଶରୀରରେ ଇଷ୍ଟ୍ରୋଜେନର ସ୍ତର କମିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଜୀବାଣୁ ବଢିବା ଆରମ୍ଭ କରନ୍ତି ଏବଂ ମହିଳା ୟୁଟିଆଇର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯଦି ଏହି ସଂକ୍ରମଣ ବାରମ୍ୱାର ହେଉଛି ତେବେ ଏହା ଅନେକ ଗୁରୁତର ରୋଗର ଆରମ୍ଭ ହୋଇପାରେ ।
ବ୍ଲାଡର କର୍କଟ: ଯଦି ଆପଣ ବାରମ୍ବାର ୟୁଟିଆଇ କରୁଛନ୍ତି ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଏହା ଅନେକ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ବ୍ଲାଡର କର୍କଟ ହେତୁ ରୋଗୀର ବାରମ୍ବାର ୟୁଟିଆଇ ହୋଇପାରେ । ଏପରି ପରିସ୍ଥିତିରେ ପରିସ୍ରା ରଖିବା କଷ୍ଟକର ହୋଇପାରେ । ବାରମ୍ବାର ପରିସ୍ରା କରିବାକୁ ଯିବାର ଆବଶ୍ୟକତା ଦେଖାଦେଇଥାଏ । ବାରମ୍ବାର ଶୌଚାଳୟ ଯିବା ଏବଂ ଏହି ସମୟରେ ଯନ୍ତ୍ରଣା ଭୋଗିବା ଭଳି ସମସ୍ୟା ହୋଇପାରେ ।
କିଡନୀ କର୍କଟ: ଜଣେ ମହିଳାଙ୍କର କିଡନୀ କର୍କଟ ହୋଇଥିଲେ ମଧ୍ୟ ତାଙ୍କୁ ୟୁଟିଆଇ ସମସ୍ୟା ହୋଇପାରେ । କାରଣ କିଡନୀର କାମ ହେଉଛି ପରିସ୍ରା ଫିଲ୍ଟର୍ କରିବା । ଯେତେବେଳେ କିଡନୀ କାମ କରିବା ବନ୍ଦ କରିଦିଏ, ଏହା ବ୍ଲାଡରର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ବାରମ୍ବାର ୟୁଟିଆଇ ହେତୁ ଶୌଚାଳୟ ଯିବା ସମୟରେ ଯନ୍ତ୍ରଣା ହୁଏ ।
ପ୍ରୋଷ୍ଟେଟ କର୍କଟ: ଯେଉଁ ପୁରୁଷମାନଙ୍କର ବାରମ୍ବାର ୟୁଟିଆଇ ସମସ୍ୟା ଥାଏ, ପ୍ରୋଷ୍ଟେଟ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ ବଢିଥାଏ ।ଯଦି ଜଣେ ବ୍ୟକ୍ତି ଶୌଚାଳୟ ହ୍ୟବହାର କରିବା ସମୟରେ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା ଅନୁଭବ କରୁଛନ୍ତି, ତେବେ ସେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।
ଯଦି ବାରମ୍ବାର ୟୁଟିଆଇ ହେଉଛି ତେବେ ସତର୍କ ରୁହନ୍ତୁ-
ଯଦି ଆପଣ ବାରମ୍ବାର ୟୁଟିଆଇର ସମ୍ମୁଖୀନ ହେଉଛନ୍ତି ତେବେ ନିଜର ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ୍ ଏବଂ ବହୁତ ପାଣି ପିଇବା ଉଚିତ୍ । ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ ନିଅନ୍ତୁ ଏବଂ ସ୍ୱଚ୍ଛତାର ବିଶେଷ ଯତ୍ନ ନିଅନ୍ତୁ । ଯଦି ଆପଣ ଏକ ବର୍ଷରେ ୩-୪ଥର ୟୁଟିଆଇର ସମ୍ମୁଖୀନ ହେଉଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।