ପ୍ରମୂଖ ଖବର
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ସୁନ୍ଦରୀ ନିଜେ ହେଉ ବା ନିଜ ପରି...

ଭୁବନେଶ୍ୱର ୦୬/୦୭: ଏକାଅଶି ବର୍ଷ ବୟସ୍କ ସଂପ୍ରତି ଆସୀନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜଣେ ଉଚ୍ଚ ଅଭିଜ୍ଞତାସଂପନ୍ନ ରାଜନେତା। ମାତ୍ର ୩୦ବର୍ଷ ବୟସରେ ପ୍ରତିପକ୍ଷ ରିପବ୍ଲିକାନ  ପ୍ରାର୍ଥୀଙ୍କୁ ହରାଇ ସେ ଜିଲ୍ଲାସ୍ତରର ଏକ ପ୍ରମୁଖ ପଦବିରେ  ଜୟଯୁକ୍ତ ହୋଇଥିଲେ । ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ  ସେ ଅନେକ ନିର୍ବାଚନୀ ଯୁଦ୍ଧରେ ଭାଗନେଇ ଯଶସ୍ୱୀ ହୋଇଛନ୍ତି ।  ବର୍ତ୍ତମାନ ସେ ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହେବାପାଇଁ  ଡୋନାଲଡ ଟ୍ରମ୍ପଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ  ହେଇଛନ୍ତି । ଆମେରିକା ନିର୍ବାଚନରେ ସାମାଜିକ ଗଣମାଧ୍ୟମର  ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରାର୍ଥୀଦ୍ୱୟ ନିଜର ପ୍ରିୟ  ସେଲିବ୍ରିଟିମାନଙ୍କୁ ବାଛି ବାଛି ସେମାନଙ୍କୁ ନିଜ ପଟକୁ ଆଣିବା  ସକାଶେ ତତ୍ପର ହେଇଥାନ୍ତି । 


ଏହି ପରିପ୍ରେକ୍ଷୀରେ ଗାୟିକା ଟେଲର ସ୍ୱିଫ୍‌ଟଙ୍କ ଚାହିଦା  ବଢ଼ିଯାଇଛି । ତାଙ୍କ ଲୋକପ୍ରିୟତା ସଂପର୍କରେ ପ୍ରମାଣ ମିଳେ  ତାଙ୍କ ଅନୁସରଣକାରଙ୍କ ବିପୁଳ ସଂଖ୍ୟାରୁ । ତାଙ୍କ ଇନଷ୍ଟାଗ୍ରାମରେ  ୨୮୦ ନିୟୁତ ଅନୁଗାମୀ ଥିବାବେଳେ ୟୁଟ୍ୟୁବରେ ଏହି ସଂଖ୍ୟା  ୫୭ ନିୟୁତ। ଟେଲର ସ୍ୱିଫ୍‌ଟ ରାଜନୀତି ସହ ସଂପୃକ୍ତ ନାହାଁନ୍ତି । ତଥାପି ପ୍ରାର୍ଥୀମାନେ ତାଙ୍କ ଆଡ଼କୁ କେମିତି ଢଳି ସମର୍ଥନ  କରିବେ, ସେଥିପାଇଁ ପ୍ରତିଦ୍ୱନ୍ଦ୍ୱୀମାନେ ଉଦ୍‌ଗ୍ରୀବ । ଏହାର  କାରଣ ହେଉଛି, ଗୋଟିଏ ସର୍ଭେରୁ ଜଣାପଡ଼ିଥିବା ଫଳାଫଳ ।  ପନ୍ଦର ଶହ ବ୍ୟକ୍ତି ଭାଗ ନେଇଥିବା ଏହି ଜନମତରେ ସିଦ୍ଧ  ହେଲା ଯେ, ଅର୍ଦ୍ଧାଧିକ ବ୍ୟକ୍ତି (୫୫%) ଜଣାଇଥିଲେ ଯେ  ସେମାନେ ଜୋ କିମ୍ବା ଟ୍ରମ୍ପଙ୍କ ବିଷୟରେ ଯେତେ ଆଗ୍ରହୀ ନୁହଁନ୍ତି,  ତଦପେକ୍ଷା ଟେଲର ସ୍ୱିଫ୍ଟଙ୍କ ପସନ୍ଦକୁ ଅଧିକ ଜୋର ଦିଅନ୍ତି ଏବଂ  ତଦନୁସାରେ ମନ ସ୍ଥିର କରିବେ । ଏହି ବିଷୟଟି ଜୋ ବାଇଡେନ  ଭଲଭାବେ ବୁଝିପାରିଥିଲେ । ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ  ଯାଇ ସ୍ପଷ୍ଟ ସଙ୍କେତ ଦେଲେ ଯେ, ସୁନ୍ଦରୀ ଗାୟିକା ଯାହାକୁ ଚାହିଁବେ ଜିତାଇବେ । 

ବାଇଡେନଙ୍କ ଟିପ୍ପଣୀ ଅବାନ୍ତର ନୁହେଁ । କେବଳ ରାଜନୀତି  ନୁହେଁ, ଅନ୍ୟ କ୍ଷେତ୍ରରେ ଏହା ବାସ୍ତବରେ ପରୀକ୍ଷିତ ହୋଇଛି ।  ୧୯୮୧ରେ ଆମେରିକାର ନ୍ୟୁୟର୍କରେ ଭୂମିଷ୍ଠ ହୋଇଥିବା  ଅଭିନେତ୍ରୀ ସଂଗୀତକାର ତଥା କଳାକାର ଆଲିସିଆ କୀଜ  ସେପ୍ଟେମ୍ବର ୨୦୧୭ରେ ଥରେ ବ୍ରାଜିଲର ରିଓ-ଡି ଜେନିରୋ  ଠାରେ ଷ୍ଟେଜ୍‌ ସୋ’ ପାଇଁ ଯାଇଥିଲେ । ନିୟମାନୁସାରେ ସେ  ଯେତେବେଳେ ପୋଲିସର ତଦାରଖ ପାଇଁ ଥାନାରେ ପହଞ୍ଚି  ଗାଡ଼ିରୁ ଓହ୍ଲାଇଲେ, ରାସ୍ତାରେ ଯାଉଥିବା ଲୋକେ ଶହ ଶହ  ସଂଖ୍ୟାରେ ତାଙ୍କୁ ଦେଖି ଅଭିନନ୍ଦନ ଜଣାଇବାକୁ ଠେଲାପେଲା  ଆରମ୍ଭ କଲେ । ତାଙ୍କର ଫଟୋ ଉତ୍ତୋଳନ ପାଇଁ ପ୍ରବଳ  ପ୍ରତିଯୋଗିତା ଲାଗିଲା । ଆଲିସିଆ ସାଧାରଣତଃ ମେକ୍‌ଅପ୍‌  ନକରି ନିଜ ପ୍ରକୃତ ମୁଖମଣ୍ଡଳକୁ ସର୍ବସାଧାରଣରେ ପ୍ରଦର୍ଶନ  କରିବାକୁ ପସନ୍ଦ କରିଥାନ୍ତି । ଏମିତି ନିରାଡମ୍ବରତା ସତ୍ତେ୍ୱ ସେ  ଆକର୍ଷଣର ବିନ୍ଦୁ ପାଲଟି ଯାଇଥାନ୍ତି ତାଙ୍କ ଅସଂଖ୍ୟ ଫ୍ୟାନ  ମହଲରେ । ଅବସ୍ଥା ଏମିତି ଅଣାୟତ୍ତ ହେଲା ଯେ, ସେ ଯନ୍ତାରେ  ପଡ଼ିଯାଇଥିବା ପରି ଅସ୍ୱସ୍ତି ବୋଧ କଲେ । ଏହି ଭିଡ଼ରୁ ନିସ୍ତାର  ପାଇବାକୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଲା । 

ଏହି ମର୍ମରେ ତାଙ୍କର ଏକ ଉଦ୍ଧୃତିରେ ରହିଛି ନାରୀମାନଙ୍କ  ସଂପର୍କରେ ଭାବନା । ‘ସମଗ୍ର ପୃଥିବୀରେ ଯେତେ ପ୍ରକାର ଜୀବ  ଅଛନ୍ତି, ସେମାନଙ୍କ ମଧ୍ୟରେ ନାରୀମାନେ ହେଉଛନ୍ତି ସବୁଠାରୁ  ଅଧିକ ଆନନ୍ଦଦାୟିନୀ, ଚମତ୍କାର (ଗର୍ଜିଅସ) । ଅନେକ ପ୍ରଶ୍ନ ଉଠାଇପାରନ୍ତି ଯେ, ବାଇଡେନଙ୍କ ଅନୁଭବ  ହେଉ କିମ୍ବା ଆଲିସିଆଙ୍କ ଘଟଣା³ ଏଥିରେ କଣ ଅଛି ଯେ  ଏହା ଏଠାରେ ଉପସ୍ଥାପନା କରିବାକୁ ପଡ଼ିଛି? ସୁନ୍ଦରୀମାନଙ୍କ  ସଂପର୍କରେ କେଉଁ ଆବହମାନ କାଳରୁ ଏମିତି ଧାରଣା  ରହିଆସିଛି । 

ଏଥିପାଇଁ ନୀତି ଶ୍ଳୋକରେ ଦେଖିବାକୁ ମିଳେ:  ଋଣକର୍ତ୍ତା ପିତା ଶତ୍ରୁଃ, ମାତା ଚ ବ୍ୟଭିଚାରିଣୀ/ ଭାର୍ଯ୍ୟା ରୂପବତୀ  ଶତ୍ରୁଃ, ପୁତ୍ରଃ ଶତ୍ରୁର ପଣ୍ଡିତଃ । (ଚାଣକ୍ୟ) । ଏଥିରେ ଶତ୍ରୁମାନଙ୍କୁ ଚିହ୍ନଟ କରାଯାଇଛି ଯେ, ଋଣ  କରିଥିବା ପିତା, ବ୍ୟଭିଚାରିଣୀ ମାତା ଓ ମୂର୍ଖ ପୁତ୍ର ଶତ୍ରୁ ରୂପେ  ପରିଗଣିତ ହୋଇଛନ୍ତି । କିନ୍ତୁ ଏହି ତାଲିକାରେ ରୂପବତୀ  ଭାର୍ଯ୍ୟା ମଧ୍ୟ ସ୍ଥାନିତ ହୋଇଛି । ଏହାର କାରଣ ସୁସ୍ପଷ୍ଟ ।  ଶୋଭାମୟୀମାନଙ୍କ ପ୍ରତି ଅନେକ ବ୍ୟକ୍ତି (ମୁଖ୍ୟତଃ ପୁରୁଷ)ଙ୍କ  ଲୋଲୁପ ଦୃଷ୍ଟି ପଡ଼ିଥାଏ ।  

କଥା ହେଉଛି, ପୁରୁଷଙ୍କ ଚରିତ୍ର ପ୍ରାଚୀନ କାଳରେ ଯାହା  ଥିଲା, ଏଇ ଯୁଗରେ ସେମିତି ଅପରିବର୍ତ୍ତିତ ହୋଇ ରହିଛି ।  ତାହେଲେ ଆମେ କାହିଁକି ଆସ୍ଫାଳନ କରିବା ଯେ ଆମେ ଉନ୍ନତି  ପଥରେ ବେଗଗାମୀ । ପୁରୁଣାକାଳିଆ ମଣିଷମାନେ କାହିଁ କେତେ  ପଛରେ ରହିଥିଲେ ତାହା ଅକଳ୍ପନୀୟ । ତଥାପି ବାସ୍ତବରେ  ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟାର ଉତ୍କର୍ଷ ଯୋଗୁଁ ଆମେ ଚମତ୍କାର  ସୃଷ୍ଟି କରିପାରିଛେ, ଯାହା ଆମ ଦାବିକୁ ଯାଥାର୍ଥ୍ୟ ପ୍ରଦାନ କରିବ । 

ନଭେମ୍ବର ୨୦୨୨ରେ ଚାଟଜିପିଟି ନାମକ ଏକ କଥା  କହିପାରୁଥିବା କୃତ୍ରିମ ବୁଦ୍ଧିମତା (ଏଆଇ) ପ୍ରଥମେ ଓପେନ  ଏଆଇ’ର ସିଇଓ ସାମ ଆଲଟମାନଙ୍କ ଦ୍ୱାରା ମୁକ୍ତିଲାଭ କଲା ।  ଏଇ ମଡେଲଟିର ବ୍ୟବହାରୀଙ୍କ ସଂଖ୍ୟା ପ୍ରଥମେ ଶହେ  ମିଲିଅନ (ଦଶକୋଟି) ଥିଲା, ଯାହା ମାସିକ ୬୨୭ ମିଲିଅନକୁ  ଜୁନ ୨୦୨୪ରେ ଛୁଇଁଥିବା ପ୍ରକାଶ । ଏଥିରୁ ଏହି ମଡେଲର  କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା କଳନା କରାଯାଇପାରେ । ତେଣୁ  ଅଧୁନା ବିଭିନ୍ନ କମ୍ପାନୀ ଓ ବ୍ୟବସାୟୀମାନେ ଏଇ ସୁଯୋଗ  ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି । 

ଚାଟଜିପିଟିର ସଫଳତା ପରେ ଅନେକ ଉଦ୍‌ଯୋଗୀ  ନିଜ ଆନୁକୂଲ୍ୟରେ ଅନେକ ଚାଟବୋଟ୍‌ ନିର୍ମାଣ କରିଛନ୍ତି  ଯଥା-ମାଇକ୍ରୋସଫ୍ଟ କୋପାଇଲଟ । ଏହି ସାଧନରେ  ଚାହିଦା ବଢ଼ିବା ପଛରେ କାରଣ କ’ଣ ଜାଣିବା ପାଇଁ  ବଜାର ଅନୁଧ୍ୟାନକାରୀମାନେ ଧ୍ୟାନ ଦେଇଛନ୍ତି । ଦର୍ଶକମାନେ  ଚାଟବୋଟରେ ମୁଖ୍ୟତଃ ଯାହା ଦେଖନ୍ତି ତାହା ହେଉଛି ଜଣେ  ମଣିଷର ମୁଖମଣ୍ଡଳ । ତେବେ ଏହି ମୁଖଟି ପୁରୁଷ ହେଇପାରେ  କିମ୍ବା ନାରୀର । ଚାଳିଶ ହଜାର ପ୍ରୋଫାଇଲ ଯାଞ୍ଚ କରିବା ପରେ  ଜଣାପଡ଼ିଲା, ଯଦି ଏହି ମୁହଁଟି ପୁରୁଷର ନହୋଇ ନାରୀର ହେବ  ତାହେଲେ ଦର୍ଶନ ସଂଖ୍ୟା ତିନିଗୁଣ ବଢ଼ିଯିବ । ଏହାର କାରଣ  ହେଉଛି ଲିଙ୍ଗଗତ ବିଚାରରେ ଯୁଗ ଯୁଗ ଧରି ଚଳିଆସିଥିବା ପରମ୍ପରାଗତ ଚରିତ୍ର ସ୍ତ୍ରୀଙ୍କ ପ୍ରତି ପୁରୁଷଙ୍କ ଯୌନ ଆକର୍ଷଣ,  ଯାହା ଅର୍ଥାନ୍ତରେ ଯୁକ୍ତାତ୍ମକ ଚାର୍ଜର ଋଣାତ୍ମକ ସଦୃଶ । ଏହା  ଅଧିକ ଶକ୍ତ ହୋଇଥାଏ, ଯଦି ନାରୀଟି ରୂପସୀ । ଏହା ଏକ  ଚିରାଚରିତ ଚରିତ୍ର । 

ତେଣୁ ଏମିତି ଏକ ଚେହେରା ପରଦାରେ ଦେଖାଇବା  ପାଇଁ ଗବେଷକମାନେ ପ୍ରଯତ୍ନଶୀଳ । ଓଠ ହେବ ପରିପୁଷ୍ଟ ଓ  ରସାଳ । ଚର୍ମରେ ଦାଗ ନଥିବ । ଚଉଡ଼ା ଆଖି ଦ୍ୱାରା ଏମିତି  ଠାଣି ସାମନାକୁ ଆସିବ ଯାହା ଅନେକ କିଛି କଥା କହେ ।  କେବଳ ଚେହେରା ନୁହେଁ³ ସ୍ୱର ମଧ୍ୟ ଯେମିତି ଦର୍ଶକଙ୍କୁ ବାନ୍ଧି  ରଖିପାରିବ । (ଗ୍ଲୋବାଲ, ଟାଇମ୍ସ ଅଫ୍‌ ଇଣ୍ଡିଆ, ୧୪ ଜୁନ  ୨୦୨୪) । 

ସିଇଓ ସାମ୍‌ ଆଲଟମାନ ଉଚ୍ଚ ଆଶା ନେଇ ଲୋଭନୀୟ ସ୍ୱର  ଆହରଣ କରିବା ସକାଶେ ପ୍ରସିଦ୍ଧ ଗାୟିକା ସ୍କାର୍ଲେଟ ଜନସନ  (ଜନ୍ମ: ୧୯୪୮ ମସିହା, ଜନ୍ମସ୍ଥାନ: ମ୍ୟାନହଟନ, ନ୍ୟୁୟର୍କ)ଙ୍କୁ  ସ୍ୱର-ଉଧାର ପାଇଁ ଭେଟିଲେ । କିନ୍ତୁ ସେ ରୋକଠୋକ ମନା କରି  କୃଦ୍ଧ ହୋଇ ଉତ୍ତର ଦେଲେ- ତାଙ୍କ ନିଜସ୍ୱ ସ୍ୱରକୁ ଏକ ଯନ୍ତ୍ରରେ  ପୂରାଇ ତାହା ବିଚିତ୍ର ଓ ଭୟଙ୍କର କରିବାକୁ ଦେବେନାହିଁ ।  ବାସ୍ତବରେ ତାହା ହେଉଛି ନୈସର୍ଗିକ । 

ଚାଟବୋଟରେ ଆମେ ଯେଉଁ ମହିଳାଟିକୁ ଦେଖୁ ତାହା  ଅପ୍ରାକୃତିକ । ଯେତେ ଯାହା ଚେଷ୍ଟା କଲେ ତାହା କ’ଣ ଜୀବନ୍ତ  ହୋଇପାରିବ? ସେଥିରେ କ’ଣ ଶିରା, ପ୍ରଶିରା, ମେଦ, ମାଂସ  ରହିଛି? କିଛି ଯନ୍ତ୍ରପାତି ଓ ଟେକ୍ନୋଲୋଜି ପ୍ରସୂତ ଉପାଦାନ  କ’ଣ ଜୀବନ ଦାନ କରିବାରେ ସମର୍ଥ? ଏହା ହେଉଛି ନିଜେ ଓ  ନିଜ ପରି ମଧ୍ୟରେ ପାର୍ଥକ୍ୟ । କହିବା ବାହୁଲ୍ୟ ଯେ, ସଂଜୀବନୀ  ମନ୍ତ୍ର ସର୍ବନିୟନ୍ତା ଈଶ୍ୱରଙ୍କ ପାଖରେ କେବଳ ଅଛି । ଏହି  ପ୍ରସଙ୍ଗରେ ବିଜ୍ଞାନୀମାନେ ନିଜ ସୀମା ଅତିକ୍ରମ କରିବା ଚେଷ୍ଟାରୁ  କ୍ଷାନ୍ତ ରହନ୍ତୁ ବିନୀତ ଭାବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.